ପାରାଦୀପ:- ଆର୍ସଲର ମିତଲ ନିପ୍ପନ ଷ୍ଟିଲ ଇଣ୍ଡିଆ(ଏଏମ୍/ଏନ୍ଏସ୍ ଇଣ୍ଡିଆ)ର କର୍ମଚାରୀ ଏବଂ ଶ୍ରମିକମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ପାରାଦୀପ ପେଲେଟ ପ୍ଲାଣ୍ଟରେ ଥିବା ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ(ଏଚ୍ସିସି) ଆଧୁନିକ ଲାବୋରେଟୋରୀ ଉପକରଣ ସ୍ଥାପନା କରାଯାଇଛି ।
ବାୟୋକେମିଷ୍ଟ୍ରି ଅଟୋ ଆନାଲାଇଜର ଏବଂ ହେମାଟୋଲୋଜି ଅଟୋ ଆନାଲାଇଜର ଭଳି ଅତ୍ୟାଧୁନିକ ଉପକରଣଗୁଡିକ ବ୍ଲଡ ସୁଗାର, ଲିଭର୍ ଫଙ୍କସନ, କିଡନୀ ଫଙ୍କସନ, ଲିପିଡ ପ୍ରୋଫାଇଲ, ବ୍ଲଡ ଗ୍ଲୁକୋଜ, ସିଆରପି ଇତ୍ୟାଦି ପରୀକ୍ଷାକୁ ସୁଗମ କରିବା ପାଇଁ କେନ୍ଦ୍ରରେ ସ୍ଥାପନ କରାଯାଇଛି । ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଉନ୍ନତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ଏହା ଆଉ ଏକ ପଦକ୍ଷେପ ।ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଅଜିତ ଜେନା ଏବଂ ଡାକ୍ତରୀ କର୍ମଚାରୀ ତଥା କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡିଶା ଆସେଟ୍, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶା ଜି, ଆଧୁନିକ ଲାବୋରେଟୋରୀ ଉପକରଣର ଉଦଘାଟନ କରିଥିଲେ ।
ଏହି ଅବସରରେ ସୁରେଶା ଜି କହିଛନ୍ତି, ଶ୍ରମିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ସେବାରେ ନିରନ୍ତର ଉନ୍ନତି କରିବା ଆମ ପାଇଁ ଏକ ପ୍ରାଥମିକତା ଅଟେ । ଆମର କର୍ମଚାରୀ, ଶ୍ରମିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସର୍ବୋତମ ଚିକିତ୍ସା ସେବା ଯୋଗାଇବା ଉଦ୍ଦେଶ୍ୟରେ ଆମେ ପ୍ଲାଣ୍ଟ ମଧ୍ୟରେ ଉପଲବ୍ଧ ଚିକିତ୍ସା ସୁବିଧାର ଉନ୍ନତି ଆଣିବାରେ ଆମେ ସର୍ବଦା ପ୍ରୟାସ କରୁଛୁ ।
ରାଜ୍ୟ
ପାରାଦୀପରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଆଧୁନିକ ଲାବୋରେଟୋରୀ ଉପକରଣ ସ୍ଥାପିତ
- Hits: 485