ଜଗତସିଂହପୁର/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଗୋପାଳପୁର(ଶଙ୍ଖେଶ୍ୱର) ପଂଚାୟତ ସରଳପୁର ଗ୍ରାମର ମହାକାଳ ରୁଦ୍ରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଚାରଣ ଗୋଷ୍ଠୀ ତରଫରୁ ଇଂରାଜୀ ନବବର୍ଷରେ ଏକ ଦିବସୀୟ ଶ୍ରୀ ଜଗନ୍ନାଥ ଚେତନା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ରାମାୟଣୀ ପଣ୍ଡିତ ଅଭୟ ଦାଶ(ବୁଲୁ ନନା)ଙ୍କ ପୌରହିତ୍ୟରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରବକ୍ତା ବାବା ସତ୍ୟାନନ୍ଦ ଦାସ ମହାରାଜ ଯୋଗଦେଇ ଉପସ୍ଥିତ ଥିବା ଭକ୍ତବୃନ୍ଦ ମାନଙ୍କୁ ଜଗନ୍ନାଥ ସଂସ୍କୃତିକୁ ଆପଣେଇ ନେବାକୁ ପରାମର୍ଶ ଦେଇଥିଲେ l ଉକ୍ତ ଦିବସରେ ପ୍ରାତଃ ସମୟରୁ ଭଗବତ ଗୀତ ପାଠ, ବିଷ୍ଣୁ ସହସ୍ରନାମ, ହନୁମାନ ଚାଳିଶା ପାଠ ସହିତ ସନ୍ଧ୍ୟା ରେ ସତସଙ୍ଗ ଓ ପୁରୀ ରୁ ଆସିଥିବା ଅଭଡ଼ା ପ୍ରସାଦ ବିତରଣ କରାଯାଇଥିଲା l ଗଇଠିପୁର ଗ୍ରାମରେ ଥିବା ପ୍ରସିଦ୍ଧ ମା ଦିଗବାରୁଣୀ ଠାକୁରାଣୀ ଙ୍କ ନିକଟରୁ ଆଜ୍ଞା ମାଳ ଅଣାଯାଇ ନଗର ପରିକ୍ରମା କରାଯାଇ ମହାକାଳ ରୁଦ୍ରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପହଂଚିଥିଲା l ସେଠାରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ମା ସୁଭଦ୍ରା ଙ୍କ ଆଳତୀ ଓ ବନ୍ଦାପନା ପରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯଇଥିଲା l ଏହି କାର୍ଯ୍ୟକ୍ରମ କୁ କୃଷ୍ଣାନନ୍ଦପୁର, ମଣପୁର, କିଳିପାଳ, ସରଳପୁର ଶାଖା ର ସମସ୍ତ ସଦସ୍ୟ ଙ୍କ ସହିତ ଗୋବର୍ଦ୍ଧନ ପୀଠ ର ଅନେକ ସଦସ୍ୟ ମାନେ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l
ରାଜ୍ୟ
ସରଳପୁର ଠାରେ ଜଗନ୍ନାଥ ଚେତନା ଅଧିବେଶନ
- Hits: 328