ଭୁବନେଶ୍ୱର (ଶାସକ ପ୍ରଶାସକ): କୃଷି ଯନ୍ତ୍ରପାତିର ରକ୍ଷଣାବେକ୍ଷଣ ଓ ମରାମତି ସମ୍ପର୍କରେ ତାଲିମ ଯୁବକ ମାନଙ୍କୁ ତାଲିମ ଦେବାପାଇଁ ଓଡିଶା କୃଷି ଶିଳ୍ପ ନିଗମ ତରଫରୁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା | ସେଥିରେ ସୁଦୂର ମାଲକାନଗିରି ଓ କୋରାପୁଟରୁ ଯୁବକମାନେ ଆସି ପ୍ରଶିକ୍ଷଣ ନେଇଥିଲେ | ଏହି ବାରଦିନିଆ ପ୍ରଶିକ୍ଷଣ ଶିବିରରେ ଟ୍ରାକ୍ଟର , ପାୱାରଟିଲର , ପମ୍ପ ଓ ଅନ୍ୟାନ୍ୟ କୃଷି ଯନ୍ତ୍ରପାତିର ମରାମତି ଓ ରକ୍ଷଣା ବେକ୍ଷଣାର ପ୍ରଶିକ୍ଷଣ ଦିଆଯାଇଥିଲା ଯୁବକ ମାନେ OFMRDC ଛାତ୍ରାବାସରେ ରହି ପ୍ରଶିକ୍ଷଣ ଲାଭ କରିଥିଲେ।
ଗତ ୨ ଜାନୁଆରୀରେ ସେମାନଙ୍କର ବିଦାୟୀ ସଭାର ଆୟୋଜନ କରା ଯାଇଥିଲା । ଏଥିରେ ନିଗମର ଉପାଧ୍ୟକ୍ଷ ଡଃ. ସନ୍ତୋଷ କୁମାର ବେଜ ପୌରହିତ୍ୟ କରିଥିଲେ । ଡି.ଜି.ଏମ ( ଯାନ୍ତ୍ରିକ) ଡଃ. ଆଲୋକ ଅଧିକାରୀ, ଉପାଧ୍ୟକ୍ଷଙ୍କ ସହ ଡେଭେଲପମେନ୍ଟ ଇଞ୍ଜିନିୟର ଶ୍ରୀ ବ୍ରଜ କିଶୋର ହୋତା , ନିର୍ବାହୀ ଯନ୍ତ୍ରୀ, ଓ.ଏଫ. ଏମ. ଆର. ଡି.ସି ଓ ଡି.ଜି.ଏମ ( ଇ ଓ ଆଇ) ଶ୍ରୀ ଲଲିତ ମୋହନ ଜେନା ଙ୍କୁ ସ୍ଵାଗତ କରିଥିଲେ। ଯୁବକମାନେ କିପରି ନିଜେ ସ୍ୱାବଲମ୍ବୀ ହୋଇପାରିବେ ଏବଂ ନିଜ ଅଞ୍ଚଳରେ କୃଷକ ମାନଙ୍କୁ ସାହାଯ୍ୟ କରିବେ ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ପରିଶେଷରେ ଉପାଧ୍ୟକ୍ଷ ତାଙ୍କର ବକ୍ତବ୍ୟ ରଖିବାସହ ସାର୍ଟିଫିକେଟ ଓ ଟୁଲ କୀଟ ପ୍ରଦାନ କରିଥିଲେ ।
ଶେଷ ଦିନ ନିର୍ଦ୍ଦେଶକଙ୍କ କହିବା ମୁତାବକ ଯୁବକ ମାନଙ୍କର ନନ୍ଦନ କାନନ ବୁଲିଯିବାର ଆୟୋଜନ କରଯାଇଥିଲା ।