ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ)-ସୁବର୍ଣ୍ଣପୁର ଜିଲ୍ଳା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପୂର୍ଣ୍ଣ ମାତ୍ରାରେ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ କାର୍ଯ୍ୟକାରୀ କରାଯାଇଛି l ଏଣୁ ଏଣିକି ମାତୃ ଓ ଶିଶୁ ସମ୍ୱନ୍ଧୀୟ ସମସ୍ତ ଚିକିତ୍ସା ସେବା ସୁବିଧା ଏହି କେନ୍ଦ୍ରରେ ଜନସାଧାରଣ ଙ୍କ ନିମନ୍ତେ ଉପଲବ୍ଧ ରହିବ l ପ୍ରକାଶ ଥାଉକି୨୦୨୨ ଜୁନ ୧୫ ତାରିଖ ରେ ଜିଲ୍ଲା ର ଏହି ୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ଲୋକାର୍ପଣ ଜିଲ୍ଲାର ବିଭିନ୍ନ ବରିଷ୍ଠ ପଦାଧିକାରୀ ଙ୍କ ଉପସ୍ଥିତିରେ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର, ଓଡିଶା ନିରଞ୍ଜନ ପୂଜାରୀ ଓ ଲୋକସଭା ସାଂସଦ ବଲାଙ୍ଗୀର ସଂଗୀତା କୁମାରୀ ସିଂହ ଦେଓ ଙ୍କ କରକମଳରେ ଅନୁଷ୍ଠିତ ହୋଇଥିଲା l ମାତ୍ର ତତ୍କାଳୀନ କୋଭିଡ ମହାମାରୀ ର ସଂକ୍ରମଣ ଓ ଭୟାବହତା ହେତୁ ଏହି ଚିକିତ୍ସାଳୟ କୋଠା କୁ ସ୍ୱତନ୍ତ୍ର ଭାବେ ଜିଲ୍ଲାର କୋଭିଡ ସଂକ୍ରମିତ ଙ୍କ ଚିକିତ୍ସା ନିମନ୍ତେ ବ୍ୟବହୃତ କରାଯାଉଥିଲା, ମାତ୍ର ବର୍ତ୍ତମାନ କୋଭିଡ ପରିସ୍ଥିତିରେ ବିଶେଷ ସୁଧାର ଆସିଥିବାରୁ ଏହି କେନ୍ଦ୍ରକୁ ପୂର୍ଣ୍ଣ ରୂପରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ପାଇଁ ଉପଲବ୍ଧ କରାଯାଇଥିବା ଜିଲ୍ଳା ପ୍ରଶାସନ ତରଫରୁ ସୂଚୀତ କରାଯାଉଛି l]
ରାଜ୍ୟ
କାର୍ଯ୍ୟକାରୀ ହେଲା ୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର,
- Hits: 451