ହେଡଲାଇନସ୍:

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଯୁଗଲଙ୍ଘୀ କାବ୍ୟ ପୁରୁଷ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ -ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବୄନ୍ଦାବନ ଦାଶଙ୍କ ସଭାପତିତ୍ବରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଗାଇସିଲାଟ ମହାବିଦ୍ୟାଳୟର ଓଡ଼ିଆ ପ୍ରଧ୍ୟାପକ ଡ଼.ଜୟକେତନ ତ୍ରିପାଠୀ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଯୁଗଲଙ୍ଘୀ କାବ୍ୟପୁରୁଷଙ୍କ ନିତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ସୁସ୍ଥ ସାମାଜିକ ଜୀବନ ଯାପନ କରିବା ପାଇଁ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ମିନତୀ ଦାଶ,ଜ୍ୟୋତ୍ସ୍ନାରାଣୀ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀ ପ୍ରେମାନନ୍ଦ ବେହେରା ଓ ଜୀବନାନନ୍ଦ ସାହୁ "ବିଶ୍ବଦେଖ ମଧୁମୟରେ ଜୀବନ" ସଙ୍ଗୀତ ପରିଚାଳନା କରିଥିଲେ।ଚିନ୍ତାମଣି ସାହୁ, ରଞ୍ଜନ କୁମାର ହୋତା ଓ ଶୁଶିଳ କୁମାର ବରିହା ଉପସ୍ଥିତ ଥିବା ବେଳେ ରୋଜି ବଢେଇ,ସୁଷମା ଦାଶ,ବସନ୍ତ ନାଗ,ଦୁଷ୍ମନ୍ତ ଛତର ଓ ନନ୍ଦିନୀ ବାଗ ବିଶେଷ ସହାୟତା କରିଥିଲେ ।

0
0
0
s2sdefault