ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଜି ଏଲଡରଲାଇନ ୧୪୫୬୭ ତରଫରୁ ଏକ ଜନ ସଚେତନ କାର୍ଯ୍ୟକ୍ରମ ଖଇରଙ୍ଗ ଗ୍ରାମପଂଚାୟତ ପୁରୁଣାଗଡ଼ ଗ୍ରାମରେ ଆୟୋଜିତ ହୋଇଯାଇଛି l ଏଲଡଲାଇନ ୧୪୫୬୭ ତଥା ବରିଷ୍ଠ ନାଗରିକ ହେଲ୍ପଲାଇନ ସେବା ଯେଉଁଥିରେ ଏଲଡଲାଇନର ସଦସ୍ୟ ବାସୁଦେବ ଦାସ ଓ ଏଲଡଲାଇନର ଟିମ ଲିଡର ଜୟନ୍ତ ବେହେରା ଉପସ୍ଥିତ ରହି ଏଲଡରଲାଇନର ସେବା ଗୁଡିକ ବିଷୟରେ ଆଲୋଚନା କରିଥିଲେ l ଯେଉଁଥିରେ ବୟସ୍କ ଲୋକମାନେ କିପରି ସହଜରେ ସମସ୍ତ ସୁବିଧା ପାଇପାରିବେ ଓ କିପରି ଏକ ନିରାପଦରେ ପରିଣତ ବୟସରେ ନିର୍ଭୟରେ ରହିପାରିବେ ସେ ବିଷୟରେ ଅବଗତ କରିଥିଲେ l ପ୍ରମୁଖ ବିଷୟ ମଧ୍ୟରେ କିପରି ଜଣେ ବୟସ୍କ ଲୋକ ଆଇନଗତ ସାହାଯ୍ୟ ପାଇପାରିବ ,କିପରି ଜଣେ ବୟସ୍କ ଲୋକର ନିତିଦିନିଆ ଅସୁବିଧାରୁ ସମାଧାନ ପାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ l ଉକ୍ତ କାର୍ଯ୍ୟକର୍ମକୁ ସ୍ଥାନୀୟ SSG ଗ୍ରୁପର ସଦସ୍ୟମାନେ ଆୟୋଜନ କରି ସଫଳ କରିଥିଲେ l ପ୍ରମୁଖ ଗ୍ରୁପ ମଧ୍ୟରେ ଗାଦିବ୍ରହ୍ମ ଗ୍ରୁପର ପ୍ରେସିଡେଣ୍ଟ ହେନା କାଣ୍ଡି,ଅରୁନ୍ଧତୀ ଗ୍ରୁପର ପ୍ରେସିଡେଣ୍ଟ ଲକ୍ଷ୍ମୀପ୍ରିୟା ଦାସ , ଇଶାଣେଶ୍ୱର ଗ୍ରୁପର ପ୍ରେସିଡେଣ୍ଟ ସବିତା ଭୋଇ ଉପସ୍ଥିତ ଥିଲେ l
ରାଜ୍ୟ
ଏଲଡରଲାଇନ ୧୪୫୬୭ ତରଫରୁ ଏକ ଜନ ସଚେତନ କାର୍ଯ୍ୟକ୍ରମ
- Hits: 538