ଜିଓର ଷ୍ଟାଣ୍ଡ୍‌-ଏଲୋନ୍ ନେଟ୍‌ୱର୍କକୁ ସପୋର୍ଟ କରିବ ମୋଟୋରୋଲାର ୫ଜି ସ୍ମାର୍ଟଫୋନ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ୱାନ୍‌ପ୍ଲସ୍‌, ଶାଓମି ଓ ରେଡ୍‌ମି ପରେ ଏବେ ମୋଟୋରୋଲା ପକ୍ଷରୁ ୫ଜି ସ୍ମାର୍ଟଫୋନ୍‌ର ନୂତନ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି ଯାହା ଜିଓର ଟ୍ରୁ-୫ଜି ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କକୁ ସପୋର୍ଟ କରୁଛି । ଦୁନିଆରେ ୫ଜି ସ୍ମାର୍ଟଫୋନ୍‌ର ଶୁଭାରମ୍ଭ କରିଥିବା ପ୍ରଥମ କଂପାନି ହେଉଛି ମୋଟୋରୋଲା । ସେହି ଦୃଷ୍ଟିରୁ ମୋଟୋରୋଲା ଏବଂ ଜିଓ ମଧ୍ୟରେ ଏହି ସହଯୋଗିତା ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ରିମିୟମ୍‌ଠାରୁ ଆରମ୍ଭ କରି ମଧ୍ୟମ ଏବଂ ବଜେଟ୍ ୫ଜି ସ୍ମାର୍ଟଫୋନ୍ ଭଳି ସବୁ ଗ୍ରାହକ ବର୍ଗଙ୍କୁ ସୁହାଇବା ଭଳି ବ୍ୟାପକ ୫ଜି ସ୍ମାର୍ଟଫୋନ୍ ବର୍ଗମାଳା ମୋଟୋରୋଲା ପାଖରେ ରହିଛି ।
ମୋଟୋରୋଲା ଏଜ୍‌ ୩୦ ଅଲ୍‌ଟ୍ରା, ମୋଟୋରୋଲା ଏଜ୍ ୩୦ ଫ୍ୟୁଜ୍‌ନ, ମୋଟୋରୋଲା ଏଜ୍ ୩୦, ମୋଟୋ ଜି୮୨ ୫ଜି, ମୋଟୋରୋଲା ଏଜ୍ ୩୦ ପ୍ରୋ, ମୋଟୋ ଜି୭୧ ୫ଜି, ମୋଟୋ ଜି୫୧ ୫ଜି, ମୋଟୋରୋଲା ଏଜ୍ ୨୦, ମୋଟୋରୋଲା ଏଜ୍ ୨୦ ଫ୍ୟୁଜନ୍ ଏବଂ ମୋଟୋ ଜି୬୨ ୫ଜି ସ୍ମାର୍ଟଫୋନ୍ ରିଲାଏନ୍ସ ଜିଓର ଟ୍ରୁ-୫ଜି ନେଟ୍‌ୱର୍କରେ କାମ କରିବ । ଏହି ଫୋନ୍‌ଗୁଡ଼ିକରେ ଉନ୍ନତ ହାର୍ଡଓୟାର ଓ ସଫ୍ଟଓୟାରର ମିଶ୍ରଣ ରହିିଛି । ଫଳରେ ଗ୍ରାହକମାନେ ଜିଓ ଟ୍ରୁ-୫ଜିର ଉନ୍ନତି ଅନୁଭୂତି ହାସଲ କରିପାରିବେ ।
ମୋଟୋରୋଲା ଏସିଆ ପାସିଫିକ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଶାନ୍ତ ମଣି କହିଛନ୍ତି ଯେ, “ ମୋଟୋରୋଲା ସ୍ମାର୍ଟଫୋନ୍‌ର ବର୍ଗମାଳା ଅତ୍ୟନ୍ତ ବ୍ୟାପକ, ଅସାଧାରଣ ଭାବେ ବିଶ୍ୱସନୀୟ ଏବଂ ହାଇ-ସ୍ପିଡ୍ ୫ଜି ଅନୁଭୂତି ପ୍ରଦାନ କରିବ । ଭାରତୀୟ ଗ୍ରାହକମାନଙ୍କୁ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ । ୫ଜିର ୧୩-ବ୍ୟାଣ୍ଡ୍‌ରେ କାମ କରୁଥିବା ଆମ ପାଖରେ ୫ଜି ସ୍ମାର୍ଟଫୋନ୍‌ର ବ୍ୟାପକ ବର୍ଗମାଳା ରହିଛି ଯେଉଁଥିରେ ବିଭିନ୍ନ ମୂଲ୍ୟର ସ୍ମାର୍ଟଫୋନ୍ ରହିଛି । କୋଟି କୋଟି ଭାରତୀୟଙ୍କ ପର୍ଯ୍ୟନ୍ତ ଜିଓର ଅତ୍ୟାଧୁନିକ ଟ୍ରୁ-୫ଜିକୁ ପହଂଚାଇବା ଲକ୍ଷ୍ୟ ନେଇ ରିଲାଏନ୍ସ ଜିଓ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ।’’
ଏହି ସହଯୋଗିତା ସମ୍ପର୍କରେ ରିଲାଏନ୍ସ ଜିଓର ସଭାପତି ସୁନିଲ ଦତ କହିଛନ୍ତି ଯେ, “ଭାରତରେ ମୋଟୋରୋଲା ସହିତ ସହଯୋଗିତା ସ୍ଥାପନ କରି ଆମେ ଅତ୍ୟନ୍ତ ଆନନ୍ଦିତ । ଏହା ଦ୍ୱାରା ଟ୍ରୁ-୫ଜି ପରିବ୍ୟବସ୍ଥା ଆହୁରି ସୁଦୃଢ଼ ହେବ । ୫ଜି ସ୍ମାର୍ଟଫୋନ୍‌ର କ୍ଷମତାର ଅନୁଭୂତି କେବଳ ଜିଓ ଭଳି ଟ୍ରୁ-୫ଜି ନେଟ୍‌ୱର୍କ ଜରିଆରେ ହାସଲ କରିହେବ । ଏହା ଏକ ସବୁଠୁ ଉନ୍ନତ ନେଟ୍‌ୱର୍କ । ମୋଟୋରୋଲାରେ ରହିଛି ଉନ୍ନତ ୫ଜି ସୁବିଧା ଏବଂ ଏହା ଭାରତରେ ଅଧିକାଂଶ ୫ଜି ବ୍ୟାଣ୍ଡ୍‌ରେ କାମ କରିବ । ମୋଟୋରୋଲା ସ୍ମାର୍ଟଫୋନ୍‌ର କ୍ଷମତା ଜିଓ ଟ୍ରୁ-୫ଜି ଭଳି ନେଟ୍‌ୱର୍କ ଜରିଆରେ ପୂର୍ଣ୍ଣ ମାତ୍ରାରେ ସାମ୍ନାକୁ ଆସିବ ।’’
ମୋଟୋରୋଲାର ୫ଜି ଡିଭାଇସ୍ ବ୍ୟବହାର କରୁଥିବା ସମସ୍ତ ଜିଓ ଗ୍ରାହକଙ୍କୁ “ଜିଓ ୱେଲ୍‌କମ୍ ଅଫର’ ଅଧୀନରେ ଅସୀମିତ ୫ଜି ଇଟଂରନେଟ୍ ଡାଟା ଏବଂ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍ ମିଳିବ ।

0
0
0
s2sdefault