୨ ଚାଷୀଙ୍କର ଖାଇଗଲେ ୪୦ ବସ୍ତା ଧାନ
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବନାଂଚଳ ବାହାଡ଼ାଝୋଲା ସେକ୍ସନ ଅଞ୍ଚଳରେ ଗୁରୁବାର ରାତିରେ ହାତୀପଲ ରହିଥିବା ବେଳେ ଶୁକ୍ରବାର ଦିନ ସକାଳୁ ସେମାନେ ମହିପୁରୁ ବନାଂଚଳର ଗୁମି ସେକ୍ସନର ଓଡ଼କପା ଠାରେ ପହଁଚିଥିଲେ । ସେଠାରେ ଦିଲ୍ଲୀପ ଖିଲାରଙ୍କ ୩୦ ବସ୍ତା ଧାନ ଖାଇବା ସହିତ ଦଳାଚକଟା କରିଥିବା ବେଳେ ଏହା ପୂର୍ବରୁ ବାହାଡ଼ାଝୋଲା ସେକ୍ସନର ଜଦୁପଲ୍ଲୀର ମୁଶାବାରିକଙ୍କ ୭ବସ୍ତା ଧାନ ଖାଇବା ସହିତ ନଷ୍ଟ କରିଥିଲେ । ବାହାଡାଝୋଲା ବନପାଳ ସନାନ୍ତନ ସ୍ୱାଇଁଙ୍କ ନେତୃତ୍ୱରେ ହାତୀ ଟ୍ରାକର ସ୍କ୍ୱାଡମାନେ ହାତୀ ମାନଙ୍କୁ ମଜୁରୀଆପଲ୍ଲୀ, ଝାଡସାହି, ସାତପାଟିଆ, ବେରୁହାଁବାରି, ବଧୁଲିପୁର, ଦିଘ, ଜଦୁପଲ୍ଲୀ, କାଳିଆମ୍ବା ଅତିକ୍ରମ କରିଇବା ପରେ ହାତୀମାନେ ଗୁମି ସେକ୍ସନର ଓଡକପା ପଳାଇଯାଇଥିଲେ । ବାହାଡାଝୋଲା ସେକ୍ସନ ସଂରକ୍ଷିତ ଜଙ୍ଗଲ ମାନଙ୍କୁ ଲାଗି ଗାଁ ମାନ ରହିଥିବାରୁ ମିଳିତ ଭାବେ ସେଠାକାର ଗ୍ରାମବାସୀମାନେ ନିଜ ଧନ ଜୀବନର ସୁରକ୍ଷା ପାଇଁ ହାତୀମାନଙ୍କୁ ଘଉଡାଇଥାନ୍ତି । ଏଣୁ ହାତୀମାନେ ଯାଉଥିବା ସମୟରେ ବାଟହୁଡି ଏଣେତେଣେ ପସିଯାଇ ଫସଲ ନଷ୍ଟ କରିଥିବା ଜଣାପଡିଛି । ୧୩ପଟ ବିଶିଷ୍ଟ ହାତୀପଲ ବର୍ତମାନ ମହିପୁରୁ ବନାଂଚଳ ମଧ୍ୟରେ ଥିବା ବନକର୍ମଚାରୀ ମାନେ କହିଥିଲେ ।