ହେଡଲାଇନସ୍:

ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଉଦଘାଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଉଦଘାଟନ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକ ଯୋଗଦେଇ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀ ସମନ୍ଧୀୟ ସୂଚନା ଦେଇ ଛାତ୍ର ଛାତ୍ରୀମାନଙ୍କ ପ୍ରତି ଅନୁରାଗୀ ମନବଳ ବୃଦ୍ଧି ହେବା
ପାଇଁ ପ୍ରେରଣା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଫେସର ଜିତେନ୍ଦ୍ର ନାଥ ପଟ୍ଟନାୟକ , ଉଦ୍ଭିଦ ବିଜ୍ଞାନ ବିଭାଗ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବଦ୍ୟାଳୟ ପାରଳାଖେମୁଣ୍ଡି ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ସ୍ତରୀୟ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଦୁଇ ଦିନ ଚାଲୁ ରହିବ।
ଏହି ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଜିଲ୍ଲାର ୭ ଗୋଟି ବ୍ଲକ ଓ ଗୋଟିଏ ମ୍ୟୁନିସିପାଲିଟି ୧୦୮ଗୋଟି ପ୍ରକଳ୍ପ ପ୍ରଦର୍ଶୀତ ହୋଇଛି।
ଏହି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ବ୍ୟତୀତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ଅଧ୍ୟାୟନ , ବିଜ୍ଞାନ କୁଇଜ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉଦଯାପନ ଉତ୍ସବରେ ପ୍ରମାଣ ପାତ୍ର ଦେଇ ପୁରସ୍କୃତ କରାଯିବ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଶ୍ରୀ ଆମ୍ଫୋଲୁ ରବି କୁମାର , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗଜପତି ଓ ଶ୍ରୀଯୁକ୍ତ ବାଳକୃଷ୍ଣ ପାତ୍ର , କାଉନସିଲର ୱାର୍ଡନଂ-୪, ଶ୍ରୀଯୁକ୍ତ ବାବୁନା ବେହେରା , କାଉନସିଲର ୱାର୍ଡନଂ- ୩ ଓ ଶ୍ରୀ ପୁର୍ଣ୍ଣ ଚନ୍ଦ୍ର ପ୍ରଧାନ , ପ୍ରଧାନ ଶିକ୍ଷକ ତଥା ସାଙ୍ଗଠନ ସମ୍ପାଦକ ମହେନ୍ଦ୍ରଗିରି (ପୌର) ସରକରୀ ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର
ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ଓ ରବୀନ୍ଦ୍ର ପାଢ଼ୀ ଯୋଗ ଦେଇଥିଲେ।

0
0
0
s2sdefault