ବରଗଡ :- ପବିତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ଠାରେ ଆଜି ସ୍ଵଳାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ତରଫରୁ 165 ତମ ସହିଦ ଦିବସ ପାଳନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଘେସଁ ଜମିଦାର ମାଧୋ ସିଂ ଙ୍କୁ ଠିକ ଆଜିର ଦିନରେ ବ୍ରିଟିଶ ସରକାର 165 ବର୍ଷ ପୂର୍ବେ 1858 ମସିହାରେ ସମ୍ବଲପୁର କାରାଗାର ରେ 72 ବର୍ଷ ବୟସରେ ଫାଶିଖୁଣ୍ଟରେ ଝୁଲାଇ ହତ୍ୟା କରିଥିଲେ । ଏହାପରେ ତାଙ୍କର ଚାରି ପୁଅ କୁଂଜେଲ ସିଂ , ହଟେ ସିଂ ବୈରି ସିଂ ଓ ଐରି ସିଂ ଙ୍କ ସହିତ ତାଙ୍କର ଜ୍ୱାଇଁ ଗୋବିନ୍ଦ ଓ ସହଯୋଗୀ ସାଲେଗ୍ରାମ ବରିହା ଙ୍କୁ ମଧ୍ୟ ପରବର୍ତ୍ତୀ ସମୟରେ ଦେଶ ପାଇଁ ସହିଦ ହେବାକୁ ପଡିଥିଲା । ଜମିଦାର ମାଧୋ ସିଂ ଙ୍କୁ ଆୟତ୍ତ କରିବା ପାଇଁ ବ୍ରିଟିଶ ମାନେ ଦୁଇ ଥର ଘେସଁ ଗ୍ରାମ କୁ ପୋଡି ଦେଇଥିଲେ । ଜୀବନର ଶେଷ ମୁହୂର୍ତ୍ତ ପର୍ଯନ୍ତ ଏହି ପରିବାର ବ୍ରିଟିଶ ସାମ୍ରାଜ୍ୟ ପାଖରେ ମୁଣ୍ଡ ତଳକୁ କରିନଥିଲା । ଇତିହାସ ରେ ଏହିଭଳି ଦୃଷ୍ଟାନ୍ତ ଦେଖିବାକୁ ମିଲିନାହିଁ ଯେ ଗୋଟେ ପରିବାର ର ଏତେ ସଂଖ୍ୟାରେ ସଂଗ୍ରାମୀ ଦେଶ ପାଇଁ ବଳିଦାନ ଦେଇଥିବା । ଆଜି ପବିତ୍ର ନୃସିଂହନାଥ ପୀଠରେ ସହିଦ ଦିବସ ଅବସରରେ ବିଂଝାଲ ସମାଜ ତରଫରୁ ନିଜର ଏହି ମହାନ ପୂର୍ବ ପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହିତ ସଂଗ୍ରାମୀ ମାନଙ୍କ ଜୀବନ ଉପରେ ଆଲୋକପାତ କରାଯାଇଥିଲା । ଏହି ସଭାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଉଦିୟମାନ ଯୁବ ନେତା ଶ୍ରୀ ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ପାଇକମାଲ ଓ ଝାରବନ୍ଧ ବ୍ଲକ ର ଅନେକ ସାମାଜିକ କର୍ମକର୍ତ୍ତା ମାନେ ଉପସ୍ଥିତ ହୋଇ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ତାଙ୍କର ସ୍ମୃତିଚାରଣ କରିଥିଲେ । ଶେଷରେ ସମାଜର ସମ୍ପାଦକ ଶ୍ରୀ ଦେବରାଜ ବରିହା ଧନ୍ୟବାଦ ଜ୍ଞାପନ କରିଥିଲେ ।।
ରାଜ୍ୟ
ସ୍ଵଳାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ତରଫରୁ 165 ତମ ବିରତା ଦିବସ ପାଳନ
- Hits: 401