ସ୍ବାମି ଓ ୧୩ ମାସର ଶିଶୁ ଗୁରୁତ୍ତର ଅବସ୍ଥା ରେ ମେଡିକାଲରେ ଭର୍ତ୍ତି ।
କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ// ରାୟଗଡା ଜିଲ୍ଲା ଥେରୁବାଲି ନିକଟରେ ଅଜଣା ଟ୍ରାକ୍ଟର ଧକ୍କାରେ ଜିଆରଏସ ଙ୍କ ସ୍ତ୍ରୀ ମୃତ ହୋଇଥିବା ବେଳେ ସ୍ବାମି ଓ ୧୩ ମାସର ଶିଶୁ ଗୁରୁତ୍ତର ଅବସ୍ଥା ରେ ଶିଶୁକୁ ଜିଲ୍ଲା ମେଡିକାଲରେ ଭର୍ତ୍ତି । ଖବର ଜଣାପଡିଛି ଆଜି କନ୍ଧ କାତିପାଡୁ ପଞ୍ଚାୟତର ଜିଆରଏସ ଶ୍ରବଣ କୁମାର ଜାମୀ ନିଜ ସ୍ତ୍ରୀ ବାନନ୍ତି କଣ୍ଡାଗରି ଓ ୧୩ ମାସର ଶିଶୁକୁ ଧରି ଅଡୁଗୁଡାରୁ ଏକ ବାଇକ ଜଗେ ଥେରୁବାଲି ଜାଇଥିଲେ ନିଜ କାମସାରି ନିଜ ଗାଁ ଅଡୁଗୁଡାକୁ ଫେରୁଥିବା ବେଳେ ଏକ ଅଜଣା ଟ୍ରାକ୍ଟର ଧୋକା ଦେବବାରୁ ଘଟଣା ସ୍ଥଳରେ ସ୍ତ୍ରୀ ବାନନ୍ତି କଣ୍ଡାଗରି ଙ୍କ ମୃତ ହୋଇଥିବା ବେଳେ ସ୍ବାମୀ ଶ୍ରବଣ ଓ ୧୩ ମାସର ଶିଶୁ ଗୁରୁତ୍ତର ହେଇଥିଲେ ।ଉକ୍ତ ଟ୍ରାକ୍ଚର ଧୋକାଦେଇ ଘଟଣା ସ୍ଥଳରୁ ଫେରାରା ହୋଇଜାଇଛି .
ଏହି ଘଟଣା ଖବର ପାଇ ଥେରୁବାଲି ଗାଁର ସରପଞ୍ଚ ମମତା ଓ ଆଖ ପାଖର ଲୋକେ ପହଞ୍ଚି ଉଦ୍ଧାର କରି ଶିଶୁକୁ ଜିଲା ମେଡିକାଲରେ ଭର୍ତ୍ତି କରିଥିଲେ । ଘଟଣାର ଖବର ପାଇ ଥେରୁବାଲି ପୁଲିସ ପହଞ୍ଚି ଅଧିକ ତଦନ୍ତ କରିବା ସହ ନିକଟରେ ଥିବା ସିସି କେମେରା ଫୁଟେଜକୁ ଜାଞ୍ଚ କରି ଧୋକା ଦେଇଥିବା ଟ୍ରାକ୍ଟର କୁ ଥେରୁବାଲି ନିକଟ ତେଲି ସାହିରୁ କାବୁକଲେ ଉକ୍ତ ଟ୍ରାକ୍ଟର ନଂ OD 18H 8774 ।ଉକ୍ତ ଟ୍ରାକ୍ଟରଟି ଜେକେପୁରର ବଲି ଜଣା ପଡିଛି । ଟ୍ରାକ୍ଟର ଛାଡି ଡ୍ରାଇଭର ଫେରାର ଅଛି । ବର୍ତ୍ତମାନ ପୁଲିସ କାହାକୁ ଗିରଫ କରିନାହିଁ ।ମୃତ ମହିଳା ବାନନ୍ତି କଣ୍ଜାଗରି ଅଡୁଗୁଡା ଗାଁର ବଲି ଜଣାପଡିଛି ।ସ୍ବାମୀ ସେ କନ୍ଧକାତିପାଡୁ ପଞ୍ଚାୟତର ଜିଆରଏସ ବଲି ଜଣା ପଡିଛି ।ଘଟଣାଟି ଘଟିଛି ଥେରୁବାଲି ରୁ ନିଜ ଗାଁକୁ ଫେରୁଥିବା ବେଳେ ଥେରୁବାଲି ନିକଟ ଏମ୍ଇ ସ୍କୁଲ ନିକଟରେ .