ହେଡଲାଇନସ୍:

ନିସଙ୍ଗ ଓ ବେସାହାରା ଜୀବନ ବିତାଉଛନ୍ତି ବସନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଣେ ବୃଦ୍ଧଙ୍କ ସାହା ଭରଷା ନିଜର ପରିବାର ହୋଇଥିବାବେଳେ ବେସାହାରା ବୃଦ୍ଧଟିଏ ଏକଲା ବିନା ପରିବାରରେ ନିଜର ଦୁଃଖ, ସୁଖ ଓ ନିଜର ବାର୍ଦ୍ଧକ୍ୟ ଅବସ୍ଥାର କଷ୍ଟକୁ କେମିତି ବା ବାଣ୍ଟିବ? ତେବେ ନିର୍ଜୀଵ ବସ୍ତୁ ଓ ଗୃହ ପାଳିତ ପଶୁପକ୍ଷୀଙ୍କ ମାଧ୍ୟମରେ ବାଣ୍ଟିଥାଏ ନିଜର ନିର୍ଜନତା ମୁହୂର୍ତ୍ତକୁ l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତଣ୍ଡିକୁଳ ପଞ୍ଚାୟତ ସ୍ଥିତ ବିରିବାଟି ଗ୍ରାମରେ l ବସନ୍ତ ସେଠି ନାମକ ଜଣେ ବୃଦ୍ଧ ଦୀର୍ଘ ୨୫ ବର୍ଷ ହେବ ନିଜର ପରିବାରର ବିରହରେ କାଟୁଛନ୍ତି ଦିନ l ଏକ ଘରୋଇ ଝଗଡା ଯୋଗୁଁ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଚାଲିଯାଇଥିଲେ l ସ୍ତ୍ରୀ ଛାଡିଲା ପରେ ପୁଅ ମଧ୍ୟ ଘର ଛାଡି କୁଆଡେ ଗଲା ଯେ ତାର ପତାନାହିଁ l ଖରା ବର୍ଷା ଏବଂ ଶୀତ ପ୍ରକୋପର ସାଥି ତାଙ୍କର କେତେଟା ପାଳିତ ଛେଳି ଆଉ ଏହି ଭଙ୍ଗା ଘର l ବର୍ଷା ହେଲେ କାନ୍ଥରୁ ଅତଡ଼ା ହୋଇ ମାଟି ଛାଡେ ତ ଟାଣ ଖରାରେ ଶୁଖି ଚାଳ ଛପର ପବନ ମାଡ଼ରେ ଉଡିଯାଏ ବହୁ ଦୁରକୁ ଓ ଶୀତ କାକରର ସ୍ପର୍ଶରେ ଥରିଯାଏ ବୃଦ୍ଧ ବସନ୍ତ ସେଠୀଙ୍କ ଶରୀର l ଏଣେତେଣେ ବୁଲି ଭିକ୍ଷା କରି ନିଜର ଗୁଜୁରାଣ ମେଣ୍ଟାଉଥିବା ବୃଦ୍ଧାଜଣକ କେଉଁଠୁ ଆଣିବେ ଏତେ ଟଙ୍କା ଯେ ନିଜ ପାଇଁ ଏକ ପକ୍କା ଘର କରିପାରିବେ l ତାଙ୍କର ଜୀର୍ଣ୍ଣଶିର୍ଣ ଅବସ୍ଥାକୁ ଦେଖିଲେ କାହା ଆଖିରେ ଵି ଲୁହ ଚାଲିଆସିବ l ଏହି ଘଞ୍ଚ ଅରଣ୍ୟରୁ ବୃଦ୍ଧ ବସନ୍ତ ସେଠି ନିଜର ଦୁଃଖ ଓ କଷ୍ଟ ଭରା ନିର୍ଜନତାର ମୁହୂର୍ତ୍ତକୁ ପରିପ୍ରକାଶ କରିଛନ୍ତି ଆମ ଗଣପ୍ରତିନିଧି ସୁମନ୍ତ ଦାସଙ୍କ ପାଖରେ l ବୃଦ୍ଧା ବସନ୍ତ ସେଠୀଙ୍କ ଅସୁବିଧାକୁ ବିଡ଼ିଓ ଜିତେନ୍ଦ୍ର ନାୟକ ଓ ସରପଞ୍ଚ ସୁପ୍ରିୟା ଦାସଙ୍କୁ ଜଣାଇଲା ପରେ ସେ ଏହାର ପ୍ରତିକାର କରିବାପାଇଁ କଥା ଦେଇଛନ୍ତି l ଏହି ଘଟଣାକୁ ଜନପ୍ରତିନିଧି ସୁମନ୍ତ ଦାସଙ୍କ ସହିତ ନିସ୍ଵାର୍ଥ ସେବା ସଂଗଠନର ସଭାପତି ସୁଦର୍ଶନ ଦାଶ, ସମ୍ପାଦକ ସୁଶୀଲ ମହାରଣା ଲୋକଲୋଚନକୁ ଆଣିପାରିଛନ୍ତି l

0
0
0
s2sdefault