ହେଡଲାଇନସ୍:

ଭିନ୍ନକ୍ଷମ ସାଧାରଣ ନୁହଁନ୍ତି, ସେମାନେ ଅସାଧାରଣ: ସେମାନଙ୍କୁ ସମାଜର ମୁଖ୍ୟସ୍ରୋତ ରେ ସାମିଲ କରିବା ଆମ ସମସ୍ତଙ୍କ ଗୁରୁଦାୟିତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଳା ସ୍ତରୀୟ  ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ -

ସୁବର୍ଣ୍ଣପୁର ( ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ  ଅନୁକୂଲ୍ୟରେ ଜିଲ୍ଳା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ସମାରୋହ ୨୦୨୨ ଅନୁଷ୍ଠିତ ହୋଇଯାଇଛି l ଦିବସ ପାଳନ ଅବସରରେ ଆଜି ସକାଳ ୯ଘଣ୍ଟା ସମୟରେ ବିଭାଗ ତରଫରୁ ଜିଲ୍ଲା ର ସମସ୍ତ ଭିନ୍ନକ୍ଷମ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଏନ. ସି. ସି  କ୍ୟାଡେଟ  ତଥା ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ପୁରୁଣା ଟାଉନ ହଲ ପରିସରରୁ ବାହାରି ଜିଲ୍ଳା ସଂସ୍କୃତି ଭବନ ଠାରେ ପହଂଚି ଥିଲା l ଆୟୋଜିତ ଶୋଭାଯାତ୍ରା କୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନିହାର ରଞ୍ଜନ କଁହର ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ  l ଶୋଭାଯାତ୍ରା ପରେ ସଂସ୍କୃତି ଭବନ ପରିସରରେ ଏକ ମାନବ ଶୃଙ୍ଖଳା କରାଯାଇ ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ଶପଥ ପାଠ କରାଯାଇଥିଲା ।ପରେ ପରେ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ସଂସ୍କୃତି ଭବନ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଙ୍କ ସଭାପତିତ୍ୱରେ ଏକ ସମାରୋହ ସଭା ଅନୁଷ୍ଠିତ ହୋଇଥିଲା l ସଭାରେ  ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବାବେଳେ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ସଚିବ ଜିଲ୍ଳା ଆଇନ ସେବା ପ୍ରାଧିକରଣ  କୁମୁଦିନୀ ମୁଦୁଲି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଳା ପରିଷଦ ଶ୍ରୀ ନିହାର ରଞ୍ଜନ କଁହର, ଏଡିଏମୋ ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ମଂଚାସୀନ ଥିଲେ l ଭିନ୍ନକ୍ଷମ ବ୍ୟକ୍ତି କେବେବି ସାଧାରଣ ନୁହଁନ୍ତି ବରଂ ସେମାନେ ଜଣେ ଜଣେ ଅସାଧାରଣ l ଭିନ୍ନକ୍ଷମ ଙ୍କୁ ସମାଜର ମୁଖ୍ୟସ୍ରୋତ ରେ ସାମିଲ କରିବା ଦିଗରେ ଆମ ସମସ୍ତଙ୍କ ଗୁରୁଦାୟିତ୍ୱ ରହିଛି ଏଣୁ ଆମେ ସମସ୍ତେ ନିଜ ନିଜର ସ୍ତରରେ ସର୍ବୋପରି ସେମାନଙ୍କୁ ସ୍ନେହ ଶ୍ରଦ୍ଧା ତଥା ଆତ୍ମୀୟତାର ସହ ଆପଣେଇବାକୁ ଗୁରୁତ୍ୱାରୋପ କରିଛନ୍ତି ଅତିଥି ବୃନ୍ଦ l ଅତିଥି ମାନେ ସଭାରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ରହିଥିବା ସରକାରୀ ଵିଧି ବ୍ୟବସ୍ଥା, ଅଧିକାର ତଥା ବିଭିନ୍ନ ଜନ ହିତକାରୀ ଯୋଜନା ଉପରେ ମଧ୍ୟ ଆଲୋକ ପାତ କରିଛନ୍ତି l ସେମାନଂକୁ ଉଚିତ ସମ୍ମାନ ଓ ଭାଗିଦାରୀ ସହ ତାଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ମତବ୍ୟକ୍ତ କରିଛନ୍ତି ଅତିଥି ବୃନ୍ଦ l ଏହି  ଅବସରରେ ଦୁଇଟି ଦମ୍ପତ୍ତି ଙ୍କୁ ୨,୫୦,୦୦୦/-  ଟଙ୍କା ଲେଖାଏଁ ବିବାହ ପ୍ରୋତ୍ସାହନ ରାଶି, ୨  ଜଣ ଙ୍କୁ ଭିନ୍ନକ୍ଷମ ଭତ୍ତା, ୨ ଜଣଙ୍କୁ ହୁଇଲ ଚେୟାର , ୨ ଜଣଙ୍କୁ ଟ୍ରାଇସାଇକଲ ଓ ଗୋଟିଏ କିନ୍ନର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୫୦,୦୦୦/- ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ଏତଦ ସହିତ ଭିନ୍ନକ୍ଷମ ବିଦ୍ୟାଳୟ ଏବଂ ଶିକ୍ଷା ବିଭାଗ ଅଧିନସ୍ଥ ସମସ୍ତ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର ୪୪ ଜଣ  କୃତୀ  ଛାତ୍ର ଛାତ୍ରୀ ଙ୍କୁ ତାଙ୍କର କୃତିତ୍ୱ ନିମନ୍ତେ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପୁନଶ୍ଚ ରାଜ୍ୟ ତଥା ଜାତୀୟ ସ୍ତର ରେ କୃତିତ୍ଵ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଥିବା ଭିନ୍ନକ୍ଷମ  ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପୁରସ୍କାର ପ୍ରଦାନ ଉତ୍ସବ ପରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ କୁମାର ପଣ୍ଡା ନୂତନ ବର୍ଷ ଉପଲକ୍ଷେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ୨୦,୦୦୦ ଟଙ୍କାର ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ ।  ଏହି ଅବସର ରେ ଡିଷ୍ଟ୍ରିକ୍ଟ ହେଣ୍ଡିକେପଡ ୱେଲଫେୟର ସ୍କୁଲ, ସୋନପୁର , ବ୍ଲାଇଣ୍ଡ ଏଣ୍ଡ ଡିଫ-ଡମ୍ବ ସ୍କୁଲ, ତରଭା , ଏନ.ଆର.ଡି.ସି,  ସ୍ପେଶାଲ ସ୍କୁଲ ସୋନପୁର  , ହ୍ଯାପି ହାଣ୍ଡ ସ୍କୁଲ ଫର ଡିଫ, ଚଢେଇପଙ୍କ ,  ରେଆର, ସୋନପୁର ର ଛାତ୍ରଛାତ୍ରୀ ଏବଂ ଅଭିଭାବକ ସଂଘ  ତଥା ବିଭିନ୍ନ ସଂଗଠନ ର କର୍ମକର୍ତା ଥିଲେ l ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସମାରୋହ ସଭା ରେ ପ୍ରଭାସ କୁମାର କର୍ଣ୍ଣ, ବ୍ଲକ  ସାମାଜିକ ସୁରକ୍ଷା ଅଧିକାରୀ, ତରଭା ସଭା ପରିଚାଳନା କରିଥିବା ବେଳେ ସଭା ଶେଷରେ ଉଲୁଣ୍ଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କ୍ଷୀରୋଦ ଭୂଷଣ ରାୟ ଧନ୍ୟବାଦ ଅର୍ପଣ କରିଥିଲେ  । ଜିଲ୍ଲା ସାମାଜିକ ସୁରକ୍ଷା  ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସୁବର୍ଣ୍ଣପୁର ର କର୍ମକର୍ତ୍ତା ରାକେଶ କୁମାର ମିଶ୍ର, ଜନ୍ମେଜୟ ମହାକୁର, ଉମାକାନ୍ତ ହୋତା, ସମୀକ୍ଷ୍l ପୁରୋହିତ, ସୋନିଆ ବରିହା , ଗୁପ୍ତେଶ୍ୱର ପଧାନ, ଅମରଜୀତ ସାହୁ ଏବଂ  ବିଭିନ୍ନ ସଂଗଠନ ର ସ୍ଵେଚ୍ଛାସେବୀ ସଭାକୁ ସଫଳ କରିବାରେ ବିଶେଷ ସହଯୋଗ କରିଥିଲେ ।

0
0
0
s2sdefault