ହେଡଲାଇନସ୍:

ପାଟିଲୋ ରେ ପଂଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାୟା ଅବଧୂତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ପଂଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗିତା

ଜଗତସିଂହପୁର/ସୁମନ୍ତକୁମାରଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପାଟିଲୋ ପଂଚାୟତ , ତିର୍ତ୍ତୋଲ ବ୍ଲକ ଗ୍ରାମ ପଂଚାୟତରେ ଥିବା ମହିଳୋ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ପଂଚାୟତସ୍ତରୀୟ ଖେଳ ଅନୁଷ୍ଠିତ ହୋଇଯାଇଛି l ଏହି ଖେଳରେ ମୁଖ୍ୟ ଅତିଥି ଭାବେ ବ୍ଲକ ପଂଚାୟତ ସମିତି ଅଧକ୍ଷ ମନୋଜ କୁମାର ବେହେରା, ଉପାଧ୍ୟାକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ସରପଞ୍ଚ ସୁପ୍ରଭା ପଣ୍ଡା, ୩ ନମ୍ବର ଜୋନ ର ଜ଼ିଲ୍ଲାପରିଷଦ ସୁନୀଲ ବେହେରା, ଏବିଡ଼ିଓ ସତ୍ୟ ଜିତ ସ୍ୱାଇଁ, ଗ୍ରାମ ପଂଚାୟତ ଅଧିକାରୀ କିଶୋର ଚନ୍ଦ୍ର ମହାପାତ୍ର, ନୋଡାଲ ଅଫିସର ଯୋଗାଣ ଅଧିକାରୀ ବାବୁଲାଲ ବାରିକ, ଯୁବ ସଂଗଠକ ସୁବ୍ରତ କୁମାର ଦାଶ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରିବା ସହିତ କ୍ରୀଡା ପତାକା ଉତୋଳନ କରି ଉଦଘାଟନ କରିଥିଲେ l ଏଥିରେ ମହିଳୋ ସରକାରୀ ଉଚ୍ଚ ବିଦ୍ୟାଳୟ ଓ କଟରା ରାଧାକାନ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଭାଗ ନେଇ କବାଡି, ଭଲି ବଲ ଓ ଖୋ ଖୋ ପ୍ରତିଯୋଗିତା ରେ ଭାଗ ନେଇଥିଲେ. ଏଥିରେ ପଂଚାୟତ ସଂଗଠକ ତଥା ପୂର୍ବତନ ସରପଞ୍ଚ ଚିତ୍ତ ରଞ୍ଜନ ରଥ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୀମସେନ ମୁର୍ମୁ, ଗ୍ରାମ୍ୟ ରୋଜଗାର ସେବକ ତୁଷାର ବେହେରା, ମେଡିକାଲ ଟିମ, ଏ ଏନ ଏମ ଜ୍ୟୋତିର୍ମୟୀ ମହାପାତ୍ର, ଅଙ୍ଗନବାଡି କର୍ମୀ, ଦୁଇ ବିଦ୍ୟାଳୟ ର ପ୍ରଧାନଶିକ୍ଷକ , ଖେଳ ଶିକ୍ଷକ ମାନେ ପରିଚାଳନା କରିଥିଲେ l ପଂଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ମହିଳୋ ସରକାରୀ ଉଚ୍ଚ ବିଦ୍ୟାଳୟ କବାଡି ଓ ଭଲି ବଲ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କଟରା ରାଧାକାନ୍ତ ଉଚ୍ଚ ବିଦ୍ୟାଳୟ ଖୋ ଖୋ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ. ବିଜେତା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l

ସେହିପରି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଂଚାୟତ ବାୟା ଅବଧୂତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ପଂଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କ୍ରୀଡା ପ୍ରତିଯୋଗିତା ରେ ବିଷନପୁର ର ସଇଦି ଆଦମ ଅହେମଦ ଉଚ୍ଚ ବିଦ୍ୟାଳୟ, କୃଷ୍ଣାନନ୍ଦପୁର, ଦାଇଁଲୋ, ଗୋପାଳପୁର(ଶଙ୍ଖେଶ୍ୱର), ଲଙ୍କାପଡା ଓଷମାଣି ଉଚ୍ଚ ବିଦ୍ୟାଳୟ, ସରଳପୁର ଉଚ୍ଚ ବିଦ୍ୟାଳୟ, ପରୁଣା ପୋଷଲ ହାଇ ସ୍କୁଲ ର ଛାତ୍ର ଛାତ୍ରୀମାନେ ଭାଗ ନେଇଥିଲେ l ଏଥିରେ ଖୋଖୋ, ଭଲିବଲ ଓ କବାଡି ଖେଳ ପ୍ରତିଯୋଗିତା କରାଯାଇଥିଲା l ଏହି କ୍ରୀଡାପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଅନୁସୟା ମହାନ୍ତି ଯୋଗଦେଇ ଉଦଘାଟନ କରିଥିଲେ, ତିର୍ତ୍ତୋଲ ବ୍ଲକ ଗ୍ରାମ ପଂଚାୟତ ଅଧିକାରୀ କିଶୋର ଚନ୍ଦ୍ର ମହାପାତ୍ର,ଜ଼ିଲ୍ଲାପରିଷଦ ୧ ନମ୍ବର ଜୋନ ର ରଂଜିତା ସିଂହ, ସମିତିସଭ୍ୟ ବସନ୍ତ ମହାପାତ୍ର, ବିଷନପୁର ସରପଞ୍ଚ ରାଜଶ୍ରୀ ମହାପାତ୍ର, ବିଷନପୁର ସମିତି ସଭ୍ୟା ଜୟଶ୍ରୀ ମହାପାତ୍ର, ଯୁବସଂଗଠକ ପ୍ରଭାସ କୁମାର ସାହୁ, ଦାଇଁଲୋ ପଂଚାୟତ ର କ୍ଷୀରୋଦ କୁମାର ବାରିକ, କୃଷ୍ଣାନନ୍ଦପୁର ପଂଚାୟତ ର ଅଜୟ ଖଟୁଆ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ କ୍ରୀଡା ରେ ଉତ୍ସାହିତ କରିଥିଲେ l ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ମଲ୍ଲିକ, ନୋଡାଲ ଅଫିସର ପ୍ରଦୀପ୍ତ କୁମାର ଦଳାଇ, ଗ୍ରାମ ରୋଜଗାର ସେବକ ସୁଧୀର କୁମାର ରାଉତ, ସନ୍ତୋଷ ବେହେରା, ତ୍ରିଲୋଚନ ସିଂ, ତୋଫାନ ଦାସ ପ୍ରମୁଖ ବ୍ଲକ କର୍ମଚାରୀ ଉପସ୍ଥିତ ରହି ତଦାରଖ କରିଥିଲେ l ଏହି କ୍ରୀଡା ପ୍ରତିଯୋଗିତା କୁ ଖେଳ ଶିକ୍ଷକ ସୁଶାନ୍ତ କୁମାର ସେନାପତି, ବିକାଶ ଚନ୍ଦ୍ର ଜେନା, ମାନସ ଚନ୍ଦ୍ର ମହାନ୍ତି, ଗୀତାଞ୍ଜଳି ପଣ୍ଡା, ରାକେଶ ବେହେରା, ଅସଫାକ ଖାନ, ସେକ ସଲମାନ କୌଶର ପ୍ରମୁଖ ପରିଚାଳନା କରିଥିଲେ l ପରୁଣା ପୋଷଲ ଉଚ୍ଚ ବିଦ୍ୟାଳୟ ଭଲି ବଲ ଖେଳରେ ବିଜୟ ହୋଇଥିବା ବେଳେ କନିମୁଳ ର ବାୟା ଅବଧୂତ ଉଚ୍ଚ ବିଦ୍ୟାଳୟ କବାଡି ଓ ଖୋ ଖୋ ଖେଳ ରେ ଚମ୍ପିୟାନ ହୋଇଥିଲେ l ବାୟା ଅବଧୂତ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଯୋଗଦେଇ ବିଜେତା ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ l

0
0
0
s2sdefault