ମାହାଙ୍ଗା (ଦେବେନ୍ଦ୍ର ଷଢଙ୍ଗୀ) : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଝାଡ଼େଶ୍ୱରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ କଳା ପ୍ରଥମ ବର୍ଷ ଶ୍ରେଣୀର ଅଧ୍ୟୟନ କରୁଥିବା ଛାତ୍ରୀମାନଙ୍କୁ ନେଇ ଏକ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଗିରିବାଳା ବଳ ଏହି ତାଲିମ ଶିବିରକୁ ଉଦ୍ଘାଟନ କରିବା ସହ ଆତ୍ମ ସୁରକ୍ଷା କୌଶଳର ବିଭିନ୍ନ ଦିଗ ଉପରେ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ସଂଯୋଜକ ଅଧ୍ୟାପକ ଉତମ କୁମାର ନାୟକ ଓ ପ୍ରାଧ୍ୟାପକ ବରଦାପ୍ରସାଦ ମିଶ୍ର ଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ପ୍ରଶିକ୍ଷିକା ସସ୍ମିତା ଦାସ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉକ୍ତ ଶିବିର ତା.୦୪.୦୧.୨୦୨୩ ଠାରୁ ତା.୧୨.୦୧.୨୦୨୩ ପର୍ଯ୍ୟନ୍ତ ଚାଲୁ ରହିବ |
ରାଜ୍ୟ
ଛାତ୍ରୀମାନଙ୍କ ନିମନ୍ତେ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦ୍ଘାଟିତ
- Hits: 423