ପୂର୍ବତନ ଲୋକପ୍ରିୟ ସାମ୍ବାଦିକ ତଥା ତଥା ବିଜେଡି ଯୁବନେତା ସ୍ୱୟଂପ୍ରକାଶ ମହାପାତ୍ର ବିଜେଡି ସୋସିଆଲ ମେଡିଆ ସେଲ ମୁଖ୍ୟ ନିଯୁକ୍ତ ହୋଇଛନ୍ତି | ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ଵୟଂପ୍ରକାଶଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଥବା ବିଷୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି |
ଏହି ନୂତନ ପଦବୀରେ ନିଯୁକ୍ତି ପରେ ନିଜ ପ୍ରତିକ୍ରିୟାରେ ସ୍ୱୟଂ କହିଛନ୍ତି ଯେ "ମତେ ଦଳର ସୋସିଆଲ ମିଡିଆ ସେଲ୍ ମୁଖ୍ୟ ଭାବେ ଦାୟିତ୍ୱ ଦେଇଥିବାରୁ ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି। ଦଳର ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଦଳର ସମସ୍ତ ବରିଷ୍ଠ ନେତୃତ୍ୱ ଏବଂ ସହଯୋଗୀ ମୋ ଉପରେ ବିଶ୍ୱାସ ରଖିଥିବାରୁ ଧନ୍ୟବାଦ ।
ଜନସେବା ହିଁ ବିଜୁ ଜନତା ଦଳର ବଳ। କର୍ତ୍ତବ୍ୟ ପରାୟଣତା ହିଁ ଆମ ଦଳର ଶକ୍ତି। ଦଳର ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶା ଯେଉଁ ସମୃଦ୍ଧିର ଶୀଖର ଛୁଉଁଛି, ସଫଳତାର ସ୍ବର୍ଣ୍ଣିମ ଇତିହାସ ଲେଖୁଛି, ସେହି ଦଳରେ ସାମିଲ ହୋଇ ଏତେ ବଡ଼ ଦାୟିତ୍ଵ ପାଇବା ମୋ ପାଇଁ ସୌଭାଗ୍ୟର କଥା।
ଦଳ ମତେ ଯେଉଁ ଦାୟିତ୍ୱ ପ୍ରଦାନ କରିଛି, ତାକୁ ସୁଚାରୁ ରୂପେ ସମ୍ପାଦନ କରିବାକୁ ସଂକଳ୍ପବଦ୍ଧ । ସଭିଙ୍କ ସହଯୋଗ ଓ ଆଶୀର୍ବାଦ କାମନା କରୁଛି ।"