ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ମାଟିଆମହୁଲ ଗ୍ରାମରେ ସପ୍ତାହ ବ୍ୟାପି ଚାଲିଥିବା ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଗୁରୁବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଉଦଯାପନୀ ସଭାରେ ଅଧ୍ୟାପକ ଭୂପତୀ କାଲୋ, ଅଧ୍ୟାପକ ସୁଶାନ୍ତ ନାୟକ, ଅଧ୍ୟାପକ ମହେଶ ମିଶ୍ର ପ୍ରମୁଖ ସମ୍ମନୀତ ଅତିଥି ଭାବେ ଯୋଗ ଦେଇ ଶିବିରାର୍ଥି ମାନଙ୍କୁ ଦିଗ ଦର୍ଶନ ଦେଇଥିଲେ । ଅଧ୍ୟକ୍ଷ ଶ୍ରୀ ମିଶ୍ର ନିଜସ୍ୱ ଖର୍ଚରୁ ଗ୍ରାମର ଗରିବ ଲୋକ ମାନଙ୍କୁ ଶିତ ବସ୍ତ୍ର ପ୍ରଦାନ କରିଥିଲେ । ପ୍ରୋଗ୍ରାମ ଅଫିସର ଅଧ୍ୟାପକ ମିନକେତନ ବିଶ୍ୱାଲଙ୍କ ତତ୍ୱାବଧାନରେ ୫୦ଜଣ ଶିବିରାର୍ଥିଙ୍କୁ ନେଇ ଗ୍ରାମର ଶିକ୍ଷାନୁଷ୍ଠାନ, ପୋଖରୀ, ରାସ୍ତାଘାଟ, ମନ୍ଦିର ପରିସର ଆଦିର ସଫେଇ କାମ କରାଯାଇଥିଲା । ବୃକ୍ଷରୋପଣ, ଶୌଚାଳୟ ବ୍ୟବହାର, ସ୍ୱଚ୍ଛ ଭାରତ ଅଭିଯାନ ଓ ନିଶା ନିବାରଣ ଉପରେ ସଚେତନତା ସୃଷ୍ଟି କରାଯାଇଥିଲା । ଅଧ୍ୟାପକ ମହେଶ ମିଶ୍ର ଶିବିରାର୍ଥୀମାନଙ୍କୁ ବିଭିନ୍ନ ଯୋଗର ଉପକାରୀତା ଏବଂ ଆବଶ୍ୟକତା ଉପରେ ମାର୍ଗଦର୍ଶନ ଦେଇଥିଲେ । ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମେଲଛାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡା. ଆଦିତ୍ୟ ଭୋଇ ଓ ତାଙ୍କ ସହଯୋଗୀ ଯୋଗଦେଇ ମଧୁମେହ ଚିହ୍ନଟ, ରକ୍ତଚାପ ପରୀକ୍ଷା ଓ ଚିକିତ୍ସା କରିଥିଲେ । କାର୍ଯ୍ୟକ୍ରମ ସବୁକୁ ସୁବାଷ ପଧାନ, ହୃଷିକେଶ ସାହୁ, ସୁନିଲ ଜୈନ, ଉପେନ୍ଦ୍ର ଜାଲ, ତ୍ରିନାଥ କାଣ୍ଡ, ସବିତା ସେଠ, ସଂଯୁକ୍ତା କାଣ୍ଡ ସହଯୋଗ କରିଥିଲେ
ରାଜ୍ୟ
ଜାତୀୟ ସେବା ସଂସ୍ଥା ସ୍ୱତନ୍ତ୍ର ଶିବିର ଉଦଯାପିତ
- Hits: 258