ହେଡଲାଇନସ୍:

ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ମୁଁ ହିରୋ ମୁଁ ଓଡିଶା ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ପୌରହିତ୍ୟରେ ଜିଲ୍ଲାପାଳ ଅନୁପମ ଶାହା କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳ ଶାହା କହିଥିଲେଯେ , ଏଭଳି ଅନେକ ୧୫ରୁ ୩୫ ବର୍ଷ ମଧ୍ୟରେ ରହିଛନ୍ତି ପ୍ରତିଭାଧାରୀ ଯୁବକ ଯୁବତୀ ସେମାନଙ୍କ ମାଧ୍ୟମରେ ଅଧିକାଂଶ ସମାଜ ଓ ଅଞ୍ଚଳ ପାଇଁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ଅନୁସାରେ ମହତ କାର୍ଯ୍ୟ କରିବା ସହ କୃତୀତ୍ୱ ଅର୍ଜନ କରି ଅନ୍ୟ ଯୁବକ ଯୁବତୀ ଙ୍କ ପାଇଁ ଅନେକ ଉଦାହରଣ ସୃଷ୍ଟି କରିଛନ୍ତି । ହେଲେ ସେମାନେ ଲୋକଲୋଚକୁ ଆସିନପାରି  ଅବହେଳିତ ଅବସ୍ଥାରେ ରହିଛନ୍ତି । ସେମାନଙ୍କୁ ଚିହ୍ନଟ କରି ଲୋକଲଚନକୁ ଆଣିବାକୁ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ । ଚିହ୍ନଟ ହେବା ପରେ ସେମାନେ ଆଗକୁ ଆସି ସମାଜ ପାଇଁ କିଛି କରିବା ଦିଗରେ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ । କ୍ରୀଡା,ନାଟକ,ସମାଜ ସେବା ନୃତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉତ୍ସାହିତ କରି ଆସୁଥିବା ତଥା ଲୁକାୟିତ ଥିବା ୫ଜଣ କୃତୀ ଯୁବକ ଯୁବତୀଙ୍କୁ ମାନପତ୍ର ଦେଇ ସମ୍ୱର୍ଦ୍ଧନା କରାଯାଇଥିଲା । ସେମାନେ ହେଲେ ଆଦର୍ଶ ଦାଶ,ପ୍ରିତିପ୍ରିୟା ବେହେରା, ମାତାଙ୍ଗିନି ଗୁରୁ, ନାଗେଶ୍ୱର ମହାପାତ୍ର, ଏସ ଦୋରା  । ଏହି ଅବସରରେ ଭୁବନେଶ୍ୱରରୁ ଆସିଥିବା ମୁଁ ହିରୋ-ମୁଁ ଓଡିଶା ଅଭିଯାନର ୧୨ଜଣିଆ ଏକ ଦଳ ସୁମନ ରଣାଙ୍କ ନେତୃତ୍ୱରେ ଆସି  ଜିଲ୍ଲା ସଂଯୋଜକ ଉତ୍ତମ କରାଡଙ୍କ ତତ୍ୱାବଧାନରେ ଚେତାକର୍ଷକ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

0
0
0
s2sdefault