ଆରଡ଼ିସି ଓ ଜିଲ୍ଲାପାଳଙ୍କ ସହିତ ପାଇକମାଲ ଓ ଝାରବନ୍ଧ ର ପାଞ୍ଚ ଗୋଟି ପ୍ରକଳ୍ପ ବୁଲି ଦେଖିଲେ
ବରଗଡ :- ମୁଖ୍ୟମନ୍ତ୍ରୀ ଙ୍କର ମୁଖ୍ୟ ଉପଦେଷ୍ଟା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀ ଆଜି ବରଗଡ଼ ଜିଲ୍ଲା ପାଇକମାଲ ଓ ଝାରବନ୍ଧ ଗସ୍ତରେ ଆସି ସରକାରଙ୍କ ସହଯୋଗ ରେ ଚାଲିଥିବା ବିଭିନ୍ନ କୃଷି ଭିତ୍ତିକ ପ୍ରକଳ୍ପ ସବୁ ନିରୀକ୍ଷଣ କରିଥିଲେ । ଶ୍ରୀ ତ୍ରିପାଠୀ ପ୍ରଥମେ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମକୁ ଯାଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ ନିର୍ମାଣାଧୀନ ଭାରତୀ ସିଡ୍ସ ପ୍ରୋସେସିଂ ପ୍ଲାଣ୍ଟ ବୁଲି ଦେଖିଥିଲେ । ଶ୍ରୀ ପୁରୁଷୋତ୍ତମ ସାହୁ ଙ୍କର ଏହି ପ୍ଲାଣ୍ଟ ରେ ଲାଗିବାକୁ ଥିବା ବିଭିନ୍ନ ଯନ୍ତ୍ରପାତି , ବ୍ୟବହାର ହେବାକୁ ଥିବା କଞ୍ଚାମାଲ ପ୍ରଭୁତି ଙ୍କୁ ଦେଖିବା ସହିତ , ଶ୍ରୀ ତ୍ରିପାଠୀ ନିର୍ମାଣାଧୀନ ପ୍ଲାଣ୍ଟ ର ପୁରା ଏରିଆ ବୁଲି ଥିଲେ । ଏହାପରେ ଶ୍ରୀ ତ୍ରିପାଠୀ ଛେତେଙ୍ଗା ଗ୍ରାମ ପଞ୍ଚାୟତ ର ପରସଖଣ୍ଡି ଗ୍ରାମକୁ ଯାଇ ପୁଷ୍ପାଳତା ସାହୁ ଙ୍କର ଛେଳି ପାଳନ କେନ୍ଦ୍ର ପରିଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ 26 ଲକ୍ଷ 10 ହଜାର ଟଙ୍କାର ଋଣ କରି ଶ୍ରୀମତୀ ସାହୁ 200 ଛେଳିରୁ ନିଜର ପ୍ରକଳ୍ପ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ତାଙ୍କ ପାଖରେ ପ୍ରାୟ ତିନି ଶହ ଛେଳି ରହିଛନ୍ତି ଓ ତାଙ୍କର ଆୟ ବର୍ତ୍ତମାନ ପ୍ରାୟ ଆଠ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ରହିଛି । ଶ୍ରୀମତୀ ସାହୁ ଙ୍କର ଆଶା ଖୁବ ଶୀଘ୍ର ଛେଳି ସଂଖ୍ୟା ଆହୁରି ବୃଦ୍ଧି ପାଇବ । ଏହି ଛେଳି ପାଳନ କେନ୍ଦ୍ର ଦେଖି ଅତ୍ୟନ୍ତ ଖୁସି ଜାହିର କରିବା ସହିତ ଶ୍ରୀମତୀ ସାହୁ ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବେ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।
ଏହାପରେ ସେହି ଛେତେଙ୍ଗା ପଞ୍ଚାୟତ ରେ ଆହୁରି ଦୁଇ ଗୋଟି ପ୍ରକଳ୍ପ ଦେଖିବା ପରେ ଶ୍ରୀ ତ୍ରିପାଠୀ ଝାରବନ୍ଧ ବ୍ଲକ ଚଣ୍ଡୀଭଟା ଗ୍ରାମକୁ ଯାଇ ଓରମାସ ତରଫରୁ କରାଯାଇଥିବା କଳା ଧାନ ଓ ମାଣ୍ଡିଆ ପ୍ରୋତ୍ସାହନ କେନ୍ଦ୍ର ବୁଲି ଦେଖି ପ୍ରସନ୍ନତା ଜାହିର କରିଥିଲେ । ଏହି ଗସ୍ତ ସମୟରେ ଶ୍ରୀ ତ୍ରିପାଠୀ ଙ୍କର ସହିତ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ଦଳେଇ , ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମନୀଷା ବାନାର୍ଜୀ , ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଅମୀୟ ସାହୁ , ସହକାରୀ କୃଷି ନିର୍ଦେଶକ ଶ୍ରୀ ରବିନାରାୟଣ ସେନାପତି , ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡାକ୍ତର ନୀଳମଣି ଦୀପ , ଡେପୁଟି ସିଇଓ ଓରମାସ ଶ୍ରୀ ରାଜଗୋପାଳ ଦାସ , ପାଇକମାଲ ଏବିଡ଼ିଓ ଶ୍ରୀ ଦେବାଶିଷ ଶିନ୍ହା ପ୍ରମୁଖ ଉପସ୍ଥିତ ଥିଲେ ।