ହେଡଲାଇନସ୍:

ସ୍ଲୋଗାନ ସର୍ବସ୍ବ ସ୍ମାର୍ଟନେସ  : ରାଉରକେଲା ମହାନଗର ନିଗମରେ ସ୍ୱାୟତ୍ତ ଶାସନ ଦିବସ ପାଣିଚିଆ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରାଉରକେଲା/ ସୁଶାନ୍ତ ବେହେରା : ସ୍ଲୋଗାନରେ ଚାଲିଛି ରାଉରକେଲା ମହାନଗର ନିଗମ | ରାଜନୈତିକ ପରିଷଦ ର ଅନୁପସ୍ଥିତି କାରଣରୁ ହେଉଛି ପ୍ରଶାସନିକ ମନାମାନୀ | ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବା ବଦଳରେ କେବଳ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା ଭଳି ସୋ ବାଜିରେ ଚାଲିଛି ସ୍ମାର୍ଟ ସିଟି ଅଭିଯାନ | ଅଫିସର ସ୍ମାର୍ଟ ହୋଇଯାଇଛନ୍ତି, ହେଲେ ସହର ଆଉ ସହରବାସୀଙ୍କୁ ସ୍ମାର୍ଟ କରିବାର ଅଭିଯାନ ହୋଇଯାଇଛି ମନ୍ଥର | ଅନେକ କାମ କିନ୍ତୁ କାଗଜ କଲମରେ ! ସବୁଠାରୁ ବଡ଼କଥା ହେଲା ଅଫିସରମାନଙ୍କ ଲୋକ ଦେଖାଣିଆ ଉଦ୍ୟମ ସାଙ୍ଗକୁ ଏଥର ସ୍ୱାୟତ୍ତ ଶାସନ ଦିବସ ବି ଏଥର କାହିଁକି ଆତ୍ମାହୀନ ଭଳି ପାଳିତ ହୋଇଛି, ଯେମିତିକି କାହାର ଯେମିତି ଅନନ୍ତରିକତା ନାହିଁ !  

ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟିଭାବେ ପରିଚିତ ଇସ୍ପାତ ସହର ରାଉରକେଲାର ମହାନଗର ନିଗମରେ ସ୍ୱାୟତ୍ତ ଶାସନ ଦିବସ ପାଳନ ପାଣିଚିଆ ହୋଇଯାଇଛି। ଦିବସ ପାଳନ ଦିନ ନଗର ନିଗମର ଆୟୁକ୍ତ ଛୁଟିରେ ଥିବା, ଉପାୟୁକ୍ତଙ୍କ ଦିବସ ପାଳନ ପୂର୍ବ ଦିନ ଏଠାରୁ ବଦଳି ସୁଚନା ଆସିବା ଏବଂ ସର୍ବୋପରି ନିଗମରେ କାର୍ଯ୍ୟରତ କର୍ମଚାରୀମାନଙ୍କର ଥିବା ୩ଟି ସଙ୍ଗଠନ ମଧ୍ୟରେ ଟଣାଓଟରା ଯୋଗୁଁ ଏଭଳି ସୃଷ୍ଟି ହୋଇଛି। ଗୋଟିଏ ପଟେ କିଛିଦିନ ହେଲା ମହାନଗର ନିଗମ ପକ୍ଷରୁ ସହରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜବର ଦଖଲ ଉଚ୍ଛେଦଜାରି ରହିଥିଲାବେଳେ ନ୍ୟାୟାଳୟ ପକ୍ଷରୁ ଏ ନେଇ ସାମୟିକ ସ୍ଥଗିତାଦେଶ ଜାରି ସୂଚନା ନିଗମର କର୍ମଚାରୀ ଓ ଅଧିକାରୀଙ୍କ ଝଟ୍‌କା ଦେଇଛି। ଅନ୍ୟ ପକ୍ଷରେ ସ୍ୱାୟତ୍ତ ଶାସନ ଦିବସ ପାଳନରେ ନଗର ନିଗମର ସବୁ ବର୍ଗର କର୍ମଚାରୀମାନେ ଏକମନ ଏକପ୍ରାଣ ହୋଇ ସାମିଲ ନହେବା ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ସେହିଭଳି ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ବିଭିନ୍ନ ସମ୍ବାଦପତ୍ରକୁ ଦିଆଯାଉଥିବା ଶୁଭେଚ୍ଛା ବିଜ୍ଞାପନକୁ ନେଇ ମଧ୍ୟ ସହରର ସାମ୍ବାଦିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଥର ଗଣମାଧ୍ୟମକୁ  ବିଜ୍ଞାପନ ଦେବାରେ ବି ମନମାନୀ କରିଛନ୍ତି |  ଅଧିକାରୀଙ୍କ ଏପରି ମନମାନୀ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି |  ଦିବସ ପାଳନର ଯଥେଷ୍ଟ ପୂର୍ବରୁ ବିଭିନ୍ନ ପ୍ରକାରର ସମ୍ବାଦପତ୍ର ଶୁଭେଚ୍ଛା ବିଜ୍ଞାପନ ପାଇଁ ଅନୁରୋଧ ପତ୍ର ଦେଇଥିଲେ ମଧ୍ୟ କର୍ତ୍ତୃପକ୍ଷ ହାତଗଣତି ସମ୍ବାଦପତ୍ରକୁ ଆଖିଦୃଶିଆ ବିଜ୍ଞାପନ ପାଇଁ ଆଦେଶ ପତ୍ର ଦେବା ଓ ଅନେକ ସମ୍ବାଦପତ୍ରକୁ ନେ ଦେବାକୁ ନିଷ୍ପତ୍ତିକୁ ନେଇ ଏହି ଅସନ୍ତୋଷ ସୃଷ୍ଟି ହୋଇଛି। ତେଣୁ ଏହି ଘଟନାକୁ ନେଇ ଆସନ୍ତା ଦିନରେ ଉଭୟ ସ୍ମାର୍ଟ ସିଟି ଓ ମଗର ନିଗମ ସମ୍ପର୍କୀତ କାର୍ଯ୍ୟକ୍ରମକୁ ବର୍ଜନ କରିବା ନିମନ୍ତେ ଅଧିକାଂଶ ଗଣମାଧ୍ୟମ ପ୍ରତିନିଧି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ସ୍ୱାୟତ୍ତ ଶାସନ ଦିବସ ପାଳନ ପାଣିଚିଆ ହୋଇଥିବା ଦେଖିବାକୁ ମିଳିଛି।   

 

0
0
0
s2sdefault