ହେଡଲାଇନସ୍:

ଭୁବନେଶ୍ୱର ମହାନଗର ନିଗମସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୨

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

‘ମହକ ମେଳା’କାର୍ଯ୍ୟକ୍ରମ ସହ ‘ମନର କଥା’ପତ୍ରିକା ଉନ୍ମୋଚିତ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରନିଗମସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୨ ସରକାରୀ ଉଚ୍ଚ ବିଦ୍ୟାଳୟ ବଡଗଡଠାରେ ଶନିବାରସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଓ ବଡଗଡ ଉଚ୍ଚ ବିଦ୍ୟାଳୟ ଆଲୁମିନି ସଭାପତି ଶ୍ରୀ ପ୍ରତାପ କୁମାର ଜେନା ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ ପୂର୍ବକ ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ସହାୟତା ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଆୟୋଜିତ କାର୍ଯ୍ୟକ୍ରମ“ମହକମେଳା”କୁ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସଉଦ୍ଘାଟନ କରିଥିଲେ । ଶିକ୍ଷାର୍ଥୀମାନଙ୍କର ସୃଜନଶୀଳ ସ୍ୱପ୍ନ,ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କର ଅନୁଭବକୁ ସାଉଁଟିଥିବା ପତ୍ରିକା “ମନର କଥା” ଅତିଥିମାନଙ୍କ ଦ୍ୱାରା ଶୁଭ ଉନ୍ମୋଚିତ ହୋଇଥିଲା ।ମହକମେଳାରେ କଳ୍ପନାରୁ ଆଳ୍ପନା (ଝୋଟି ଚିତା ମୁରୁଜ), ରଙ୍ଗବେରଙ୍ଗ(ଚିତ୍ରକଳା ଓ ମେହେନ୍ଦି), କାଗଜ ଖେଳ(ମୁଖା ଓ ଓରିଗାମି),ଠୋ,ଠା..(ବେଲୁନ୍ ଖେଳ), ଦେବାନାହିଁ ଫୋପାଡି, ଘରଦେବା ସଜାଡି(ଆବର୍ଜନାର ସଦୁପଯୋଗ), ପାଟି ସୁଆଦ(ଝାଲ ମୁଢି,ଚା..ଇତ୍ୟାଦି) କାର୍ଯ୍ୟକ୍ରମ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ମାଆ ଓ ପିଲାମାନଙ୍କର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଯୁଗ୍ମ ନିର୍ଦ୍ଦେଶକା ଶ୍ରୀମତୀ ବନ୍ଦନା ମହାପାତ୍ର,ଓ୍ୱାର୍ଡ ନଂ-୪୪ର କର୍ପୋରେଟର ଶ୍ରୀ ଅଜିତ୍ କୁମାର ବେହେରା,ୟୁନିଟ୍-୨ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ପାଲ, ଓସେପାର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ଅରୁଣାବାଳା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପରିଶେଷରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଉପସଭାପତି ଶ୍ରୀମତୀ ସଙ୍ଗୀତା ଦାଶପୁରସ୍କାର ବିତରଣ କରିଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟ, ବଡଗଡର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ବନଜା ମଂଜରୀ ସାହୁ ତଥା ବିଦ୍ୟାଳୟର ସମସ୍ତ କର୍ମଚାରୀ, ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ସମ୍ବଳ ଶିକ୍ଷକଶିକ୍ଷୟିତ୍ରୀ, ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷାକାର୍ଯ୍ୟାଳୟର ସହଯୋଗରେ ଏବଂ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡଃ. ପ୍ରଜ୍ଞାପାରମିତା ଜେନାଙ୍କ ପରିଚାଳନାରେ ଏହି ଉତ୍ସବର ସଫଳ ପରିଚାଳନା କରାଯାଇଥିଲା ।

0
0
0
s2sdefault