ପଦ୍ମପୁର କୁ ଜିଲ୍ଲା ମାନ୍ୟତା ଉପରେ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର/ ବରଗଡ :- ଓଡିଶା ବିଧାନସଭା ନିର୍ବାଚନ ମଣ୍ଡଳୀ ନମ୍ଭର ଏକ ପଦ୍ମପୁର ଉପନିର୍ବାଚନ ରେ ରେକର୍ଡ 42 ହଜାର ରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନ ରେ ନିଜର ଦୁଇ ବିରୋଧି ଙ୍କୁ ପରାଜିତ କରିଥିବା ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ଆଜି ବିଧିବଦ୍ଧ ଭାବରେ ବିଧାନସଭା ର ମାନ୍ୟବର ବାଚସ୍ପତିଙ୍କ ସମ୍ମୁଖରେ ବିଧାୟକ ଭାବରେ ପଦ ଓ ଗୋପନୀୟତା ର ଶପଥ ଗ୍ରହଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ନବନିର୍ବାଚିତ ବିଧାୟିକା ବର୍ଷା ରାଣୀ ସିଂ ବରିହା , ଉପନିର୍ବାଚନ ରେ ବିଜୟ ଲାଭ କରିବା ପରେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଦ୍ୱାରା ତାଙ୍କୁ ପ୍ରଦାନ କରାଯାଇଥିବା ପ୍ରମାଣ ପତ୍ର ଦେଖାଇ ବର୍ଷା ବିଧାନସଭା କୁ ପ୍ରବେଶ କରିଥିଲେ । ପୂର୍ବ ନିର୍ଦ୍ଧାରିତ ସମୟ ମୁତାବକ ମାନ୍ୟବର ବାଚସ୍ପତି ବର୍ଷା ଙ୍କୁ ଶପଥ ପାଠ କରାଇଥିଲେ । ବିଧାୟକ ଭାବରେ ଶପଥ ନେବା ପରେ ପଦ୍ମପୁର ଅଂଚଳର ସମସ୍ୟା ଗୁଡିକୁ ବିଧାନସଭା ରେ ଉପସ୍ଥାପନ କରାଯାଇ ସମାଧାନ ପାଇଁ ଚେଷ୍ଠା କରିବାର ପ୍ରୟାସ କରିବେ ବୋଲି କହିଛନ୍ତି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ପୂର୍ବରୁ ପଦ୍ମପୁର ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଉପରେ ଆଜି କାମ ଆରମ୍ଭ ହୋଇଛି । ବର୍ଷା ଙ୍କର ଶପଥ ଗ୍ରହଣ ପରେ ରାଜ୍ୟସ୍ୱ ମନ୍ତ୍ରୀ କହିଛନ୍ତି ଯେ ପଦ୍ମପୁର କୁ ଜିଲ୍ଲା ଘୋଷଣା ପାଇଁ ରହିଥିବା ଦାବି ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି ଦେଇଥିଲେ । ଏଥିପାଇଁ ପ୍ରଶାସନିକ ସ୍ତରରେ କାର୍ୟ୍ଯ ଆରମ୍ଭ ହୋଇଯାଇଛି ବୋଲି ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ।
ଏହି ଅବସରରେ ମନ୍ତ୍ରୀ ଟୁକୁନି ସାହୁ , ମନ୍ତ୍ରୀ ପ୍ରମିଳା ମଲ୍ଲିକ , ମନ୍ତ୍ରୀ ରିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।। ବର୍ଷା ଙ୍କର ବିଜୟ ପରେ ଆଜି ବିଧିବଦ୍ଧ ଭାବରେ ବିଧ୍ୟାୟିକା ଭାବରେ ଶପଥ ନେଇଥିବା କାରଣରୁ ଅଞ୍ଚଳରେ ଅଂଚଳ ବାସୀଙ୍କର ମାନେରେ ଖୁଶି ରହିଥିବା ପରିଲକ୍ଷିତ ହେଉଛି ।।