ହେଡଲାଇନସ୍:

ଆକ୍ସନ ମୋଡ଼ରେ ଜିଲ୍ଲାପାଳ :ଅଚାନକ ଓଡ଼ଗାଁ ଗସ୍ତ କରି କଲେ ତନାଘନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ମଙ୍ଗଳବାର ସକାଳ ୧୦ଘଟିକା ସମୟରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଓଡ଼ଗାଁ ଗସ୍ତରେ ଆସି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତେବେ ବ୍ଳକ ଅଫିସରେ ବିଡ଼ିଓ ଅନୁପସ୍ଥିତ ରହିଥିବା ବେଳେ ଏହାର ସୁଯୋଗରେ ପ୍ରାୟ ଅଫିସର ପ୍ରତିଦିନ ପରି ନିଜ ନିଜର ସୁବିଧା ଅନୁସାରେ ଅଫିସରେ ପହଞ୍ଚି ଥିଲେ । ତେବେ ଜିଲ୍ଲାପାଳ ଆସିବା ଖବର ଜାଣି ସ୍ଥାନୀୟ କିଛି କର୍ମଚାରୀ ଅଫିସରେ ପହଞ୍ଚି ଯାଇଥିଲେ । ପରେ ଜିଲ୍ଲାପାଳ ସେଠାରୁ ବାହାରି କୋମଣ୍ଡ ଓଡ଼ଗାଁ, ବାଉଁଶଗାଡ଼ିଆ, ନନ୍ଦିଘୋର ଇତ୍ୟାଦି ବିଭିନ୍ନ ଅଂଚଳର ଧାନମଣ୍ଡି ପରିଦର୍ଶନ କରିଛନ୍ତି । ଏବଂ କୋମଣ୍ଡ ସ୍ଥିତ ମାଙ୍କଡ଼ା ପଥର ଖଣି ଅଂଚଳ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପରିଦର୍ଶନ କରିବା ସମୟରେ ବିଭିନ୍ନ ପ୍ରକାର ଅନିୟମିତତା କାର୍ଯ୍ୟ ସବୁ ଦୃଷ୍ଟିକୁ ଆସିଥିଲା । ଏଥିରେ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରି କୋମଣ୍ଡ ସର୍କଲର ରେଭିନ୍ୟୁ ଇନିସପେକ୍ଟର ସୁଧିର ପରିଡ଼ାଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ କରିବା ସଙ୍ଗେ ସଙ୍ଗେ ତହସିଲଦାର ଓଡ଼ଗାଁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏତଦ୍ ବ୍ୟତୀତ ତହସିଲଦାର ଓଡ଼ଗାଁଙ୍କ ନାମରେ ପ୍ରୋସିଡିଂ ପାଇଁ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଆସନ୍ତା ୧୫ଦିନ ମଧ୍ୟରେ ତଦନ୍ତ ବିବରଣୀ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ କୋମଣ୍ଡ ସମ୍ପାଦକ ଧାନ ମଣ୍ଡି ଆରମ୍ଭ କରିନଥିବା ସହିତ ସୋସାଇଟିରେ ଅନୁପସ୍ଥିତ ରହିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୁଚନା ଦେବାକୁ ହେବ ନିର୍ଦ୍ଦେଶ ଦେଇଥିଲେ ।

0
0
0
s2sdefault