ବରଗଡ :- ବରଗଡ ଜିଲ୍ଲା ଟାଲ ଗ୍ରାମ ପଞ୍ଚାୟତର ଦିପ୍ତିପୁର ଠାରେ ଖ୍ରୀଷ୍ଟିୟ ଯୁବକ ସଂଘ ଦ୍ବାରା ଆୟୋଜିତ ବଡଦିନ ପର୍ବ ଅବସରରେ ୧୧ତମ ଖ୍ରୀଷ୍ଟମାସ କପ ଉଦଯାପିତ ହୋଇଯାଇଛି।ଏଥିରେ ଖଏରପଲି ଦଳ ବିଜୟୀ ହୋଇଛି।ବୁରୋମୁଣ୍ଡା ଦଳ ଓ ଖଏରପାଲି ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଟସ୍ ଜିତି ପ୍ରଥମେ ଖଏରପାଲି ଦଳ ବୋଲିଂ କରିବାକୁ ନିଷ୍ପତି ନେଇଥିଲା।ପ୍ରଥମେ ବୁରୋମୁଣ୍ଡା ଦଳ ବ୍ୟାଟିଂ କରି ୧୫ଓଭରେ ୯ଓ୍ବିକେଟ ହରାଇ ୧୪୫ ରନ କରିଥିଲା।ଦଳ ତରଫରୁ ବିକାଶ ୨୯ ବଲରେ ୫୩ରନ କରିଥିଲେ।ତାଜବାବରେ ଖଏରପାଲି ଦଳ ୧୩.୨ ଓଭରେ ୧୪୬ରନ କରି ବିଜୟୀ ହୋଇଥିଲା। ଆଜିର ଉଦଯାପନୀ ଉତ୍ସବରେ ମାଇକେଲ ନାଗ ମଞ୍ଚପରିଚାଲନା କରିଥିଲେ।ଆଚାର୍ଯ୍ୟ ମର୍ସି ସୌରଭ କୁମାରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଯୁବନେତା ଭୋଜରାଜ ସିଂ ବରିହା ଯୋଗଦେଇ ଖେଳ ଯୁବ ସମାଜ କୁ ଅନେକ ପ୍ରକାର କୁ ସଂସ୍କାର ରୁ ଦୁରେଇ ରଖିବା ରେ ସହଯୋଗ କରିବା ସହିତ ମାନସିକ ସ୍ଥିରତା ଓ ଶାରୀରିକ ସୁସ୍ଥତା ପ୍ରଦାନ କରିଥାଏ , ହରିବା କିମ୍ବା ଜିତିବା ବଡ଼ କଥା ନୁହେଁ , ସୁସ୍ଥ ସମାଜ ଗଠନରେ ଯୁବ ସମାଜ ଖେଳ ପ୍ରତି ଆକୃଷ୍ଟ ହେବା ଆବଶ୍ୟକ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ମିହିର ରଞନ ସାଗର,ଅନିଋଦ୍ଧ ରଣା,ମିଲୁ ଭୋଇ,ଅମିଲାଲ ଭୁଏ,ଗିତାଞଳୀ କୁମାର,ୟୁନସ ଏକ୍କା,ଅମିତରାଜ ସାଗର ।ବିଜେତା ଦଳକୁ ସୁନ୍ଦର ଟ୍ରଫି ସହ ୧୮ହଜାର ଟଙ୍କା ଓ ଉପବିଜେତା ଦଳକୁ ସୁନ୍ଦର ଟ୍ରଫି ସହ ୧୨ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା।ଟୁଣ୍ଣାମେଣ୍ଟର ସର୍ବଶ୍ରେଷ୍ଟ ଖେଳାଲି ଖଏରପାଲି ଦଳର ବିରେନ କୁ ପୁରସ୍କୃତ କରାଯାଇଥଲା। ଏହି ଅବସରରେ ଅଞ୍ଚଳର ଅସହାୟ ବୃଦ୍ଧା,ଅନାଥ ଶିଶୁ ମାନଙ୍କୁ ବଡଦିନ ପର୍ବ ଅବସରରେ ଶୀତ ବସ୍ତ୍ର,ସ୍କୁଲ ସାମଗ୍ରୀ ଅତିଥି ମାନଙ୍କହସ୍ତରେ ପ୍ରଦାନ କରାଯାଇଥିଲା।ଖେଲପରିଚାଲନା କରୁଥିଲେ ହନୁ ଅଗ୍ରଓ୍ବାଲ, ଉମେଶ ଭୋଇ ଏବଂ,ସ୍କୋରୀଙ୍କକରୁଥିଲେ ସାମୁଏଲ କଲେତ, ଆଲୋକ ସୁନା। ସମ୍ବଲପୁରୀ ଭାଷାରେ ଧାରାବିବରଣୀ ଦଉଥିଲେ ରାଜୁ କୁମାର,ସମୀର ନାଗ,ଶୁଶିଲ ଦୀପ।ଶେଷରେ ଖ୍ରୀଷ୍ଟିୟ ଯୁବକ ସଂଘର ସଭାପତି ସୁଜୟ ସାଗର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।ଖ୍ରୀଷ୍ଟିୟ ଯୁବକ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
ରାଜ୍ୟ
୧୧ତମ ଖ୍ରୀଷ୍ଟମାସ କପ, ଖଏରପାଲି ଦଳ ବିଜୟୀ
- Hits: 378