ହେଡଲାଇନସ୍:

କୁରାଳ ଅମ୍ରିତ ଅପହରଣ ଘଟଣାକୁ ପୁରିଲା ୭୨ଘଣ୍ଟା,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲାର ୪ ପୋଲିସ ଟିମ ଦ୍ବାରା ଘଟଣାର ଛାନଭିନ, ସନ୍ଦେହରେ ୨ଜଣଙ୍କୁ ଥାନାରେ ପଚରାଉଚରା

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା କୁରାଳ ଗ୍ରାମରୁ ଗୁରୁବାର ସନ୍ଧ୍ୟାରେ ନିଖୋଜ ନାବାଳକ ଘଟଣା ୭୨ ଘଣ୍ଟା ପୁରି ଥିଲେ ମଧ୍ୟ ଏଜାବତ ପୋଲିସ ଅମ୍ରିତର ନିଖୋଜ ସମ୍ପର୍କରେ କୌଣସି ସୁରାକ ପାଇବାରେ ସକ୍ଷମ ହୋଇପାରି ନାହିଁ । ଶନିବାର ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ୪ ଗୋଟି ପୋଲିସ ଟିମ ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ, ଗଞ୍ଜାମ, ନୟାଗଡ଼ର ବିଭିନ୍ନ ସ୍ଥାନରେ ରହୁଥିବା ଅମ୍ରିତର ସମ୍ପର୍କୀୟ ମାନଙ୍କୁ ଭେଟି ତଦନ୍ତ କରୁଥିବା ବେଳେ ସନ୍ଦେହରେ ୨ ଜଣଙ୍କୁ ଥାନାରେ ପଚରାଉଚରା କରିଛନ୍ତି। ତାଲିମ ପ୍ରାପ୍ତ ପୋଲିସ କର୍ମଚାରୀ ସିସିଟିଭି ଫୁଟେଜ ଗୁଡିକର ଯାଞ୍ଚ ଚଳାଇଥିବା ବେଳେ ଡମ୍ପ ସର୍ଚ୍ଚ ମାଧ୍ୟମରେ ଘଟଣା ଘଟିବାର ପୂର୍ବ ପର ସମୟର ଫୋନ୍ କଲକୁ ସର୍ଚ୍ଚ କରୁଛନ୍ତି । ତଥାପି ପୋଲିସ ଅପରାଧୀ ନିକଟରେ ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ଅନ୍ୟପକ୍ଷରେ ବିଭିନ୍ନ ସିସିଟିଭି ମାଧ୍ୟମରେ ନିବୁଜ ଡାଲା ପିକ ଅପ୍ ଭ୍ୟାନ ସମ୍ପର୍କରେ ପୋଲିସକୁ ସୁରାକ ପାଇଥିଲେ ମଧ୍ୟ ସମ୍ପୁର୍ଣ୍ଣ ତଥ୍ୟ ପାଇପାରି ନାହିଁ । ଘଟଣାର ପର୍ଦ୍ଧାଫାଶରେ ବିଳମ୍ବ କାରଣରୁ ଅମ୍ରିତର ବାପା ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ମା' ହରପ୍ରିୟାଙ୍କ କଷ୍ଟ ବଢ଼ିବାରେ ଲାଗିଛି । ତଥାପି ପୁଅର ଫେରିବା ପଥକୁ ଉଭୟେ ଚାହିଁ ରହିଛନ୍ତି। ସୂଚନା ଅନୁସାରେ କୁରାଳ ନେଳିଆ ସାହିର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ଗୁରୁବାର ସନ୍ଧ୍ୟାରେ ଟିଉସନରୁ ଫେରୁଥିବା ସମୟରେ ପ୍ରାୟ ୭.୩୦ ବେଳେ ନିଖୋଜ ହୋଇଯାଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା । ସ୍ଥାନୀୟ ଲୋକମାନଙ୍କ ସୂଚନାକୁ ବିଭିନ୍ନ ଦିଗରୁ ବିଚାର କରି ପୋଲିସ ଅନୁସନ୍ଧାନ ଜାରୀ ରଖିଛି ।

0
0
0
s2sdefault