1000 ରୋଗୀ ଙ୍କର କରାଗଲା ମାଗଣାରେ ଚିକିତ୍ସା
ବରଗଡ :- ପାଇକମାଳ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ରବିବାର ଏକ ମାଗଣା ସ୍ୱାସ୍ଥ୍ୟ ଶିବିର କୁଲତା ଯୁବ ସଂଗଠନର ଆନୁକୂଲ୍ଯ ରେ ବରଗଡ ବିକାଶ ମଲ୍ଟି ସ୍ପେଶାଲିଷ୍ଟ ହଷ୍ପିଟାଲର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବାସ୍ଥ୍ଯ ଶିବିରକୁ ବରଗଡ ବିକାଶ ମଲ୍ଟି ସ୍ପେଶାଲିଷ୍ଟ ହଷ୍ପିଟାଲର ନିର୍ଦ୍ଦେଶକ ଡି.ମୁରଲି କୃଷ୍ନା ଶୁଭ ଉଦଘାଟନ କରିଥିଲେ । ଏଥିରେ ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁର ର ନେତ୍ରବିଶେଷଜ୍ଞ ଡାକ୍ତର ଓ ସହ କର୍ମୀମାନ ଙ୍କ ଦ୍ବାରା ୩୫୧ ଜଣଙ୍କ ର ଚକ୍ଷୁ ପରିକ୍ଷା କରିଥିଲେ । ଏହି ଚକ୍ଷୁ ଶିବିରକୁ ଡା. ନିରୋଜ ପ୍ରଧାନ ଉଦଘାଟନ କରିଥିଲେ । ୬୫ ଜଣଙ୍କର ମୋତିଅବିନ୍ଦୁ ଅସ୍ତ୍ରୋପଚାର କରାଯିବା ପାଇଁ ବସ ଯୋଗେଁ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟକୁ ପଠାଯାଇଛି । ଆସନ୍ତା ଦୁଇ ଦିନ ମଧ୍ୟରେ ସେମାନଙ୍କ ଆଖି ଅପରେସନ କରି ଯାଇ ପୁନରବାର ପାଇକମାଳ ରେ ବସରେ ଆଣି ଛଡା ଯିବ ବୋଲି ଡା. ସୋପ୍ନନିକା କହିଥିଲେ । ବିକାଶ ମଲ୍ଟି ସ୍ପେଶାଲିଷ୍ଟ ହଷ୍ପିଟାଲର ୭ଜଣ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଯୋଗ ଦେବା ସହ ଓ ତାଙ୍କ କର୍ମଚାରୀମାନେ ମିଶି ୭୦୨ଜଣଙ୍କର ସ୍ବାସ୍ଥ୍ଯ ପରିକ୍ଷା କରିଥିଲେ । ଏହି ଶିବିରରେ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟର ୧୦ ଜଣ ଛାତ୍ରୀ ମାଗଣା ଓୌଷଧ ବଣ୍ଟନରେ ଅୟୋଜକ ଓ ବିଶେଷଜ୍ଞ ମାନଙ୍କୁ ସହଯୋଗ କରିଥିଲେ । ଏହି ଶିବିର ର ଉଦଯାପନି ସଭା ଯୁବ ଡାକ୍ତର ଡା. ବୁଲୁ ବାରିକଙ୍କ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବରେ ଡା. ମୋହନ ଭୋଇ, ଡା. ସୁଦିପ୍ତ ସାହୁ, ଭୁବନେଶ୍ବର ସା, ବଡ ସତପଥୀ, କେସବ ସାହୁ ଯୋଗ ଦେଇ ସମସ୍ତ ୮ଜଣଡାକ୍ତର ଓ ୧୭ଜଣ କର୍ମଚାରୀ ବିକାଶ ହଷ୍ପିଟାଲର ସବ୍ୟସାଚି ରାଏ ଏବଂ ସୁଶାନ୍ତ ପ୍ରଧାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିବର ରେ ପାଇକମାଳର ନାଗରିକ କମିଟ, ଲାୟନ୍ସ କ୍ଲବ, ମାରୁୱାଡି ଯୁବା ମଞ୍ଚ, ଯୁବଯାଗରଣ ସଂଗଠନ, ବଣିକ ସଂଘ, ବରିଷ୍ଠ ନାଗରିକ ସଂଘ ର କର୍ମକତ୍ତାମାନେ ସହଯୋଗ କରିଥିଲେ । ବିଜୟ ପ୍ରଧାନ, ଦିବାକର ଗଡତିଆ, , ଗୋକୁଳା ପ୍ରଧାନ, ଚିତ୍ତ ରଂଜନ ପ୍ରଧାନ, ଡୋଲଣି ବଢେଇ, କର୍ମୁ ବିଶ୍ବାଳ ପ୍ରମୁଖ ଯୁବ ସଂଗଠନର କର୍ମକତ୍ତା ମାନେ ସହଯୋଗ କରିଥିଲେ ।ଶେଷରେ ନିତ୍ୟାନନ୍ଦ ପ୍ରଧାନ ଧନ୍ୟବାଦ ଦେଇଥିଲେ ।