ହେଡଲାଇନସ୍:

ଶ୍ରୀ ଧିରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଛାତ୍ରବୃତ୍ତି ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ୨୦୨୨-୨୩ ବର୍ଷ ପାଇଁ ୫୦୦୦ ୟୁଜି, ୧୦୦ ପିଜି ଛାତ୍ରବୃତ୍ତି; ଆଗାମୀ ୧୦ ବର୍ଷରେ ୫୦,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରବୃତ୍ତି ପ୍ରଦାନ ଯୋଜନା

  • -ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଅଥଚ ମେଧାବୀ ଛାତ୍ରଛାତ୍ରୀଙ୍କୁ ଯେକୌଣସି କ୍ଷେତ୍ରରେ ସ୍ନାତକ ପାଠ ପଢିବା ନିମନ୍ତେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି

  • -ଯୋଗ୍ୟତା ଆଧାରିତ ସ୍ନାତକୋତ୍ତର ଛାତ୍ରବୃତ୍ତିରେ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିଆଯିବ । ଇଞ୍ଜିନିୟରିଂ, ପ୍ରାଦ୍ୟୋଗିକୀ ଏବଂ ଜୀବ ବିଜ୍ଞାନର ବଛା ବଛା କ୍ଷେତ୍ରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି

  • -ସମଗ୍ର ଭାରତରୁ ଏଥିପାଇଁ ଆବେଦନପତ୍ର ଆହ୍ୱାନ କରାଯାଉଛି । ଆବେଦନ କରିବାର ଶେଷ ତାରିଖ ୧୪ ଫେବୃଆରୀ ୨୦୨୩

  • -ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ନିତା ଅମ୍ବାନି କହିଛନ୍ତି, ଭାରତର ଗୌରବାବହ ଅଭିବୃଦ୍ଧି କାହାଣୀ ରଚନା କରିବାକୁ ଭାରତର ଯୁବବର୍ଗଙ୍କ ନିକଟରେ ରହିଥିବା ସାମର୍ଥ୍ୟ ଉପରେ ଆମର ଥିବା ବିଶ୍ୱାସକୁ ଏହି ଛାତ୍ରବୃତ୍ତି ପ୍ରତିଫଳିତ କରୁଛି

  • -ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ସମ୍ପ୍ରତି ଉଚ୍ଚଶିକ୍ଷା ନିମନ୍ତେ ଭାରତରେ ଅନ୍ୟତମ ସର୍ବବୃହତ ଛାତ୍ରବୃତ୍ତି ପ୍ରୟାସ ହୋଇଛି

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ପ୍ରତିଷ୍ଠାତା-ଚେୟାରମ୍ୟାନ୍‍ ଶ୍ରୀ ଧିରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ ଆଗାମୀ ୧୦ ବର୍ଷରେ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବ । ଭାରତରେ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ । ଏହି ଛାତ୍ରବୃତ୍ତି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଯୁବବର୍ଗଙ୍କ ନିମନ୍ତେ ରହିଥିବା ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି ।

୨୦୨୨-୨୩ ଶିକ୍ଷାବର୍ଷ ପାଇଁ ରିଲାଏନ୍ସ ଫାଉଣ୍ଡେସନ ଆର୍ଥିକ ଦୁର୍ବଳ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସ୍ନାତକ ଶ୍ରେଣୀରେ ଅଧ୍ୟୟନ କରୁଥିବା ୫୦୦୦ ଜଣଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରିବ । ଏଥିସହିତ ସ୍ନାତକୋତ୍ତର ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧୦୦ ଛାତ୍ରବୃତ୍ତି ପ୍ରଦାନ କରାଯିବ । ଉଭୟ ଛାତ୍ରବୃତ୍ତି ଶିକ୍ଷା ଆହରଣର ସମ୍ପୂର୍ଣ୍ଣ ଅବଧି ନିମନ୍ତେ ପ୍ରଯୁଜ୍ୟ ହେବ । ଏଥିପାଇଁ ୨୦୨୩ ଫେବୃଆରୀ ୧୪ ସୁଦ୍ଧା ଆବେଦନ କରାଯାଇପାରିବ ।

ରିଲାଏନ୍ସ ଫାଉଣ୍ଡେସନର ଫାଉଣ୍ଡର-ଚେୟାରପର୍ସନ ଶ୍ରୀମତୀ ନିତା ଅମ୍ବାନି କହିଛନ୍ତି, “ମୋ ଶ୍ୱଶୁର ଶ୍ରୀ ଧିରୁଭାଇ ଅମ୍ବାନିଙ୍କର ଆମ ଯୁବବର୍ଗ ଏବଂ ସେମାନଙ୍କ କ୍ଷମତା ଉପରେ ବିରାଟ ଭରସା ରହିଥିଲା । ତାଙ୍କର ୯୦ତମ ଜୟନ୍ତ୍ରୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ ଆଗାମୀ ୧୦ ବର୍ଷରେ ଅଣ୍ଡରଗ୍ରାଜୁଏଟ ଏବଂ ପୋଷ୍ଟଗ୍ରାଜୁଏଟ୍‍ ଛାତ୍ରଛାତ୍ରୀଙ୍କ ନିମନ୍ତେ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବାର ପ୍ରତିବଦ୍ଧତା ଘୋଷଣା କରି ମୁଁ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛି । ମୁକେଶ ଏବଂ ମୁଁ ବିଶ୍ୱାସ କରୁ ଯେ, ଉପଯୁକ୍ତ ସମର୍ଥନ ଦ୍ୱାରା ନୂଆ ପିଢି ଜ୍ଞାନ, ନବସୃଜନ ଏବଂ ନେତୃତ୍ୱ ଜରିଆରେ ଭାରତର ଅଭିବୃଦ୍ଧି ଇତିହାସରେ ସବୁଠାରୁ ଉଜ୍ଜ୍ୱଳମୟ ପରବର୍ତ୍ତୀ ଅଧ୍ୟାୟ ସୃଷ୍ଟି କରିବେ ।”

ଭାରତ ଜନସଂଖ୍ୟାର ଅର୍ଦ୍ଧେକ ଅଥବା ୬୦୦ ନିୟୁତରୁ ଅଧିକ ହେଉଛନ୍ତି ୨୫ବର୍ଷରୁ କମ୍‍ ବୟସ୍କ । ଭାରତରେ ଯୁବବର୍ଗଙ୍କ ପାଇଁ ଉଚ୍ଚଶିକ୍ଷାର ସୁଯୋଗ ପ୍ରଦାନ ବ୍ୟବସ୍ଥା ମଜଭୁତ କରିବାକୁ ରିଲାଏନ୍ସ ଫାଉଣ୍ଡେସନ ପ୍ରତିବଦ୍ଧ । ଚଳିତ ବର୍ଷ ରିଲାଏନ୍ସ ଫାଉଣ୍ଡେସନର ଅଣ୍ଡରଗ୍ରାଜୁଏଟ ଛାତ୍ରବୃତ୍ତି ଆର୍ଥିକ ଦୁର୍ବଳ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅଣ୍ଡରଗ୍ରାଜୁଏଟ କଲେଜ ଶିକ୍ଷା ହାସଲ ନିମନ୍ତେ ୫୦୦୦ ଛାତ୍ରବୃତ୍ତି ପ୍ରଦାନ କରିବ, ଏହାଦ୍ୱାରା ବିନା ଆର୍ଥିକ ବୋଝରେ ସେମାନଙ୍କ ପାଠପଢା ଜାରି ରଖିବା ଦିଗରେ ସେମାନଙ୍କୁ ସଶକ୍ତ କରାଯାଇପାରିବ । ଏହି ଛାତ୍ରବୃତ୍ତି ଛାତ୍ରଛାତ୍ରୀଙ୍କୁ ସଫଳ ବୃତ୍ତିଧାରୀ ହେବା ଏବଂ ସେମାନଙ୍କ ସ୍ୱପ୍ନ ସାକାର କରିବା, ସେମାନଙ୍କର ଏବଂ ସେମାନଙ୍କ ଗୋଷ୍ଠୀର ସାମର୍ଥ୍ୟ ସର୍ବସମ୍ମୁଖକୁ ଆଣିବା ଏବଂ ଭାରତର ଭବିଷ୍ୟତ ସାମାଜିକ-ଅର୍ଥନେିକ ବିକାଶରେ ଅବଦାନ ରଖିବା ଲକ୍ଷ୍ୟ ରଖିଛି ।

ଛାତ୍ରବୃତ୍ତି ଅନୁଦାନ ସହିତ ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡରଗ୍ରାଜୁଏଟ ଛାତ୍ରବୃତ୍ତି ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ନେଟୱର୍କର ଅଂଶ ବନିବାକୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁଯୋଗ ପ୍ରଦାନ କରିବ ଏବଂ ସମର୍ଥନକାରୀ ବ୍ୟବସ୍ଥାକୁ ସୁଗମ କରିବ । ପରିବାରର ବାର୍ଷିକ ଆୟ ୧୫ ଲକ୍ଷ ଟଙ୍କାରୁ କମ୍‍ ଥିବା ଏବଂ ସେମାନଙ୍କ ପସନ୍ଦର ଯେକୌଣସି ଶୃଙ୍ଖଳାରେ ଅଣ୍ଡରଗ୍ରାଜୁଏଟ ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ । ଏହି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଛାତ୍ରୀ ଏବଂ ବିଶେଷକରି ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିକଟରୁ ଆବେଦନପତ୍ରକୁ ଉତ୍ସାହିତ କରିବ ।

ରିଲାଏନ୍ସ ଫାଉଣ୍ଡେସନର ପୋଷ୍ଟଗ୍ରାଜୁଏଟ ଛାତ୍ରବୃତ୍ତି ଭାରତର ସର୍ବାଧିକ ପ୍ରତିଭାସମ୍ପନ୍ନ ୧୦୦ ପୋଷ୍ଟ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ସମର୍ଥ ଏବଂ ସେମାନଙ୍କୁ ଆଗକୁ ବଢାଇବା ଲକ୍ଷ୍ୟ ରଖିଛି ଯେଉଁମାନେ ସମାଜର ଫାଇଦା ନିମନ୍ତେ କିଛି ବିଶାଳ, ପରିବେଶ ଅନୁକୂଳ, ଡିଜିଟାଲ ଚିନ୍ତା କରିପାରିବେ ଏବଂ ଏହାଦ୍ୱାରା ପ୍ରତିବର୍ଷ ଉତ୍କର୍ଷର ଏକ ବର୍ଗ ସୃଷ୍ଟି ହେବ । ଏହି ମେଧା ଆଧାରିତ ଛାତ୍ରବୃତ୍ତି ସମସ୍ତଙ୍କ ପାଇଁ ଆବେଦନ ନିମନ୍ତେ ଉନ୍ମୁକ୍ତ ରହିଛି ଏବଂ ଏହା ଆଗାମୀ କାଳିର ଭବିଷ୍ୟତ ନେତୃବୃନ୍ଦଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କର ପ୍ରତିପୋଷଣ କରିବା ଲକ୍ଷ୍ୟ ରଖିଛି, ଏବଂ ଅଗ୍ରଣୀ ବିଶାରଦମାନଙ୍କ ସହିତ ସାକ୍ଷାତକାର ସମେତ କଡାକଡି ମନୋନୟନ ପ୍ରକ୍ରିୟାରେ ସେମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବ । କଂପ୍ୟୁଟର ସାଇନ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମ୍ୟାଥେମାଟିକ୍ସ ଓ କଂପ୍ୟୁଟିଂ, ଇଲେକ୍‍ଟ୍ରିକାଲ ଏବଂ/ଅଥବା ଇଲେକ୍‍ଟ୍ରୋନିକ୍ସ ଇଞ୍ଜିନିୟରିଂ, କେମିକାଲ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ, ରିନ୍ୟୁଏବଲ୍‍ ଓ ନିୟୁ ଏନର୍ଜି, ମ୍ୟାଟେରିଆଲ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏବଂ ଲାଇଫ ସାଇନ୍ସେସ୍‍ ଆଦି କ୍ଷେତ୍ରରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ମେଧା ଭିତ୍ତିରେ ଏଥିପାଇଁ ମନୋନୀତ କରାଯିବ । ପୋଷ୍ଟଗ୍ରାଜୁଏଟ ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଅନୁଦାନ ବ୍ୟତୀତ ରିଲାଏନ୍ସ ଫାଉଣ୍ଡେସନ ପୋଷ୍ଟଗ୍ରାଜୁଏଟ ଛାତ୍ରବୃତ୍ତି ଏକ ସାମଗ୍ରିକ ବିକାଶ କାର୍ଯ୍ୟକ୍ରମ ମଧ୍ୟ ଯୋଗାଇଦେବ, ଯେଉଁଥିରେ ବିଶାରଦମାନଙ୍କ ସହିତ ମତ ବିନିମୟ, ଶିଳ୍ପ କାର୍ଯ୍ୟକଳାପ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ଲାଭ ଏବଂ ସ୍ୱେଚ୍ଛାକୃତ କାର୍ଯ୍ୟକଳାପର ସୁଯୋଗ ଆଦି ରହିବ ।

ଧିରୁଭାଇ ଅମ୍ବାନି ଛାତ୍ରବୃତ୍ତି ୧୯୬୬ରେ ପ୍ରଚଳନ କରାଯାଇଥିଲା ଏବଂ ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ୨୦୨୦ରେ ଆରମ୍ଭ ହେବାଠାରୁ ସମଗ୍ର ଦେଶଷର ୧୩,୦୦୦ ଯୁବବର୍ଗଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଛି ଏବଂ ସେମାନଙ୍କୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ସେମାନଙ୍କର ଉଚ୍ଚଶିକ୍ଷା ଲାଭ କକରିବା ଏବଂ ସେମାନଙ୍କ ଗୋଷ୍ଠୀରେ ତଥା ଭାରତ ଓ ବିଦେଶରେ ଖ୍ୟାତିସମ୍ପନ୍ନ ସଂସ୍ଥାନଗୁଡିକରେ ନେତୃତ୍ୱ ସ୍ଥାନ ଗ୍ରହଣ କରିବାରେ ସହାୟତା କରିଛି । ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତିର ଉଦ୍ଦେଶ୍ୟ ହେଉଛି ଭାରତର ଯୁବବର୍ଗଙ୍କୁ ଶୈକ୍ଷିକ ଉତ୍କର୍ଷ ହାସଲ ନିମନ୍ତେ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ବୃତ୍ତିଗତ ଅଭିବୃଦ୍ଧିକୁ ଆଗକୁ ବଢାଇବା ।

0
0
0
s2sdefault