ହେଡଲାଇନସ୍:

ପ୍ରଶାସନିକ ବିଷୟକୁ ନେଇ ବିଜେପିର ରାଜନୀତି ନିନ୍ଦନୀୟ: ବିଜେଡି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 
  • ସରକାରୀ ଅଫିସରଙ୍କୁ ଟାର୍ଗେଟ କରୁଛି ବିଜେପି

  • କେନ୍ଦ୍ରରେ ବି ସରକାରୀ ଅଧିକାରୀ ନିଯୁକ୍ତ ହେଉଛନ୍ତି

  • ସଫଳତାକୁ ପ୍ରଶଂସା କରିବାରେ ବିଜେପିର ପଛଘୁଞ୍ଚା

ଭୁବନେଶ୍ୱର: ରାଜ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସଚିବ ଭାବେ ଶ୍ରୀ ମନୋଜ ମିଶ୍ର ସଫଳତାର ସହ ଦୀର୍ଘ କାର୍ଯ୍ୟ କରିବା ସହିତ ଓଡିଶାକୁ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରର ଖ୍ୟାତନାମା ଆଇଟି କମ୍ପାନୀମାନଙ୍କୁ ଆଣି ଏଠାରେ ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୃଷ୍ଟି କରିଛନ୍ତି । ଏଭଳି ସଫଳତାକୁ ଦିନଟିଏ ହେଲେ ପ୍ରଂଶସା କରିନଥିବା ବିଜେପି ଆଜି କିନ୍ତୁ ଶ୍ରୀ ମିଶ୍ରଙ୍କ ପୁନଃ ନିଯୁକ୍ତିକୁ ନେଇ ଭୟଭୀତ ହେବା ସହିତ ଯେଭଳି ପ୍ରଶ୍ନ ଉଠାଇବାରେ ଲାଗିଛି ତାହା ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଗୌତମବୁଦ୍ଧ ଦାସ ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ଦାସ କହିଛନ୍ତି ଯେ ଶ୍ରୀ ମିଶ୍ର ଦୀର୍ଘ ଦିନ ଧରି ଆଇଟି ସଚିବ ଭାବେ କାର୍ଯ୍ୟ କରିଆସୁଛନ୍ତି । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଅନେକ ନାମୀ ଦାମୀ ଆଇଟି କମ୍ପାନୀ ଓଡିଶାକୁ ଆସିବା ଫଳରେ ଓଡିଆ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ସେତେବେଳେ କିନ୍ତୁ ବିଜେପି ପଦୁଟିଏ ହେଲେ ପ୍ରଶଂସା କରୁନଥିଲା ।
ବର୍ତ୍ତମାନ ଶ୍ରୀ ମିଶ୍ରଙ୍କ ପୁନଃ ନିଯୁକ୍ତିକୁ ନେଇ ବିଜେପି କାହିଁକି ଭୟଭୀତ ବୋଲି ବିଜେଡି ପ୍ରଶ୍ନ କରିଛି । ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କ ଅନ୍ୟ ଶହ ଶହ ଅଧିକାରୀଙ୍କ ଭଳି ଜଣେ ହୋଇଥିବାରୁ ତାଙ୍କୁ ବିଜେପି କାହିଁକି ଟାର୍ଗେଟ କରୁଛନ୍ତି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି ।
କେନ୍ଦ୍ର ସରକାର ଏକାଧିକ ଅଧିକାରୀଙ୍କୁ ନିଯୁକ୍ତି ଦେଉଥିବାବେଳେ ବିଜେଡି କିନ୍ତୁ ଥରୁଟିଏ ହେଲେ ଏ ନେଇ ପ୍ରଶ୍ନ କରିନାହିଁ, କାରଣ ଏ ସବୁ ହେଉଛି ପ୍ରଶାସନିକ ବିଷୟ । ତେଣୁ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରିବା ଏବଂ ଅଧିକାରୀ ନିଯୁକ୍ତି ଉପରେ ରାଜନୀତି ଖେଳ ବନ୍ଦ କରି ଓଡିଶାର ବିକାଶ ପ୍ରସଙ୍ଗରେ ବିଜେପି ରାଜନୀତି କରିବା ଆବଶ୍ୟକ ଯାହା ସେମାନଙ୍କ ପ୍ରାଥମିକତା ହେବା ଉଚିତ ବୋଲି ଶ୍ରୀ ଦାସ କହିଛନ୍ତି ।

0
0
0
s2sdefault