ହେଡଲାଇନସ୍:

ପଂଚାୟତ ସ୍ତରୀୟ କ୍ରିକେଟ ପ୍ରତିଯୋଗୀତା:ବିର୍ଜାମ ଚମ୍ପିୟାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବିର୍ଜାମ ଠାରେ ଏକଦିବସୀୟ ପଂଚାୟତ ସ୍ତରୀୟ କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ରବିନ୍ଦ୍ରନାଥ ସାହୁ ମୁଖ୍ୟ ଅତିଥି, ସରପଂଚ ଶ୍ରଦ୍ଧାଂଜଳି ସାହୁ, ପଙ୍କଜ କମଲିଆ, ଗୋକୁଲାନନ୍ଦ କାରେ, ଜି.ଆର.ଏସ ଅରୁନ କୁମାର ସାହୁ, ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ମୂଖ୍ୟ ଅତିଥି ଶ୍ରୀ ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଫିତାକାଟି ପ୍ରତିଯୋଗୀତାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଗ୍ରାମ ପଂଚାୟତର ୪ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଉଦଘାଟନି ମ୍ୟାଚ ଘୁମୁନିପାଲି ଏବଂ ବଣ୍ଡେଇପାଲି ଆମ୍ବେଦକର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବଣ୍ଡେଇପାଲି ଆମ୍ବେଦକର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୧୦୪ ରନ ସଂଗ୍ରହ କରିଥିବା ବେଳେ ଜବାବରେ ଘୁମୁନିପାଲି ଦଳ ୧ ଉଇକେଟ ହରାଇ ମ୍ୟାଚ ଜିଣି ନେଇଥିଲା । ୨ୟ ଲିଗ ମ୍ୟାଚ ବଣ୍ଡେଇପାଲି ଏବଂ ବିର୍ଜାମ ଦଳ ମଧ୍ୟରେ ଅନୁଷ୍ଠିତ ହୋଇ ବିର୍ଜାମ ଦଳ ବିଜୟୀ ହୋଇଥିଲା । ଶେଷରେ ଘୁମୁନିପାଲି ଏବଂ ବିର୍ଜାମ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ବିର୍ଜାମ ଦଳ ଚମ୍ପିୟାନ ହୋଇଥିଲା । ହରି ନାଏକ ମ୍ୟାନ ଅଫ ଦି ମ୍ୟାଚ ଏବଂ ଝସକେତନ ସାହୁ ମ୍ୟାନ ଅଫ ଦି ସିରିଜ ଘୋଷିତ ହୋଇଥିଲେ । ତରଣିସେନ ସାହୁ ଏବଂ ରିତୁ ସାହୁ ଖେଳପରିଚାଳନା କରିଥିଲେ । ସିନ୍ଧୁ ସୁନା ସ୍କୋରିଂ ଦାୟୀତ୍ୱ ତୁଲାଇଥିବା ବେଳେ ଅରବିନ୍ଦ ପାତ୍ର ଧାରାବିବରଣୀ ପ୍ରଦାନ କରିଥିଲେ । ଅପରାହ୍ନରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅତିଥିଙ୍କ ଦ୍ୱାରା କୃତୀ ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯାଇଥିଲା । ଶେଷରେ ବିଶ୍ୱକୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault