ଭୁବନେଶ୍ୱର : ବିଜେବି କଲେଜ ପୁରାତନ ଛାତ୍ର ସଂଘ "ବିଜେବି ଫ୍ରେଣ୍ଡସ " ର ବନ୍ଧୁ ମିଳନ ରବିବାର ଡିସେମ୍ବର 11 ତାରିଖ ଦିନ ବିଜେବି କଲେଜ ପ୍ରାଙ୍ଗଣରେ ଆୟୋଜିତ ହୋଇ ଯାଇଛି |
ବିଗତ ଦୁଇ ବର୍ଷ ହେବ କରୋନା ମହାମାରୀ କାରଣରୁ ବନ୍ଧୁ ମିଳନ ହୋଇ ପାରିନଥିବାରୁ ଚଳିତ ବର୍ଷ ର କାର୍ଯ୍ୟକ୍ରମ ନିମନ୍ତେ ପୁରାତନ ଛାତ୍ର ସଂଘ ବେଶ ଉତ୍ସାହିତ ଥିଲେ |
ଏହି ବନ୍ଧୁ ମିଳନ ଅବସରରେ ଓଡିଶା ସରକାରଙ୍କ ବିଜ୍ଞାନ ଓ କରିଗରୀ ବିଭାଗ ମନ୍ତ୍ରୀ, ସାଂସଦ ଶ୍ରୀ ଅମର ପଟ୍ଟନାୟକ, ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଯୋଗଦେଇଥିଲେ | ଏ ତିନିଜଣ ବିଜେବି କଲେଜ ର ପୁରାତନ ଛାତ୍ର ଅଟନ୍ତି |
ରବିବାର ସକାଳେ ବକ୍ସି ଜ୍ୟୋତି କଲେଜ ପ୍ରାଙ୍ଗଣରେ ପହଂଚିବା ପରେ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା |
କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରକୁ ନେଇ ପଦ୍ମଶ୍ରୀ ପୁରସ୍କାର ବିଜେତା ବିଜେବି କଲେଜ ୧୯୭୧ ବ୍ଯାଚ ର ଛାତ୍ର ଶ୍ରୀଯୁକ୍ତ ଆଦିତ୍ୟ ପ୍ରସାଦ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଚଳିତବର୍ଷର ବିଜେବି କଲେଜର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଅଲ ରାଉଣ୍ଡର ଭାବେ ଛାତ୍ରୀ ଅନୁକମ୍ପା ଦାସ ଙ୍କୁ ଖଣ୍ଡପଡା ଟ୍ରଫି ପ୍ରଦାନ କରାଯାଇଥିଲା | ଏହି ଅବସରରେ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ଖଣ୍ଡପଡା ରାଜା ତଥା ପୂର୍ବତନ ମନ୍ତ୍ରୀ ଓ ଉପବାଚସ୍ପତି ଶ୍ରୀ ବିଭୁତି ଭୂଷଣ ସିଂହ ମର୍ଦରାଜ ତାଙ୍କ ପୁଅ ତଥା ଖଣ୍ଡପଡାର ପୂର୍ବତନ ବିଧାୟକ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ଟ୍ରଫି ପ୍ରଦାନ କରିଥିଲେ |
ସେହିପରି ନଭେମ୍ବର 27 ତାରିଖରେ ଆୟୋଜିତ ହୋଇଥିବା କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପଣ୍ଡା ପୁରସ୍କାର ପ୍ରଦାନ କରିଥିଲେ | ମନ୍ତ୍ରୀ ଶ୍ରୀ ପଣ୍ଡା ଆୟୋଜିତ କାର୍ଯ୍ୟକ୍ରମରେ ସଂଘର କେତେକ ଦାବି ଉପରେ ପ୍ରାଧାନ୍ୟ ଦେଇଛନ୍ତି । ବିଶେଷ ଭାବେ ସେମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ଅଡିଟୋରିୟରମ ନିର୍ମାଣ କରିବା ଦିଗରେ ମଧ୍ୟ ଆଲୋଚନା କରିଥିବା କହିଛନ୍ତି ।
ସେହିପରି ପୋଲିସ କମିଶନର ଶ୍ରୀ ପ୍ରିୟଦର୍ଶୀ ବିଜେବି କଲେଜ ର ମାନ ବୃଦ୍ଧି ନେଇ ନିଜ ଅଭିଭାଷଣରେ ଗୁରୁତ୍ୱ ଦେଇଛନ୍ତି |
ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା | ବିଜେବି ଫ୍ରେଣ୍ଡସ ର ସଭାପତି ଶ୍ରୀ ଦେବାଶିଷ ପଟ୍ଟନାୟକ, ସମ୍ପାଦକ ଶ୍ରୀ ସତ୍ୟବ୍ରତ ଧୁପଲ ଓ ବିଜେବି କଲେଜର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ମିଶ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ |
ବିଜେବି କଲେଜ ପୁରାତନ ଛାତ୍ର ସଂଘ "ବିଜେବି ଫ୍ରେଣ୍ଡସ " ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ । କଲେଜର ଆଡମିନିଷ୍ଟ୍ରେଟିଭ ବ୍ଲକ କ୍ୟାମ୍ପସ ପରିସରରେ ଆୟୋଜିତ କର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ର ଛାତ୍ରୀ ଏକାଠି ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ପୁରାତନ ଛାତ୍ର ମାନେ ପୁଣି ଥରେ କଲେଜକୁ ଆସି ସେମାନଙ୍କ ପୁରୁଣା ସ୍ମୃତିକୁ ତାଜା କରିଛନ୍ତି ।