ବିଜେପୁର : ବିଜେପୁର ବ୍ଲକ୍ ଖରମୁଣ୍ଡା ଠାରେ ୧୪ ତମ ଅକ୍ଷୟ ମେମୋରିଆଲ ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଖରମୁଣ୍ଡା ଯୁବ କ୍ରୀଡା ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଜାରିଂ, ଆଇମାଲ୍ , କନାପାଲି, ବରପାଲି , କାଇଁଶିର, ଖୁଣ୍ଟପାଲି, ଦଶମାଇଲ, ରକ୍ସା ଆଦି ଆଠ ଗୋଟି ଦଳ କୁ ନେଇ ଏକଦିବସୀୟ ଫୁଟବଲ୍ ଖେଳ ଅନୁଷ୍ଠିତ ହୋଇଥିଲା । ଖରମୁଣ୍ଡା ଗ୍ରାମପଞ୍ଚାୟତ ର ସରପଞ୍ଚ ମନୋଜ କୁମାର ପ୍ରଧାନ ଏହି ପ୍ରତିଯୋଗୀତା କୁ ଉଦଘାଟନ କରିଥିଲେ । ଫାଇନାଲ ଖେଳରେ ବରପାଲି ଦଳକୁ ୫-୪ ଗୋଲରେ ହରାଇ ଦଶମାଇଲ ଦଳ ବିଜୟୀ ହୋଇ ପ୍ରତିଯୋଗୀତା ର ଶ୍ରେଷ୍ଠ ଦଳ ଭାବରେ ପୁରସ୍କୃତ ହୋଇଥିଲା । ପ୍ରତିଯୋଗୀତା ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ଓ ବିଜେପୁର ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ ଉପସ୍ଥିତ ରହି ବିଜେତା ଦଳ ତଥା ଖେଳାଳି ଙ୍କୁ ପୁରସ୍କୃତ କରିଥିଲେ । ଗୌରାଙ୍ଗ ପାଣ୍ଡେ, ସ୍ଵାଧୀନ ମଲ୍ଲିକ , ଅଜୟ ପଧାନ, ରାଧେଶ୍ୟାମ ବରିହା , ତରଣି ଲୁହା, ସଚ୍ଚିଦାନନ୍ଦ ପଧାନ ଏହି ଖେଳରେ ସହଯୋଗ ପ୍ରଦାନ କରିଥିଲେ ।
ରାଜ୍ୟ
୧୪ ତମ ଅକ୍ଷୟ ମେମୋରିଆଲ ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ଦଶମାଇଲ ଦଳ ଚାମ୍ପିଅନ
- Hits: 367