ହେଡଲାଇନସ୍:

ମହୁରୀ ସମ୍ମାନ ପାଇବେ ଗାୟତ୍ରୀ ପଣ୍ଡା ଓ ରଞ୍ଜନ ଦାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଚଳିତ ବର୍ଷ ଓ ଗତବର୍ଷ ପାଇଁ ସାହିତ୍ୟ ପତ୍ରିକା ମହୁରି ପକ୍ଷରୁ ମହୁରୀ ସମ୍ମାନ ଘୋଷଣା କରାଯାଇଛି । ବର୍ଷ ୨୦୨୧ ମସିହା ପାଇଁ କବୟତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଏହି ମର୍ଯ୍ୟାଦାଜନକ ସମ୍ମାନ ପାଇବାକୁ ଥିବା ବେଳେ ୨୦୨୨ ବର୍ଷ ପାଇଁ ଏହି ସମ୍ମାନ ପାଇବେ କବି ତଥା ଗୀତିକାର ରଞ୍ଜନ କୁମାର ଦାସ ।
୨୦୨୧ ମସିହା ପାଇଁ ମହୁରି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା କବୟତ୍ରୀ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନରେ ପିଏଚଡି ହାସଲ କରିଥିବା ବେଳେ ଦୀର୍ଘଦିନର ସାମ୍ବାଦିକତା ଅଭିଜ୍ଞତା ରହିଛି । ଏଯାବତ୍ ତାଙ୍କର ୧୧ଟି କବିତା ସଂକଳନ, ୨ଟି ଗଳ୍ପ ସଂକଳନ, ଗୋଟିଏ ପ୍ରବନ୍ଧ ପୁସ୍ତକ ଏବଂ ୨ଟି ଉପନ୍ୟାସ ପ୍ରକାଶ ପାଇଛି । ହିନ୍ଦୀରେ ଅନୁବାଦ ହୋଇଥିବା ୪ଟି ଓ ଇଂରାଜୀରେ ଅନୁବାଦ ହୋଇଥିବା ଖଣ୍ଡିଏ କବିତା ସଂକଳନ ମଧ୍ୟ ପ୍ରକାଶ ପାଇଛି । ୨୦୧୧ ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ପାଇବା ସହିତ ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି ଡକ୍ଟର ପଣ୍ଡା ।
ସେହିପରି ବର୍ଷ ୨୦୨୨ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଜଣେ ସୁସାହିତ୍ୟିକ ଭାବେ ବେଶ ପରିଚିତ ରଞ୍ଜନ କୁମାର ଦାସ । କବିତା ଲେଖିବାରେ ସିଦ୍ଧହସ୍ତ ଶ୍ରୀ ଦାସ  ଓଡ଼ିଆ କଥାଚିତ୍ରରେ କାହାଣୀ, ସଂଳାପ ଓ ଗୀତ ମଧ୍ୟ ରଚନା କରିଛନ୍ତି । ବୃତ୍ତିରେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହେଉଛନ୍ତି ଶ୍ରୀ ଦାସ  । ସେ ଏବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି ।
ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ମହୁରିରେ ଲେଖାଲେଖି କରୁଥିବା ଜଣେ ସାହିତ୍ୟିକଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥାଏ ।

0
0
0
s2sdefault