ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ , ଜିଲ୍ଲା ସଂସ୍କୃତି ପରିଷଦ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ୯ମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବର ତୃତୀୟ ରଜନୀରେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ , ସମ୍ମାନିତ ଅତିଥି ରୂପେ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ , ଗୁରୁ ରଘୁନାଥ ପାତ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।
ଏହି ଅବସରରେ ନାଟକର ନାଟ୍ୟକାର ରବି ନାରାୟଣ ବେହେରା ଓ ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଅନିଲ ପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ତୃତୀୟ ରଜନୀର ସଭାକୁ ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ଉପ ସଭାପତି ଏମ୍.ପୃଥିବୀରାଜ ସ୍ୱାଗତ ଭାଷଣ ଦେଇଥିଲେ ଓ ଅମୂଲ୍ୟ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
ନାଟ୍ୟକାରଟିଏ ନାଟକ ଲେଖିବା ଆରମ୍ଭ କରେ ନାଟକରେ ବିଭିନ୍ନ ଚରିତ୍ରକୁ ନେଇ , ନାଟକ ଲେଖେ କିନ୍ତୁ ନାଟକର ସମାପ୍ତି ପୁର୍ବରୁ ସେ ଦ୍ଵନ୍ଦରେ ପଡ଼ିଯାଏ କେମିତ ତାର ପରିସମାପ୍ତି କରିବ , ଏସମୟରେ ସେ ଅଶାନ୍ତ ଚରିତ୍ର ମାନେ ନାଟକରୁ ବାହାରି ଆସି ଉପଦେଶ ଦିଅନ୍ତି ତାର ସମାପ୍ତି ପାଇଁ ଏଭଳି ଏକ ନୂତନ ଚିନ୍ତାଧାରା କୁ ନେଇ ନାଟକକୁ ରଚନା କରିଥିଲେ ନାଟ୍ୟକାର ରବି ନାରାୟଣ ବେହେରା , ନିର୍ଦ୍ଦେଶନା ଦେଇଥିଲେ ରାଜୁ ପାଢ଼ୀ। କଳାକାରଙ୍କ ସୁନ୍ଦର ଅଭିନୟ ରେ ଦର୍ଶକ ବିଭୋର ହୋଇଥିବା ଦେଖିବାକୁ ମିଳିଥିଲା।
ରାଜ୍ୟ
ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ତୃତୀୟ ରଜନୀରେ "ନାଟକ "ଅଶାନ୍ତ ଚରିତ"
- Hits: 334