ହେଡଲାଇନସ୍:

ବୀରମହାରାଜପୁରରେ ଋଣ ମେଳା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର, (ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ସରକାର ଙ୍କ ପକ୍ଷରୁ ମିଶନ ଶକ୍ତି ଗୋଷ୍ଠୀକୁ ଋଣ ବଣ୍ଟନ କରାଯାଇଛି। ରାଜ୍ୟ ରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ହଜାର କୋଟି ଟଙ୍କା ଘୋଷଣା କରିବା ପରେ ମହିଳା ମିଶନ ଶକ୍ତି ର ୩ ଶହ ୮୦ ଗୋଟି ଗ୍ରୁପ କୁ ୮ କୋଟି ୭୮ ଲକ୍ଷ ଟଙ୍କା ର ଋଣ ପ୍ରଦାନ କରାଯାଇଛି l ଉକ୍ତ ଋଣ ମେଳାକୁ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହାଉଦଘାଟନ କରିଥିଲେ । ବୀରମହାରାଜପୁର ବି. ଡି. ଓ ମୋତିଲାଲ ସୁଲିଆ, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ମିଶନ ଶକ୍ତି ଜିଲ୍ଲା ସଂଯୋଜକ କାର୍ତ୍ତିକ ନାଏକ, ବି ପି ଏମ ମନୋଜ ବାଘ,ରମାକାନ୍ତ ହରିପାଳ, ରଞ୍ଜିତ ଖମାରୀ,ସି. ଡି ପି ଓ ସୁଦର୍ଶନୀ ରଥ, ବିଥିକା ରାଣୀ ମିଶ୍ର, ପ୍ରଫୁଲ୍ଲ କୁମାର ବାରିକ, ସମସ୍ତ ବ୍ୟାଙ୍କ ଅଧିକାରୀ, ଏମ. ବି. କେ, ସି. ଆର. ପି, ବ୍ୟାଙ୍କ ମିତ୍ର,ସ୍ୱୟଂ ସହାୟକ ଗୋଷ୍ଠି ର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ । ରାଜ୍ୟ ସରକାର ମହିଳା ମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ଏକା ସାଙ୍ଗରେ ୮ କୋଟି ୩0ଲକ୍ଷ ୬୯ ହଜାର ରୁ ଉର୍ଦ୍ଧ ଟଙ୍କା ୩୯୧ ଗୋଟି ଗୋଷ୍ଠୀ କୁ ଋଣ ପ୍ରଦାନ କରିଥିବାରୁ ଏଥିରେ ମିଶନ ଶକ୍ତି ମହିଳା ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l

0
0
0
s2sdefault