( କାଠମାଣ୍ଡୁରେ ଆୟୋଜିତ ପ୍ରଥମ ଅନ୍ତର୍ଜାତୀୟ ଓଡ଼ିଆ ସାହିତ୍ୟ ସମ୍ମିଳନୀରେ ଅତିଥି ମାନଙ୍କ ମତ )
ବୀରମହାରାଜପୁର : (ବିନୋଦ ପାଣ୍ଡେ): ଓଡ଼ିଶାର ଜଗନ୍ନାଥ ସଂସ୍କୃତି ସମଗ୍ର ବିଶ୍ଵରେ ବିରଳ ଏବଂ ଓଡ଼ିଶା ସହିତ ନେପାଳର ଭବଗତ ସମ୍ପର୍କ ରହିଛି ବୋଲି ନେପାଳର କାଠମାଣ୍ଡୁଠାରେ ଆୟୋଜିତ ପ୍ରଥମ ଆନ୍ତର୍ଜାତୀୟ ଓଡ଼ିଆ ସାହିତ୍ୟ ସମ୍ମିଳନୀରେ ମଞ୍ଚାସୀନ ଅତିଥି ମାନେ ମତ ପ୍ରକାଶ କରିଛନ୍ତି । ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ, ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ 'ମାଟିଲଗ୍ନା ସାହିତ୍ୟ ସଂସଦ' ତରଫରୁ ନେପାଳର ରାଜଧାନୀ କାଠମାଣ୍ଡୁରେ ଗତ ୨୭ ତାରିଖରେ ପ୍ରଥମ ଅନ୍ତର୍ଜାତୀୟ ଓଡ଼ିଆ ସାହିତ୍ୟ ସମ୍ମିଳନୀ ମହା ସମାରୋହରେ ଆୟୋଜିତ ହୋଇ ଯାଇଛି । ସଂସଦର ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ମାଲକାନାଗିରି ଜିଲ୍ଲାରେ ପ୍ରତିଷ୍ଠିତ ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦ ବିଦେଶରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଅନୁଷ୍ଠାନର ୩୬ ଜଣିଆ ପ୍ରତିନିଧି ଗତ ୨୩ ତାରିଖରେ ନେପାଳ ଗସ୍ତ କରିଥିଲେ । କାଠମାଣ୍ଡୁସ୍ଥିତ ନେପାଳ ଓଡିଆ ଅନୁଷ୍ଠାନ ସହଯୋଗରେ ଆୟୋଜିତ ସଭାରେ ସଂସଦର ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପ୍ରଧାନ ସଭାପତିତ୍ବ କରିଥିବା ବେଳେ ଓ୍ବାଇ.ସି.ଏଲ ନେପାଳ ସିଭିସିର ଉପାଧ୍ୟକ୍ଷ ଉମେଶ ଘୋରାସୋନୀ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ସର୍ବଶ୍ରୀ ଅନୀଳ କୁମାର ପାଶଓ୍ବାନ କେନ୍ଦ୍ରୀୟ ସଚିବ ନେପାଳ, ଶିବରାମ ଦଙ୍ଗାଲ, ଯୁବନେତା କାଠମାଣ୍ଡୁ, ମନୀଷ କର୍ଣ୍ଣ ଜେସିବି ମେନେଜର, ଈଶ୍ବର ଶ୍ରେଷ୍ଠ, କାଉନସିଲର ପ୍ରମୁଖ ଯୋଗଦାନ କରି ଓଡିଆ ଅସ୍ମିତାକୁ ବଜାୟ ରଖିବାକୁ ପ୍ରେରଣା ଦେଇଥିଲେ । ଏହି ସମାରୋହରେ ମାଟିଲଗ୍ନା ସାହିତ୍ୟ ସଂସଦର ବୈଦେଶୀକ ସମ୍ପର୍କ ପ୍ରମୁଖ ସମୀର ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ କିଶୋର ଚନ୍ଦ୍ର ତ୍ରୀପାଠୀ ସଭା ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରି ଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଜୟନ୍ତ ମହାଲିକ ଏବଂ ସାବିତ୍ରୀ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ | ଓଡିଆ ଭାଷା ସାହିତ୍ଯର ଏଭଳି ଅଦମ୍ଯ ଚେଷ୍ଟାକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଥିଲେ |
ଓଡ଼ିଶାର ଏହି ଅନ୍ତର୍ଜାତୀୟ ମହା ସମ୍ମିଳନୀରେ ଓଡ଼ିଶାର ପ୍ରଭାତି ମଣ୍ଡଳ, ରଶ୍ମିରଞ୍ଜନ ସାହୁ, ସୋନାଲି ସାହୁ, ମୀରାମ୍ବିକା ସାହୁ, ଜ୍ଯୋତ୍ସ୍ନାରାଣୀ ଭୋଇ, ଚନ୍ଦ୍ରକଳା ଦେବୀ, କାନିନିକା ମହାଲିକ, ସୌମ୍ୟରଞ୍ଜନ ମହାଲିକ, କୃଷ୍ଣପଦ ରାୟ, ପ୍ରସନ୍ନ କୁମାର ମେହେର, ଶ୍ରଦ୍ଧାଞ୍ଜଳି ମହାପାତ୍ର, ସଙ୍ଗୀତା ଦୋରା, ମଞ୍ଜୁଲତା ଦାଶ, ବନବିହାରୀ ବିଶ୍ବାଳ, ବର୍ଷା ବିଶ୍ବାଳ, ଆୟୁଷ୍ମାନ ବିଶ୍ବାଳ, ପୂର୍ଣ୍ଣଚନ୍ଦ୍ର ଭୋଳ, ବେଦପ୍ରଭା ଭୋଳ, ସଦାନନ୍ଦ ପଣ୍ଡା, ସୁରେନ୍ଦ୍ର ମୋହନ ପଣ୍ଡା, ସୁଦ୍ରୁମା ପଣ୍ଡା, ନିରୁପମା ଶତପଥୀ, ସୁଦୀପ୍ତା ପଟ୍ଟନାୟକ, ରବି ନାରାୟଣ ପଟ୍ଟନାୟକ, ବ୍ରଜ କିଶୋର ପାଢୀ, ଝୁମୁରୀ ସାହୁ, ସତ୍ଯବାନ ସାହୁ, ମହାଦେବ ମାଡକାମୀ, ନୀଳକାନ୍ତି ପଟ୍ଟନାୟକ, ଶ୍ରୀକୃଷ୍ଣ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦାନ କରିଛନ୍ତି । ଏହି ଅବସରରେ ଏକ ସ୍ମରଣିକା "ମାଟିଲଗ୍ନା" ଉନ୍ମୋଚିତ ହୋଇ ଥିଲା । ଏହା ପୂର୍ବରୁ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର କରିବା ପାଇଁ ମାଟିଲଗ୍ନା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଅନୁଷ୍ଠାନର ସଭାପତି କିଶୋର ଚନ୍ଦ୍ର ପ୍ରଧାନ ଏବଂ ରାଷ୍ଟ୍ରୀୟ ସଂଯୋଜକ ବିନୟ କୁମାର ଦଣ୍ଡସେନାଙ୍କ ନେତୃତ୍ବରେ ଉତ୍ତରାଖଣ୍ଡର ହରିଦ୍ଵାର, ମହାରାଷ୍ଟ୍ରର ମୁମ୍ବାଇ, ଗୁଜରାଟର ଦ୍ୱାରକା, ଝାଡଖଣ୍ଡର ସିଂହଭୂମି ଏବଂ ଓଡ଼ିଶାର ବିବାଦୀୟ ଭୂମି କୋଟିଆ ଆଦି ସ୍ଥାନ ମାନଙ୍କରେ ଜାତୀୟ ସ୍ତରୀୟ ଓଡ଼ିଆ ସାହିତ୍ୟ ସମ୍ମିଳନୀ ଆୟୋଜିତ ହେଇ ସାରିଛି | ପ୍ରକାଶ ଥାଉ କି ଆସନ୍ତା ୨୦୨୩ ମଇ ମାସ ୭ ତାରିଖରେ ଆଣ୍ଡାମାନ ଓ ନିକୋବର ର ରାଜଧାନୀ ପୋର୍ଟ ବ୍ଲେୟାର୍ ଠାରେ 'ଦ୍ଵିତୀୟ ଅନ୍ତର୍ଜାତୀୟ ଓଡ଼ିଆ ସାହିତ୍ୟ ସମ୍ମିଳନୀ' ଆୟୋଜନ କରିବା ପାଇଁ ନିଷ୍ପତ୍ତି ଚୂଡାନ୍ତ ହୋଇ ସାରିଥିବା ସଂସଦର ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ପାଢ଼ୀ ପ୍ରକାଶ କରିଛନ୍ତି |