ହେଡଲାଇନସ୍:

ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପୀଠରେ ରାଜଭିଷେକ ଉଛବ ମହା ସମାରୋହରେ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ର ପୁରାତନ, ପ୍ରାଚୀନ୍ନ, ଐତିହ୍ୟ, ପରମ୍ପରା ସମ୍ପର୍ଣ୍ଣ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ରାଜଭିଷେକ ଉଛବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି | ଏହି ଉଛବ ରେ ଠାକୁର ରାଜା ଭାବେ ଜ଼ିଲ୍ଲାପାଳ ପାରୁଲ ପଟୱାରୀ ଯୋଗଦେଇଥିଲେ | ଶତାଧିକ ସେବାୟତ | ଜନ ପ୍ରତିନିଧି | ଆଞ୍ଚଳିକ ଜନତା ମାଉସୀ ମା ମନ୍ଦିର ନିକଟରୁ ସଂକୀର୍ତନ ପଟୁଆର ରେ ମନ୍ଦିର କୁ ପାଛୋଟି ନେଇଥିଲେ | ଜ଼ିଲ୍ଲାପାଳ ମମସ୍ତ ମନ୍ଦିର ପରିଦର୍ଶନ କରି ସାରିବା ପରେ ନାଟ ମଣ୍ଡପ ରେ ଅଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଅଂଚଳବାସୀ ଙ୍କ ପକ୍ଷରୁ ଠାକୁରରାଜା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ତହସିଲଦାର ଅଞ୍ଜଳି ତରାଇ, ଜ଼ିଲ୍ଲା କୃଷି ଅଧିକାରୀ, ଅତିରିକ୍ତ ବିଡ଼ିଓ ଅଜୟ କୁମାର ବେହେରା,ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ,ଜଳ ସେଚନ, ଏବଂ ଜଳ ନିଷ୍କାସନ ଅଧିକାରୀ, ରାସ୍ତା ଓ କୋଠା ବାଡ଼ି ଡିଭିଜନ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ | ପରିଚାଳନା ଟ୍ରଷ୍ଟ ପକ୍ଷରୁ ସଭାପତି କାଳିଙ୍କିକର ଆଚାର୍ଯ୍ୟ ଏବଂ ଉପସଭାପତି ପୁର୍ଣଚନ୍ଦ୍ର ନାୟକ ସମସ୍ତ ଅଧିକାରୀ, ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ପରିଚାଳନା ଟ୍ରଷ୍ଟ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା ବିବରଣୀ ପାଠ କରିଥିବା ବେଳେ ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ, ପ୍ରିୟନାଥ ରାୟ, ରାମଚନ୍ଦ୍ର ଦାଶ, ସୁରେଶ ଚନ୍ଦ୍ର ସାହୁ, ଅଭୟ କୁମାର ଦାଶ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ |

0
0
0
s2sdefault