କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲାକାଶୀପୁର ବ୍ଲକ ଟିକିରି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଦୁଇଦିନ ଧରିଚାଲିଥିବା ସଙ୍କୁଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆଜି ଉଦଯାପିତ ହୋଇ ଯାଇଛି ।ଏହି ସଙ୍କୁଳ ସ୍ତରୀୟ ପ୍ରତିଯୋଗିତାରେ ଟିକିରିସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସହିତ କାଶୀପୁର, ଜେକେ ପୁର,ଶିକର ପାଇ ଏବଂ ରାୟଗଡାସହରରେ ଥିବା ଗାୟତ୍ରୀ ନଗର ଏବଂ ଆର କେ ନଗର ଶିଶୁ ବିଦ୍ୟା ମନ୍ଦିରର182କ୍ରୀଡା ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ। ସ୍ଥାନୀୟ ଉତ୍କଳ ଆଲୁମିନା ର (ସିଏସ ଆର)ବରିଷ୍ଠ ଅଧିକାରୀ ଡକ୍ଟର ଲୋପମୁଦ୍ରା ପ୍ରିୟ ଦର୍ଶିନୀମୁଖ୍ୟ ଅତିଥି ଏବଂଟିକିରି ଲ୍ୟାମ୍ପସ ଏମଡ଼ି ଏସ କେ ଷଡ଼ଙ୍ଗୀ ,ଆର ଏସ ଏସରଜିଲ୍ଲା ପ୍ରମୁଖ ତଥାମୁଖ୍ୟ ବକ୍ତା ପ୍ରଭାତ ମହାପାତ୍ର ଏବଂ ପରିଚାଳନା କମିଟିର କାର୍ଯ୍ୟ କର୍ତ୍ତା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।ମୁଖ୍ୟ ଅତିଥିଶ୍ରୀମତୀ ଲୋପାମୁଦ୍ଦ୍ରା ଭାରତ ମାତା, ବିଦ୍ୟା ଦାତ୍ରୀ ସରସ୍ୱତୀ ଏବଂ ପୂଜ୍ୟ ଗୁରୁଜୀ ଙ୍କୁ ଫୁଲ ଚନ୍ଦନ ଦେଇ ପୂଜାର୍ଚ୍ଚନାକରିବା ପରେ ଧ୍ବଜା ଉତ୍ତୋଳନ ପୂର୍ବକ କ୍ରୀଡା ପ୍ରତିଯୋଗୀ ତା ର ଉଦଘାଟନ କରିଥିଲେ ।ଶିଶୁ, ବାଲ, କିଶୋର ବର୍ଗ ଙ୍କ ମଧ୍ୟରେ ବିଭିନ୍ନ58ପ୍ରକାର କ୍ରୀଡାର ପ୍ରତିଯୋଗୀତା ହୋଇଥିଲା ।ପ୍ରତ୍ୟେକ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା182 ଛାତ୍ରଛାତ୍ରୀ ମାନେ ଏହି ସଙ୍କୁଳ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
ଉଦଯାପନୀ ଦିବସରେ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷାସରସ୍ୱତୀ ମାଝୀ ମୁ ଖ୍ୟଅତିଥିଏବଂ ଜିଲ୍ଲା ପ୍ରମୁଖ ଆନନ୍ଦ ଚୌଧୁରୀ, ସହ ପ୍ରମୁଖ ନରେନ୍ଦ୍ର ନାୟକ ,ସଙ୍କୁଳ ସଂଯୋଜକ ସତ୍ୟ ନାରାୟଣ ସେଠୀ, ଖେଳ ପ୍ରମୁଖ ତଥା ଆର କେନଗର ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସରୋଜ ପାଣିଗ୍ରାହୀପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ସଙ୍କୁଳ ସ୍ତରୀୟ ପ୍ରତିଯୋଗୀତାରେ ପ୍ରଥମ ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।ଏହିସଙ୍କୁଳ ସ୍ତରୀୟ ପ୍ରତିଯୋଗୀତାରେ ପ୍ରଥମହୋଇ ଥିବା ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ଧର୍ମ ଗଡ଼ଠାରେ ହେବାକୁ ଥିବା ପ୍ରାନ୍ତସ୍ତରୀୟ ପ୍ରତିଯୋଗୀତାରେ ଯୋଗ ଦେବେ ବୋଲି ଜଣା ଯାଇଛି ।ସଙ୍କୁଳ ସ୍ତରୀୟ ପ୍ରତିଯୋଗୀ ତାରେ ଚମ୍ପିୟାନ ହୋଇ ଥିବା ଛଅ ଜଣରୁ ଟିକିରିରୁ ଚାରି ଜଣ, କାଶୀପୁର ଏବଂ ରାୟଗଡା ବିଦ୍ୟା ମନ୍ଦିର ର ଜଣେ ଲେଖାଏଁ ରହିଥିବା ଜଣା ଯାଇଛି। ଚମ୍ପିୟାନ ଙ୍କ ମଧ୍ୟରୁ ବିଦ୍ୟା ମନ୍ଦିରର ଦଶମ ଶ୍ରେଣୀ ଛାତ୍ର1ସୁନୀଲ ଦିଶାରୀ, ବାଳିକା ବର୍ଗ ରୁ ବର୍ଷା ରାଣୀ ପାଢ଼ୀଏବଂ ଶିଶୁ ବର୍ଗର ଅନ୍ୟ ଦୁଇ ଜଣ ଥିବାର ଜଣାଯାଇଛି।ଏହି କାର୍ଯ୍ୟକ୍ରମ ରେ232ଜଣ ଶିଶୁ ସହ ଆଚାର୍ଯ୍ୟ,ଆଚାର୍ଯ୍ୟାଭାଗ ନେଇଥିଲେ ।ଏଥିରେ24ଟି ଦଳଗତଦୌଡ଼ ପ୍ରତିଯୋଗୀତା କରାଯାଇ ଥିଲା ।ଟିକିରି ବିଦ୍ୟା ମନ୍ଦିରରପ୍ରଧାନ ଆଚାର୍ଯ୍ୟରଘୁନାଥ ବେହେରା ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପରିଚାଳନା କମିଟିର କାର୍ଯ୍ୟ କର୍ତ୍ତା ସହିତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟପରିଚାଳନା ରେ ସହଯୋଗ କରିଥିଲେ ।