ହେଡଲାଇନସ୍:

ମିଶନ ଶକ୍ତି ବିଭାଗ ଦ୍ୱାରା ଜିଲ୍ଲାର ରାଧା କୃଷ୍ଣ ମହିଳା ସ୍ୱୟଂ ସହାୟକ ଓ ସୀତାରାମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ବର୍ଦ୍ଧିତ -

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ): ୩୦ ନଭେମ୍ବର ରୁ ୪ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଲୁଥିବା ଓଡିଶା କଂକେ୍ଲବ୨୦୨୨ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ର ରାଧାକୃଷ୍ଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଅଭିନଵ ରୋଜଗାର ଭିତ୍ତିକ ନିଦର୍ଶନ ସ୍ୱରୂପ ମିଶନ ଶକ୍ତି ବିଭାଗ ଓଡିଶା ତରଫରୁ ସମ୍ବର୍ଦ୍ଧିତ କରାଯାଇଛି l ଏହି ବିଶେଷ ସମ୍ବର୍ଦ୍ଧନା ଟ୍ରଫି ମାନ୍ୟବର ମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଉପସ୍ଥିତ ରାଧା କୃଷ୍ଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଙ୍କୁ ପ୍ରଦାନ କରିଥିଲେ l ଏହି ବିଶେଷ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ମହାପାତ୍ର,5T ସଚିବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ, ମିଶନ ଶକ୍ତି ବିଭାଗ ର ପ୍ରମୁଖ ସଚିବ ସୁଜାତା କାର୍ତ୍ତିକେୟନ ଙ୍କ ସହ ବହୁ ଅଧିକାରୀ ବିଶିଷ୍ଟ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ରହିଥିଲେ l ପ୍ରକାଶ ଥାଉକି ଏକ ଜିଲ୍ଲା ଏକ ଉତ୍ପାଦ ଭିତ୍ତିରେ ସୁବର୍ଣ୍ଣପୁର ଜିଲ୍ଳା ରେ ଆମ୍ବ ଚାଷ ଓ ଆମ୍ବ ଉତ୍ପାଦନ କୁ ଜିଲ୍ଲାରେ ଗୁରୁତ୍ୱ ପ୍ରଦାନ କରାଯାଇଛି l ଚଳିତ ବର୍ଷ ଜିଲ୍ଲାରେ ୨0000 ମେଟ୍ରିକ ଟନ ଆମ୍ବ ଉତ୍ପାଦନ କରାଯାଇ ତାର ସଫଳ ପ୍ରକ୍ରିୟାକରଣ ପୂର୍ବକ ଆମ୍ବ ଆଇସକ୍ରିମ ପ୍ରସ୍ତୁତ କରାଯାଇ ଏକ ସୁ-ବ୍ୟବସ୍ଥିତ ଢଙ୍ଗରେ ବଜାରୀ କରଣ କରାଯାଇ ପାରିଛି l ଏହାକୁ ସଫଳ ଏବଂ ଭବିଷ୍ୟତ ଦୃଢ଼ୀଭୂତ ବଜାର ନିମନ୍ତେ ଜିଲ୍ଳା ମିଶନ ଶକ୍ତି ଦ୍ୱାରା ଗଠିତ ଗଜଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀ, ରାଧାକୃଷ୍ଣ ମହିଳା ଗୋଷ୍ଠୀ ପ୍ରମୁଖ ସାମିଲ ରହିଥିବା ବେଳେ ସୁବର୍ଣାଶ୍ରୀ ଉତ୍ପାଦକ କମ୍ପାନୀ ଦ୍ୱାରା ଏହି ଆଇସକ୍ରିମ ର ସଫଳ ବଜାରୀକରଣ ନିମନ୍ତେ ଆବଶ୍ୟକ ସୁବ୍ୟବସ୍ଥା ଓ ପରିଚାଳନା କରାଯାଉଛି l ପୁନଶ୍ଚ ଏହି ବିଶେଷ ସମାରୋହରେ ଜିଲ୍ଲା ମିଶନ ଶକ୍ତି ଦ୍ୱାରା ଗଠିତ ସୀତାରାମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ସଫଳ ଉଦ୍ୟୋଗୀ ର ନିଦର୍ଶନ ସ୍ୱରୂପ ପୁରସ୍କୃତ ହୋଇଛି l ଏହି ଗୋଷ୍ଠୀ 2018 ରେ ଗଠିତ ହୋଇଥିବା ବେଳେ ବର୍ତ୍ତମାନ ଏହି ଗୋଷ୍ଠୀ ଦ୍ୱାରା ଜିଲ୍ଲାରେ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ସହ ଛତୁ ଉତ୍ପାଦନ ଓ ତାଲିମ, ମସଲା ଉତ୍ପାଦନ ସହିତ କାଗଜ ଖଲି ଓ ପ୍ଲେଟ ଉତ୍ପାଦନ କରି ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇ ଅନ୍ୟ ମାନଙ୍କୁ ରୋଜଗାର ଓ ଆର୍ଥିକ ସ୍ୱଚ୍ଛଳ କରି ଜିଲ୍ଳା ପାଇଁ ଉଦାହରଣ ହୋଇପାରିଛି l ଏହି ସମ୍ବର୍ଦ୍ଧନା ଗ୍ରହଣ ଅବସରରେ ଜିଲ୍ଳା ପ୍ରଶାସନ ତରଫରୁ ଡେପୁଟି ସି ଇ ଓ ଓରମାସ ଯୁବରାଜ ସାହୁ, ଡି ପି ଏମ ଫ୍ରାନସିସ ଲାକ୍ରା, ଓ ଡି ପି ସି ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ ତଥା ଜିଲ୍ଳା ଉତ୍ପାଦକ ଗୋଷ୍ଠୀ ସୁବର୍ଣ୍ଣାଶ୍ରୀ ର ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ l

0
0
0
s2sdefault