ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରଣିପେଣ୍ଠସ୍ଥିତ "ନିୟତୀ" ପରିସରରେ ବିଶ୍ବ ଭିନ୍ନକ୍ଷମ ଦିବସ ମହା ଆଡମ୍ବର ସହକାରରେ ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଡିଜେନ୍ ରାଉଳ , ଗଜପତି ଜିଲ୍ଲା ମୁଖ୍ୟ HLFPPT , ଏମ୍ ତୁଷାର ଦାସ , HLFPPT ମୋହନା , ଗାୟାନିଧି ଦାଶ ,VC. ଗୋଷାଣୀ ଫିଜିଓଥେରୋପିଷ୍ଟ ଡ଼ାକ୍ତର ଅରୁଣ ତ୍ରିପାଠୀ , ସହଯୋଗୀ ଅରୁପାଞ୍ଜଳି ମହାନ୍ତି , ଶିକ୍ଷିକା ଶାସ୍ଵତୀ ବେବର୍ତ୍ତା , ପ୍ରତିମା ନାୟକ , ସୁମିତ କୁମାର ଗମାଙ୍ଗ , ଦେବାଂଶି ସାହୁ ଯୋଗ ଦେଇ ଏହି ଭଳି ବ୍ୟକ୍ତି ବିଶେଷଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମାଜର ସବୁ ବର୍ଗର ଲୋକଙ୍କ ସହଯୋଗ ଆବଶ୍ୟକ କହିଥିଲେ।
ଏହି କର୍ମଶାଳାରେ ହିତାଧିକାରୀ , ଅଭିଭାବକ , ହିତାକାଂଖୀ ଏବଂ ଗ୍ରାମବାସୀ ଯୋଗଦେଇଥିଲେ।
ଭିନ୍ନକ୍ଷମଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା , ବାହାର ଖେଳ , ଭିତର ଖେଳ ପ୍ରତିଯୋଗୀତା କରାଯାଇଥିଲା।ଜନ୍ମଦିନ କେକ୍ କାଟି ପିଲାମାନେ ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ।
ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶୁଶ୍ରୀ ତନିଶା ବେବର୍ତ୍ତା ଓଡ଼ିଶୀ ନୃତ୍ୟ ଶେଷରେ ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଏସ୍ ଯାୟାମା , ଅନ୍ନପୂର୍ଣ୍ଣା , ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା ପରିଚାଳନା କରିଥିଲେ।
ରାଜ୍ୟ
"ନିୟତୀ" ଆନୁକୁଲ୍ୟରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ
- Hits: 398