ଆସ୍ଥା ପ୍ରକଟ କରିଥିବା ଯୋଗୁ ଜଣାଇଲେ କୃତଜ୍ଞତା
ଭୁବନେଶ୍ୱର : ଆଜି ପୁନର୍ଗଠିତ ହୋଇଛି ବିଜେଡି ମିଡ଼ିଆ ଟିମ | ଲେନିନ ମହାନ୍ତି ମେଡିଆ ସଂଯୋଜକ ଓ ମଧୁସ୍ମିତା ନାୟକ ସହ ସଂଯୋଜିକା ଭାବେ ନିଯୁକ୍ତ ହୋଇଥିବା ବେଳେ ତାଲିକାରେ ୫ ଜାତୀୟ ମୁଖପାତ୍ର, ୧୬ ରାଜ୍ୟ ମୁଖପାତ୍ର ଓ ୯ ମେଡିଆ ପ୍ୟାନେଲିଷ୍ଟ ନିଯୁକ୍ତ ହୋଇଛନ୍ତି | ଏହି ତାଲିକାରେ ମେଡିଆ ପ୍ୟାନେଲିଷ୍ଟ ଭାବେ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି ଛାତ୍ର ବିଜେଡି ବରିଷ୍ଠ ଉପସଭାନେତ୍ରୀ ଅପୂର୍ବା ଅପରୂପା | ସୁବକ୍ତା ଭାବେ ଜଣାଶୁଣା ଅପୂର୍ବା ଅପରୂପା ଦଳର ଜଣେ ଶୃଙ୍ଖଳିତ ତଥା ଉତ୍ସର୍ଗୀତ ଛାତ୍ରନେତ୍ରୀ ଭାବେ କାର୍ଯ୍ୟ କରି ଆସିଛନ୍ତି | ଦଳ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ ହେଉଥିବା ଅପରୂପା ଦଳ ପକ୍ଷରୁ ଦିଆଯାଇଥିବା ଦାୟିତ୍ୱ ନିଷ୍ଠାର ସହ ସମ୍ପନ୍ନ କରି ଆସିଛନ୍ତି | ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଏପରି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ଯୋଗୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି | ଏହାସହିତ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି | "ଦଳ ମତେ ଯେଉଁ ଦାୟିତ୍ୱ ପ୍ରଦାନ କରିଛି, ତାକୁ ସୁଚାରୁ ରୂପେ ସମ୍ପାଦନ କରିବାକୁ ସଂକଳ୍ପବଦ୍ଧ " ବୋଲି କହିଛନ୍ତି ଅପୂର୍ବା |