ହେଡଲାଇନସ୍:

୪୨ ହଜାରରୁ ଉର୍ଧ୍ଵ ଭାରି ଭୋଟ ବ୍ୟବଧାନ ରେ ବର୍ଷା ଙ୍କର ବିଜୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜୟର ଶ୍ରେୟ ପଦ୍ମପୁର ବାସୀଙ୍କୁ ଦେଲେ ବର୍ଷା

ମତେ କରିଥିବା ଅପମାନର ଜବାବ ଭୋଟ ମାଧ୍ୟମରେ ଦେଇଛନ୍ତି ପଦ୍ମପୁର ବାସୀ :- ବର୍ଷା

ବରଗଡ଼ :- ଶେଷରେ ସବୁ କଳ୍ପନା ର ଅନ୍ତ ଘଟିଲା , ବିରୋଧୀ ମାନଙ୍କୁ ଜୋରଦାର ଝଟକା ଦେଇ ପାଣି ପିଆଇ ଦେଲେ ବର୍ଷା ରଣୀ ସିଂ ବରିହା । ସରିଗଲା ପଦ୍ମପୁର ଉପନିର୍ବାଚନ ର ଭୋଟ ଗଣତି । ବିଜୟୀ ହେଲେ ବିଜୁ ଜନତା ଦଳର ପ୍ରାର୍ଥୀନୀ ତଥା ସ୍ୱର୍ବତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ସୁପୁତ୍ରୀ ବର୍ଷା ରଣୀ ସିଂ ବରିହା । ନିଜର ନିକଟତମ ଦୁଇ ଧୁରନ୍ଧର , ଅଭିଜ୍ଞ ରାଜନେତା ମାନଙ୍କୁ ବହୁ ପଛରେ ବହୁ ପକାଇ ବିଜୟର ମୁକୁଟ ପିନ୍ଧିଛନ୍ତ ।
ଗତ ପାଞ୍ଚ ତାରିଖରେ ହୋଇଥିବା ମତଦାନ ର ଗଣତି ଆଜି ସକାଳୁ ଆରମ୍ଭ ହୋଇଥିଲା । ଏଥିପାଇଁ 14 ଗୋଟି ଟେବୁଲରେ 23 ରାଉଣ୍ଡ ର ଗଣତି ହୋଇଥିଲା । ପ୍ରଥମ ରାଉଣ୍ଡ ରେ ବର୍ଷା 1712 ଖଣ୍ଡ ଭୋଟ ବ୍ୟବଧାନ ରେ ଆଗେଇ ଥିଲେ , ଯାହାକି କ୍ରମାଗତ ଭାବରେ ବଢ଼ିବାରେ ଲଗିଥିଲା । ବର୍ଷା ଙ୍କର ଠାରୁ କୋଣସି ରାଉଣ୍ଡ ରେ ବି ବିରୋଧୀ ଆଗକୁ ଯାଇ ପାରିନଥିଲେ । ପ୍ରଥମ ରାଉଣ୍ଡ ରୁ ଦେଖାଦେଇଥିବା ଟ୍ରେଣ୍ଡ ଶେଷ ରାଉଣ୍ଡ ପର୍ଯନ୍ତ ବଳବତ୍ତର ରହିଥିଲା । ଶେଷରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ସମସ୍ତ ରେକର୍ଡ ଭାଙ୍ଗି
ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ରେକର୍ଡ ୪୨ ହଜାର ୬୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଶ୍ରୀମତୀ ବରିହା ୧ ଲକ୍ଷ ୧୮ ହଜାର ୮୫୮ ଭୋଟ ପାଇଥିବା ବେଳେ ଶ୍ରୀ ପୁରୋହିତ ୭୭ ହଜାର ୧୮୫ ଭୋଟ ପାଇଛନ୍ତି ।  ତିନି ଥରର ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀ  ସତ୍ୟଭୂଷଣ ସାହୁ ମାତ୍ର ୩ ହଜାର ୫୩୧ ଭୋଟ ପାଇ ଅମାନତ ହରାଇଛନ୍ତି | ପ୍ରଥମ ଥର ପାଇଁ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରୁଥିବା ଜଣେ ମହିଳା ଙ୍କୁ ରେକର୍ଡ ଭୋଟ ବ୍ୟବଧାନ ରେ ବିଜୟୀ କରାଇଥିବାରୁ ପଦ୍ମପୁର ବାସୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି ବର୍ଷା ।

0
0
0
s2sdefault