ହେଡଲାଇନସ୍:

ମିଜୋରାମର ମୁଖ୍ୟମନ୍ତ୍ରୀ ଶ୍ରୀ ଜୋରାମ ଥଙ୍ଗାଙ୍କୁ ସାକ୍ଷାତ କଲେ ମନ୍ତ୍ରୀ ସମୀର ଦାଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ବିଶ୍ୱକପ ହକି ପାଇଁ ଦେଲେ ନିମନ୍ତ୍ରଣ ପତ୍ର

ଭୁବନେଶ୍ୱର: ରାଜ୍ୟରେ ହେବାକୁ ଯାଉଥିବା ହକି ବିଶ୍ୱକପ୍‌-୨୦୨୩ ଉପଲକ୍ଷେ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ମିଜୋରାମର ମୁଖ୍ୟମନ୍ତ୍ରୀ ଶ୍ରୀ ଜୋରାମ ଥଙ୍ଗାଙ୍କୁ ସାକ୍ଷାତ କରି ସାଦର ନିମନ୍ତ୍ରଣ ଜଣାଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ମିଜୋରାମର ମୁଖ୍ୟମନ୍ତରୀ ଶ୍ରୀ ଜୋରାମ ଥଙ୍ଗାଙ୍କୁ ଭେଟି ନିମନ୍ତ୍ରଣ କରିବା ଅବସରରେ ହକି ଇଣ୍ଡିଆ ଟି-ସାର୍ଟ ଓ ଏକ ରୂପାର ମୁମେଣ୍ଟୋ ପ୍ରଦାନ କରିଥିଲେ । ନିମନ୍ତ୍ରଣ ପତ୍ର ପାଇଁ ଶ୍ରୀ ଥଙ୍ଗା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ବିଶ୍ୱକପ ହକି ଆୟୋଜନ ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି ।

0
0
0
s2sdefault