ହେଡଲାଇନସ୍:

ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟୋତ୍ସବ ଉଦଯାପିତ କଳା, ସଂସ୍କୃତି ଓ କ୍ରୀଡାର ବିକାଶ ହେଉ-ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର-ଡିସେମ୍ବର ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟୋତ୍ସବ ଆଜି ସଂଧ୍ୟାରେ ଉଦଯାପିତ ହୋଇଛି । ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗ ଦେଇଥିଲେ । ଉଦଯାପନୀ ଅଭିଭାଷଣରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଲେ ଯେ,ଓଡିଶୀ ନୃତ୍ୟକୁ ନେଇ ଓଡିଶା । ଓଡିଶା ପାଇଁ ଓଡିଶୀ ନୃତ୍ୟ ମଧ୍ୟ ଆଜି ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଛି । ଆୟୋଜିତ ଓଡିଶୀ ନୃତ୍ୟୋତ୍ସବରେ ଆମେରିକା ଓ ତାଇଓ୍ୱାନ ଭଳି ବିଦେଶରୁନୃତ୍ୟ ଶିଳ୍ପୀ ସମେତ ଭାରତର ବିଭିନ୍ନ ପ୍ରଦେଶରୁ ନୃତ୍ୟ ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଛନ୍ତି । ସମସ୍ତ ଶିଳ୍ପୀ ଏକକ, ଯୁଗଳ ଏବଂ ଦଳଗତ ଭାବେ ଉଚ୍ଚକୋଟୀର କଳାନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ରାଜ୍ୟର କଳା, ସଂସ୍କୃତି ଓ କ୍ରୀଡାର ବିକାଶକୁ ଗୁରୁତ୍ୱ ଦେଉଛନ୍ତି ।ଆଗାମୀ ଦିନରେ ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ମଧ୍ୟ ଓଡିଶାରବିଭିନ୍ନ ନୃତ୍ୟଓ ସାଂସ୍କୃତିକ ଐତିହ୍ୟ ବିଶ୍ୱବାସୀ ଦେଖିବାକୁ ପାଇବେ । ଏଣୁ ଓଡିଶୀ ନୃତ୍ୟ ସମେତ ଓଡିଶାର କଳା, ସଂସ୍କୃତି ଓ କ୍ରୀଡାର ବିକାଶ ହେଉ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରକାଶ କରିବା ସହିତ ସମସ୍ତ ଓଡିଶୀ ନୃତ୍ୟଶିଳ୍ପୀମାନଙ୍କୁ ଏ ଦିଗରେ ଉତ୍ସାହିତ କରିବାକୁ କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ, ବିଶିଷ୍ଟ ନୃତ୍ୟାଙ୍ଗନା ତଥା ଓଡିଶା ସଂଗୀତ ନାଟକ ଏକାଡେମୀର ସଭାପତି ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି, ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଏବଂ ଓଡିଶୀ ଗବେଷଣା କେନ୍ଦ୍ରରପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନୂଜା ତାରିଣୀ ମିଶ୍ର ଯୋଗଦେଇଥିଲେ ।
ଏହି ଅବସରରେ ଆଜି ସଂଧ୍ୟାରେ ଓଡିଶୀ ନୃତ୍ୟ ପରିବେଷଣ କରିଥିବା ଗୁରୁ ନିରଞ୍ଜନ ରାଉତ, ସିମ୍ରନ ଜମାନ, ଯଜ୍ଞଦତ୍ତ ପ୍ରଧାନ, ସୋନାଲ ଆଚାର୍ଯ୍ୟ ଓ ସାଗରିକା ମହାନ୍ତି, ଅନନ୍ୟା ପରିଡା, ଶୀତଳ କର, ମାନସ ରଞ୍ଜନ ସାହୁ, ପ୍ରିୟଦର୍ଶିନୀ ପ୍ରଧାନ ଏବଂ ଛତିଶଗଡରୁ ଯୋଗଦେଇଥିବା ଇନ୍ଦିରା କଳା ସଂଗୀତ ବିଦ୍ୟାଳୟ ଗ୍ରୁପ୍ ର ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର ପ୍ରାରମ୍ଭିକ ଓଡିଶୀ ନୃତ୍ୟରେଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଗାନ କରିଥିବା“ତୋ ଲାଗି ଗୋପଦାଣ୍ଡ ମନାରେ କାଳିଆ ସୁନା”..... ଗୀତର ତାଳେ ତାଳେଉତ୍କଳ ସଂଗୀତ ବିଶ୍ୱବିଦ୍ୟାଳୟର ଛାତ୍ର ବିଶ୍ୱଜିତ ମହାପାତ୍ର ଓ କଲ୍ୟାଣୀ ମହାନ୍ତିଙ୍କ ଦ୍ୱାରା ଦ୍ଵେତ ଓଡିଶୀ ନୃତ୍ୟ ପରିବେଷଣକୁ ଦର୍ଶକମାନେ ବେଶ୍ ପ୍ରଶଂସା କରିଥିଲେ । ପରେ ପରେ ଗୁରୁ ନିରଞ୍ଜନ ରାଉତଏବଂ ଅନ୍ୟ ସମସ୍ତ ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସବୁ ଦିନ ଭଳି ଆଜି ମଧ୍ୟ ପୁର୍ବାହ୍ନ, ଅପରାହ୍ଣ ଓ ସଂଧ୍ୟାରେ ଦେଶ ବିଦେଶରୁ ଯୋଗଦେଇଥିବା ଓଡିଶୀ ନୃତ୍ୟ ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ ।ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦେଇ ଏହି ଆନ୍ତର୍ଜାତିକ ଓଡିଶୀ ନୃତ୍ୟ ମହୋତ୍ସବକୁ ସଫଳ କରିଥିବାରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଜନସାଧାରଣ ତଥା ଏହାର ଆୟୋଜନ ପାଇଁ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ସମସ୍ତ ଗୁରୁ ଓ କର୍ମକର୍ତ୍ତାମାନଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଥିଲେ । ଆଜିର ଉଦଯାପନୀ ସଂଧ୍ୟା କାର୍ଯ୍ୟକ୍ରମକୁ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିଲେ ।

0
0
0
s2sdefault