ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ପଞ୍ଚାୟତ ଉଦ୍ଧବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡିଆ ଠାରେ ୪ର୍ଥ ଆରସିଏ କପ୍ ୨୦୨୨ ଶନିବାରେ ଉଦଯାପିତ ହୋଇଥିବା ବେଳେ ଆହୋଜକ ଦଳ ରଙ୍ଗଣୀପାଟଣା ଚମ୍ପିୟାନ ଆଖ୍ୟା ହାସଲ କରିଥିବା ବେଳେ ମାଛିପଡା ଦଳକୁ ରନରସପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଆଜିର ଫାଇନାଲ ମ୍ୟାଚ ରଙ୍ଗଣୀପାଟଣା ଓ ମାଛି ପଡ଼ା ମଧ୍ୟରେ ୩ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ୧୦ ଓଭର ବିଶିଷ୍ଟ ମ୍ୟାଚରେ ରଙ୍ଗଣୀପାଟଣା ୭ ଉଇକେଟ ବିନିମୟରେ ୧୪୫ ରନ ସଂଗ୍ରହ କରିଥିବା ବେଳେ ମାଛିପଡ଼ା ୪ ଉଇକେଟ ବିନିମୟରେ ବିଜୟ ହାସଲ କରିଥିଲା । ଦିତୀୟ ପର୍ଯ୍ୟାୟ ମ୍ୟାଚ ୭ ଓଭର ବିଶିଷ୍ଟ ହୋଇଥିବା ବେଳେ ୬ ଉଇକେଟ ବିନିମୟରେ ମାଛି ପଡ଼ା ୮୭ ରନ୍ କରିଥିଲା । ରଙ୍ଗଣୀପାଟଣା ୪.୩ ଓଭରର ୯ ଉଇକେଟ ବିନିମୟରେ ମ୍ୟାଚକୁ ଜିତି ଯାଇଥିଲା । ସେହିପରି ତୃତୀୟ ପର୍ଯ୍ୟାୟ ୫ ଓଭର ବିଶିଷ୍ଟ ମ୍ୟାଚରେ ରଙ୍ଗଣୀପାଟଣା ୩ ଉଇକେଟ ବିନିମୟରେ ୮୦ରନ କରିଥିବା ବେଳେ ମାଛି ପଡ଼ା ୬ ଉଇକେଟ ବିନିମୟରେ ୪୬ ରନରେ ସିମିତ ରହିଥିଲା । ଫଳରେ ଆହୋଜକ ଦଳ ଚମ୍ପିୟାନ ଆଖ୍ୟା ହାସଲ କରିଥିବା ବେଳେ ମାଛି ପଡ଼ା ରନରସପରେ ସନ୍ତୁଷ୍ଟ ରହିଥିଲେ । ସାଗର ପାତ୍ର ବେଷ୍ଟ ବ୍ୟାଟ୍ସମ୍ୟାନ୍, ଚିତ୍ତରଞ୍ଜନ ସାହୁ ବେଷ୍ଟ ବୋଲର, ପବିତ୍ର ନାୟକ ମ୍ୟାନ ଅଫଦି ମ୍ୟାଚ, ଅଜୟ ନନ୍ଦ ବେହେରା ମ୍ୟାନ ଅଫ ଦି ସିରିଜ ପୁରସ୍କାର ହାସଲ କରିଥିଲେ । ରାକେଶ ରଞ୍ଜନ ସେଠୀ ଓ ସୁକାନ୍ତ କୁମାର ସାହୁ ଆଜିର ଖେଳ ପରିଚାଳନା କରିଥିଲେ । ଟୁନାମେଟର ଅନ୍ତିମ ଦିବସରେ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ, ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଝିଲି ପ୍ରଧାନ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ, ଓଡ଼ଗାଁ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ, ରଙ୍ଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ର, ସମିତି ସଭ୍ୟା ସସ୍ମିତା ଶୁକ୍ଳ, ସମାଜସେବୀ ବିରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
ରାଜ୍ୟ
ରଙ୍ଗଣୀପାଟଣା ୪ର୍ଥ ଆରସିଏ କପ୍ ୨୦୨୨: ରଙ୍ଗଣୀପାଟଣା ଚମ୍ପିୟାନ
- Hits: 341