ହେଡଲାଇନସ୍:

ଗ୍ରାମକୁ ରାସ୍ତା ନାହିଁ କି ବିଦ୍ୟୁତ ନାହିଁ, ଅନ୍ଧକାରରେ ଗ୍ରାମବାସୀ!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଂଗପୁର/ଅଶୋକ ସାହୁ ଗ୍ରାମକୁ ଭଲ ରାସ୍ତା ନାହିଁ, ଗ୍ରାମକୁ ବିଦ୍ୟୁତ ସଂଯୋଗ ମଧ୍ୟ ହୋଇନାହିଁ, ଯାହାଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ! ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଖୁଡୁକ ପଂଚାୟତ ଅଧୀନରେ ଥିବା ଛଡାଇପାଣି ଗ୍ରାମରେ ! ଏହି ଗ୍ରାମକୁ ପ୍ରାୟ ତିରିଶ ବର୍ଷ ହେଲା ଯାତାୟାତ କରିବା ପାଇଁ ଭଲ ରାସ୍ତା ନାହିଁ,କି ବିଜୁଳି ନାହିଁ,ବର୍ଷା ଦିନରେ ଆଣ୍ଠୁଏ ପାଣି ଜମା ରହିଥାଏ ରାସ୍ତା ଉପରେ, କାଦୁଅ ପଚ ପଚ ରେ ଗ୍ରାମବାସି ଯାତାୟାତ କରନ୍ତି ! ତା ସହିତ ଗ୍ରାମରେ ବିଦ୍ୟୁତ ମଧ୍ୟ ନାହିଁ ! ଛୋଟ ଛୋଟ ପିଲାମାନେ ଡିବିରୀ ଲଗେଇ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି ! ନେତା ମନ୍ତ୍ରୀ ମାନେ ନିର୍ବାଚନ ଆସିଲେ ମାଳ ମାଳ ଯୋଜନା କରିଦେବୁ ବୋଲି ନିରୀହ ଗ୍ରାମବାସୀ ଙ୍କୁ ପ୍ରତିଶୃତି ଦିଅନ୍ତି କିନ୍ତୁ ଯେତେବେଳେ ନିର୍ବାଚନ ଜିତିଯାନ୍ତି ଆଉ ସେମାନଙ୍କ ଦର୍ଶନ ମିଳେ ନାହିଁ ! ପ୍ରଶାସନ ମଧ୍ୟ ସବୁ ଦେଖି ଅଣଦେଖା କରିଦିଅନ୍ତି ! ଏଭଳି ଗରିବ ନିରୀହ ଲୋକଙ୍କୁ ଆଉ କେତେ ଦିନ ଭୁଆଁ ବୁଲେଇବେ ପ୍ରଶାସନ ଓ ନେତା ମନ୍ତ୍ରୀମାନେ !

0
0
0
s2sdefault