ଭୁବନେଶ୍ୱର: ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ଏବଂ ଦେଶର ପ୍ରମୁଖ ପ୍ରକୃତି ତଥା ବନ୍ୟଜନ୍ତୁ ପତ୍ରିକା ସାଏଭସ୍ ର ମିଳିତ ଆନୁକୂଲ୍ୟରେ ଟାଟା ମୋଟର୍ସଙ୍କ ସହଯୋଗରେ ଡିସେମ୍ବର 18 ରବିବାର ଦିନ ସାଭସ୍ ଇକୋ-ଆଚିଭର୍ସ କୁଇଜ୍ ୨୦୨୨-୨୦୨୩ ର ସପ୍ତମ ଭୁବନେଶ୍ୱର ସଂସ୍କରଣ କିଟ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି |
ସାଭସ୍ ଇକୋ-ଆଚିଭର୍ସ କୁଇଜ୍ ହେଉଛି ଦେଶର ପ୍ରିୟ ବନ୍ୟଜନ୍ତୁ କୁଇଜ୍ | ଜଳବାୟୁ ପରିବର୍ତ୍ତନ ହେବାର ଆଶଙ୍କା ଥିବାରୁ ଗ୍ରହର ଯତ୍ନ ନେବାଭଳି ଏକ ପିଢ଼ି ସୃଷ୍ଟି କରିବା ପାଇଁ ବର୍ତ୍ତମାନ ହିଁ ପ୍ରକୃଷ୍ଟ ସମୟ । "ସାଏଭସ୍ ଇକୋ ଆଚିଭର୍ସ" ପ୍ରୋଗ୍ରାମଗୁଡିକ ସ୍କୁଲ ପିଲାମାନଙ୍କୁ ଏଡ୍ୟୁଟେନ୍ ଫର୍ମାଟ୍ ବ୍ୟବହାର କରି ପରିବେଶ ବିଷୟରେ ସଚେତନ ଓ ସମ୍ବେଦନଶୀଳ କରିବାରେ ସହାୟକ ହୋଇଥାଏ | ଏହି କୁଇଜ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ କୌଣସି ଶୁଳ୍କ ନଥିଲା ଏବଂ ଭୁବନେଶ୍ୱରରେ ଟାଟା ମୋଟର୍ସ ସହାୟତାରେ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ଦ୍ୱାରା ଆୟୋଜିତ ହୋଇଯାଇଛି | ସାଏଭସ୍(SAEVUS) ହେଉଛି ଏକ ପାନ୍-ଇଣ୍ଡିଆ ଲୋକପ୍ରିୟ ବନ୍ୟଜନ୍ତୁ ପତ୍ରିକା ଯାହା 'ପ୍ରଶଂସା ବା ପସନ୍ଦ ମାଧ୍ୟମରେ ସଂରକ୍ଷଣ'ର ଭାବଧାରାରେ କାର୍ଯ୍ୟ କରିଥାଏ ଏବଂ ପ୍ରତିବର୍ଷ ଏହାର ବିଦ୍ୟାଳୟ କାର୍ଯ୍ୟକ୍ରମରେ ପ୍ରାୟ ୫୦,୦୦୦ରୁ ଉର୍ଧ୍ଵ ପିଲା ଅଂଶଗ୍ରହଣ କରନ୍ତି | ଏହି ମାଧ୍ୟମିକ ବିଦ୍ୟାଳୟସ୍ତରୀୟ ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ୨୦୧୫ ରେ କେତେକ ବଛାବଛା ମହାନଗରୀରେ ଆରମ୍ଭ କରାଯାଇଥିଲା ଏବଂ ଦୁଇ ବର୍ଷ ମଧ୍ୟରେ ତାହା ବୃଦ୍ଧି ପାଇଁ ଏବେ ୪୦ ଟି ସହରରେ ପହଞ୍ଚିବାରେ ସକ୍ଷମ ହୋଇପାରିଛି | ଅଗଷ୍ଟରୁ ଜାନୁଆରୀ ମଧ୍ୟରେ ଦେଶର ୪୦ ଟି ସହରରେ ରୋଟାରୀ କ୍ଲବ ସହ ମିଳିତ ଭାବରେ ଏହି କୁଇଜ୍ ଆୟୋଜନ କରାଯାଉଛି। ଫେବୃଆରୀ ୧୮, ୨୦୨୩ ରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ନ୍ୟାସନାଲ ଫାଇନାଲରେ ସମ୍ପ୍ରତି ଚାଲିଥିବା ଏହି ସିଟି ରାଉଣ୍ଡର ଚାମ୍ପିୟନ ଦଳ ପରସ୍ପରକୁ ଭେଟିବେ |
ଭୁବନେଶ୍ୱର ଠାରେ ଡିସେମ୍ବର ୧୮ ରବିବାର ଦିନ ଅନୁଷ୍ଠତ ସାଏଭସ୍ ଇକୋ ଆଚିଭର୍ସ କୁଇଜ ୨୦୨୨-୨୦୨୩ ସପ୍ତମ ସଂସ୍କରଣ ଅନ୍ତର୍ଗତ ଭୁବନେଶ୍ୱର, କଟକ, ପୁରୀର ବିଭିନ୍ନ ବିଦ୍ୟାଳୟର ପଞ୍ଚମ, ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରତ୍ୟେକ ଟିମରେ ତିନି ତିନିଜଣ ଅଂଶଗ୍ରହଣକାରୀଙ୍କ ସମୁଦାୟ ୩୨ ଟି ଟିମ୍ ପ୍ରାକୃତିକ ଦୁନିଆ ସମ୍ପର୍କିତ ଏହି କୁଇଜ୍ ରେ ଭାଗ ନେଇଥିଲେ ! ଭୁବନେଶ୍ୱର ବିଜେଇଏମ ସ୍କୁଲ ବିଜେତା ଭାବରେ ଉଭା ହୋଇଥିବାବେଳେ ଡିଏଭି ପବ୍ଲିକ୍ ସ୍କୁଲ୍, ସିଡିଏ-କଟକ ପ୍ରଥମ ରନର୍ସ ଅପ୍ ଏବଂ ଡିପିଏସ୍ କଳିଙ୍ଗ ଭୁବନେଶ୍ୱର ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ |
ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ସଭାପତି ରୋଟାରିଆନ୍ ଶ୍ରୀଚନ୍ଦନ ମିଶ୍ର ଏବଂ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରିନ୍ସିପାଲ ଶ୍ରୀ ସଞ୍ଜୟ ସୁଆର ବିଜେତା ଦଳଙ୍କୁ ଟ୍ରଫି ଏବଂ ପୁରସ୍କାର ପ୍ରଦାନ କରିଥିଲେ। ସାଭସ୍ ଇକୋ-ଆଚିଭର୍ସ କୁଇଜ୍ ର ଭୁବନେଶ୍ୱର ସଂସ୍କରଣକୁ ପରିଚାଳନା କରିଥିଲେ କୋଲକାତାର ଜଣାଶୁଣା କୁଇଜମାଷ୍ଟର୍ ରାଜୀବ ସାନ୍ୟାଲ |
ରାଜ୍ୟ
ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ଏବଂ ସାଏଭସ୍ ର ମିଳିତ ଆନୁକୂଲ୍ୟରେ ସାଏଭସ୍ ଇକୋ-ଆଚିଭର୍ସ କୁଇଜ୍
- Hits: 389