ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ତରଫରୁ ନିଶା ନିବାରଣ ସଚେତନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୋଦ ବିହାରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଡ. ପ୍ରଦୀପ କୁମାର ପ୍ରଧାନ ମଂଚ ପରିଚାଳନା କରିଥିଲେ । ଏନ୍.ଏସ୍.ଏସ୍. ପୋଗ୍ରାମ ଅଫିସର ଅଧ୍ୟାପକ ମୀନକେତନ ବିଶା୍ୱଲ ସଭାର ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ବକ୍ତା ଡ. ଆଦିତ୍ୟ ଭୋଇ , ସମ୍ମାନିତ ଅତିଥି ବିଜୟ କୁମାର ସରାଫ ଓ ଶିବ ପ୍ରସାଦ ବେହେରା ନିଶା ସେବନ ଦ୍ୱାରା ସମାଜ ଉପରେ କୁପ୍ରଭାବ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଅଧ୍ୟାପକ ଡ.ସରୋଜ କୁମାର ଦାଶ, ଅଧ୍ୟାପକ ଭୂପତି କାଲୋ ମଂଚାସିନ ଥିଲେ । ଅଧ୍ୟାପକ ମହେଶ କୁମାର ମିଶ୍ର ଛାତ୍ରଛାତ୍ରୀ ମାନଙ୍କୁ ନିଶା ସେବନରୁ ଦୁରେଇ ରହିବା ପାଇଁ ଓ ପରିବାର ତଥା ପ୍ରିୟଜନ ମାନଙ୍କୁ ନିଶାଦ୍ରବ୍ୟ ସେବନରୁ ଦୂରେଇ ରହିବା ନିମନ୍ତେ ସଚେତନ କରିବା ପାଇଁ ଶପଥ ପାଠ କରାଇଥିଲେ । ଅଧ୍ୟାପକ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁବାଷ ଚନ୍ଦ୍ର ପ୍ରଧାନ, ସୁନିଲ କୁମାର ଜୈନ , ହୃଷିକେଶ ସାହୁ, ମିନତୀ ରଥ , ସବିତା ସେଠ, ସଂଯୁକ୍ତା କାଣ୍ଡ, ଉପେନ୍ଦ୍ର ଜାଲ ସହଯୋଗ କରିଥିଲେ ।
ରାଜ୍ୟ
ମେଲଛାମୁଣ୍ଡାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଶା ନିବାରଣ ସଚେତନ କାର୍ଯ୍ୟକ୍ରମ
- Hits: 317