ହେଡଲାଇନସ୍:

ନୟାଗଡ଼ ସଂକୁଳ ସ୍ତରୀୟ ବାର୍ଷିକ କ୍ରିଡା ଉତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆନୁକୁଲ୍ୟରେ ଚଳିତମାସ ୧୭ ଓ ୧୮ ତାରିଖ ୨ ଦିନ ଧରି ନୟାଗଡ଼ ଜିଲ୍ଲା ସଂଙ୍କୁଳ ସ୍ତରୀୟ ବାର୍ଷିକ କ୍ରିଡା ଉତ୍ସବ ୨୦୨୨/୨୩ ଓଡ଼ଗାଁ ମହୋତ୍ସବ ପଡିଆରେ ପାଳିତ ହୋଇଯାଇଛି । ରବିବାର ଦିନ କ୍ରିଡାର ଉଦଯାପନ ଦିବସରେ ଶିଶୁ ବିଦ୍ୟାମନ୍ଦିର ପରିଚାଳନା ପରିହଦର ସଭାପତି ଆଇନଜିବୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଯୁବ ସଂଗଠକ ବିଭୁପ୍ରସାଦ ସାହୁ ଏବଂ ନୟାଗଡ଼ ସଂଙ୍କୁଳ ପ୍ରମୁଖ ଦିଲ୍ଲୀପ ମିଶ୍ର, ସଂଯୋଜକ ଅମ୍ବିକା ପ୍ରସାଦ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ଗାଁର ପ୍ରଧାନ ଆଚାର୍ଯ୍ୟ ଖେଳ ସଂମ୍ପର୍କିୟ ସୂଚନା ପ୍ରଦାନ କରିଥିବା ବେଳେ କମିଟି ସମ୍ପାଦକ ପଦ୍ମନାଭ ପୃଷ୍ଟି କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ ।

ନୟାଗଡ଼ ସଂକୁଳର ଓଡ଼ଗାଁ, ନୟାଗଡ଼, ଶରଣକୁଳ, ଇଟାମାଟି, ଦଶପଲ୍ଲା, ଗଣିଆ, ଖଣ୍ଡପଡା, ବାହାଡାଝୋଲା, ରାଜପାଟଣା ଓ ନୂଆଗାଁ ଏହିପରି ୯ ଟି ଶିଶୁ ବିଦ୍ୟାମନ୍ଦିରର ମୋଟ ୧୮୦ ଜଣ ପ୍ରତିଯୋଗୀ ଏହି କ୍ରିଡାରେ ଅଂଶଗ୍ରହଣ କରିଥିଲେ । ଶିଶୁ ବର୍ଗରେ ଶରଣକୁଳର ଆଶୁତୋଷ ମହାପାତ୍ର ଏବଂ ଏଲିନା ମିଶ୍ର, କିଶ୍ୱର ବର୍ଗରେ ଶୁଭମଂ ଜେନା, ବାଲ ବର୍ଗରେ ଦଶପଲ୍ଲାର ଶ୍ରଦ୍ଧାଶ୍ରୀ ସାହୁ, ନୟାଗଡ଼ର ସୈାମ୍ୟ ରଞ୍ଜନ ମାର୍ଥା ଏବଂ କିଶ୍ୱର ବର୍ଗରେ ଲକ୍ଷ୍ମୀପ୍ରିୟା ମାର୍ଥା ଚମ୍ପିୟାନ ପ୍ରମାଣପତ୍ର ସହ ଟ୍ରଫି ହାସଲ କରିଥିବା ବେଳେ ଅନ୍ୟ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ଆଚାର୍ଯ୍ୟ ଅକ୍ଷୟସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଆଚାର୍ଯ୍ୟ ପ୍ରକାଶ ଡାକୁଆ, ଆଚାର୍ଯ୍ୟା ଅନୂପା ମହାପାତ୍ର ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault