ହେଡଲାଇନସ୍:

ଜାତୀୟ ଜାମ୍ବୋରୀ ପାଇଁ ଓଡିଶାରୁ ପ୍ରାୟ ୩୦୦ ସ୍କାଉଟସ୍‌, ଗାଇଡସ୍ ଏବଂ ୟୁନିଟ୍ ଲିଡରଙ୍କ ରାଜସ୍ଥାନ ଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମନ୍ତ୍ରୀ ତଥା ରାଜ୍ୟ ସଂସ୍ଥାର ସଭାପତି ଅତନୁ ସବ୍ୟସାଚୀ ରେଲୱେ ଷ୍ଟେସନକୁ ଯାଇ ପିଲାମାନଙ୍କୁ କଲେ ଉତ୍ସାହିତ

ଭୁବନେଶ୍ୱର : ଜାତୀୟ କାର୍ଯ୍ୟାଳୟ ନୂଆଦିଲ୍ଲୀ ଦ୍ୱାରା ଆୟୋଜିତ ଜାତୀୟ ଜାମ୍ବୋରୀ, ପାଲି ରାଜସ୍ଥାନରେ ୪ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ଜାତୀୟ ଜାମ୍ବୋରୀରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୩୫୦୦୦ରୁ ଊର୍ଦ୍ଧ୍ୱ ସ୍କାଉଟସ୍ ଏବଂ ଗାଇଡସ୍ ଭାଗନେବାପାଇଁ ଯାଉଛନ୍ତି ।
ସେହିପରି ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶରେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ଦ୍ୱାରା ରାଜ୍ୟ ମୁଖ୍ୟାଳୟ ପରିସରରେ ତା୨୯.୧୨.୨୦୨୨ରିଖ ଠାରୁ ୩୦.୧୨.୨୦୨୨ରିଖ ଦୁଇଦିନ ଜାତୀୟ ଜାମ୍ବୋରୀରେ ଯୋଗଦାନ କରୁଥିବା ସ୍କାଉଟସ୍ ଏବଂ ଗାଇଡସ୍ ମାନଙ୍କ ପାଇଁ ଏକ ପ୍ରସ୍ତୁତି ପର୍ବ ଅନୁଷ୍ଠିତ ହୋଇଅଛି । ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ ଓଡିଶାରୁ ପ୍ରାୟ ୩୦୦ ଜଣ ସ୍କାଉଟସ୍‌, ଗାଇଡସ୍ ଏବଂ ସେମାନଙ୍କର ୟୁନିଟ୍ ଲିଡରଙ୍କ ସମେତ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ବାହାରିଛନ୍ତି ।

ଏହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀ ଖାଦ୍ୟଯୋଗାଣ ଓ ସମବାୟ ତଥା ରାଜ୍ୟସଂସ୍ଥାର ସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଆସି ରେଲୱେ ଷ୍ଟେସନରେ ସ୍କାଉଟସ୍ ଏବଂ ଗାଇଡସ୍‌ମାନଙ୍କ ସହିତ ଦେଖାହୋଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଜାମ୍ବୋରୀ ୪ତାରିଖ ଦିନ ରାଜସ୍ଥାନଠାରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦୀ ମୁର୍ମୁଙ୍କ ଦ୍ୱାରା ଉଦ୍‌ଘାଟିତ ହେବ ।

0
0
0
s2sdefault