ହଜାର ହଜାର ସଂଖ୍ୟକ ଜନସମାଗମ ଦ୍ୱାରା ଶକ୍ତି ପ୍ରଦର୍ଶନ କଲେ ବିଧାୟକ ପ୍ରତାପ ଜେନା l
( ନିଶ୍ଚିନ୍ତକୋଇଲି - ଦେବେନ୍ଦ୍ର ଷଡ଼ଙ୍ଗୀ ) : ଆଜି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ପଡିଆରେ ବିଜୁ ଜନତା ଦଳ ପକ୍ଷରୁ 25 ବର୍ଷ ପୂର୍ତ୍ତି ଅବସରରେ 26ତମ ପ୍ରତିଷ୍ଠା ଦିବସ ବିଶାଳ ଜନସମୁଦ୍ର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଯେଉଁ ଜନ ସମାଗମ ସୁଚେଇଥିଲା କି ବିଜେଡି ଏବଂ ବିଧାୟକ ପ୍ରତାପ ଜେନା ଙ୍କ ପ୍ରତି ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳବାସୀ ମାନଙ୍କ ଭଲପାଇବା ଅକୁଣ୍ଠ ରହିଛି ଏବଂ ଯାହାକି ଆଗାମୀ 2024 ନିର୍ବାଚନ ପାଇଁ ଶୁଭଙ୍କର ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଇଛି l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଗୃହ ନଗର ଉନୟନ ମନ୍ତ୍ରୀ ଉଷା ଦେବୀ ଯୋଗଦାନ କରି ପ୍ରକାଶ କରିଥିଲେ କି ବିଜେଡି ଶାସନରେ କଥା କମ ହେବ କିନ୍ତୁ ଲୋକମାନଙ୍କ ପାଇଁ କାମ ଅଧିକ ହେବ l
ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ବିଧାୟକ ଧ୍ରୁବ ସାହୁ, ପୂର୍ବତନ ମୁଖ୍ଯସଚେତକ ପ୍ରଭାତ କୁମାର ତ୍ରିପାଠୀ, ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଦେବାଶିଷ ସାମନ୍ତରାୟ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ବିଜୁ ଜନତା ଦଳ ଓଡିଶା ବାସୀଙ୍କ ସହିତ ରହିଛି ଏବଂ ଆଗକୁ ମଧ୍ୟ ରହିଥିବ ବୋଲି ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, ବିଜେଡି ସଭାପତି ରମାକାନ୍ତ ମହାନ୍ତି ଙ୍କ ସମେତ ବହୁ ବିଶିଷ୍ଟ ଅତିଥିମାନେ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀମାନେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l